Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ

ଶ୍ରୀନଗର/ନୂଆଦିଲ୍ଲୀ, ୪ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଅତିରିକ୍ତ ସେନା ପ୍ରେରଣ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। କେନ୍ଦ୍ର ସରକାର ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। କଶ୍ମୀରକୁ ଅତିରିକ୍ତ ସେନା ପ୍ରେରଣର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଲୋକଙ୍କ ମନରୁ ଭୟର ବାତାବରଣ ଦୂରକରିବା ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ। ଆତଙ୍କବାଦୀ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରୁଥିଲାବେଳେ ମଧ୍ୟ ଅମରନାଥ ଯାତ୍ରା ସ୍ଥଗିତ ହୋଇ ନ ଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି।
ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କ ନେତୃତ୍ୱରେ ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି)ର ଏକ ପ୍ରତିନିଧି ଦଳ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସୁରକ୍ଷା କାରଣରୁ ଅତିରିକ୍ତ ଯବାନ ମୁତୟନ ହୋଇଥିବା ସେ କହିଛନ୍ତି। ତେବେ ସାମ୍ବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନ ଥିତ୍ବା ରାଜ୍ୟପାଳ କହିଛନ୍ତି। ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୁରକ୍ଷା ବଳକୁ ନିର୍ଭରଯୋଗ୍ୟ ସୂଚନା ମିଳବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଲ୍‌ଓସି ଆରପଟୁ ପାକିସ୍ତାନୀ ସେନା ଜୋରଦାର ଶେଲ୍‌ ମାଡ଼ କରୁଛି। ଭାରତୀୟ ଯବାନମାନେ ଏହାର ଠିକଣା ଜବାବ ଦେଉଥିବା ରାଜ୍ୟପାଳ କହିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିବାନେଇ ଶୁକ୍ରବାର ସେନା ଓ ରାଜ୍ୟ ପୋଲିସ ପକ୍ଷରୁ ମିଳିତ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଦିଆଯାଇଥିଲା। ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନାରେ ଥିବାରୁ ଏଥିପାଇଁ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ରାଜ୍ୟପାଳ ସୂଚନା ଦେଇଛନ୍ତି। ଏହାକୁ ଅନ୍ୟ ପ୍ରସଙ୍ଗ ସହ ଯୋଡ଼ି ଅଯଥା ଭୟର ବାତାବରଣ ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ କିମ୍ବା ରାଜ୍ୟକୁ ୩ ଭାଗରେ ବିଭକ୍ତ କରିବାର କୌଣସି ଯୋଜନା ନାହିଁ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ଓମାର କହିଛନ୍ତି। ତେବେ ଏନେଇ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ସ୍ପଷ୍ଟ କରିନ୍ତୁ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ବିବୃତି ଦାବିରେ ସୋମବାର ପାର୍ଲାମେଣ୍ଟରେ ଏନ୍‌ସି ସଦସ୍ୟମାନେ ପ୍ରସ୍ତାବ ଆଣିବେ। ରାଜ୍ୟର ଜନସାଧାରଣ ଭାବାବେଗକୁ ନିୟନ୍ତ୍ରଣରେ ରଖି ଶାନ୍ତ ରହିବାକୁ ଓମାର ନିବେଦନ କରିଛନ୍ତି।
ସୁରକ୍ଷାଗତ କାରଣରୁ ଅମରନାଥ ଯାତ୍ରା ସ୍ଥଗିତ ରହିବା ସହିତ ଯାତ୍ରୀମାନଙ୍କୁ ତୁରନ୍ତ ଫେରିଯିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ପରାମର୍ଶ ଦେଇଥିବାବେଳେ ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଜିଲାରେ ହେଉଥିବା ୪୩ ଦିନିଆ ମଚୈଲ ମାତା ଯାତ୍ରାକୁ ଶନିବାର ସ୍ଥଗିତ ରଖାଯାଇଛି। ଏହି ଯାତ୍ରାରେ ନ ଯିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଯେଉଁମାନେ ଯାତ୍ରାରେ ବାହାରିଛନ୍ତି ସେମାନଙ୍କୁ ଫେରିଯିବା ପାଇଁ କୁହାଯାଇଛି। ସୁରକ୍ଷା କାରଣରୁ ଏହି ଯାତ୍ରାକୁ ସ୍ଥଗିତ ରଖାଗଲା ବୋଲି କିସ୍ତଓ୍ବାରର ଡେପୁଟି କମିଶନର ଅଙ୍ଗରାଜ୍‌ ସିଂ ରଣା କହିଛନ୍ତି। ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସେପ୍ଟେମ୍ବର ୫ରେ ଶେଷ ହୋଇଥାନ୍ତା। ସାରା ଦେଶରୁ ଲକ୍ଷାଧିକ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।
ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶନିବାର ସକାଳୁ ହଜାର ହଜାର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଉପତ୍ୟକା ଛାଡ଼ିବା ଆରମ୍ଭ କରିଛନ୍ତି। ଆବଶ୍ୟକତାକୁ ଅନୁଭବ କରି ବାୟୁସେନା ଯାତ୍ରୀ ପରିବହନରେ ନିଜ ବିମାନକୁ ନିୟୋଜିତ କରିଛି। ବିଭିନ୍ନ ପର୍ଯ୍ୟଟନ ସ୍ଥଳରୁ ଯାତ୍ରୀଙ୍କୁ ଶ୍ରୀନଗର ପର୍ଯ୍ୟନ୍ତ ଆଣିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବସ୍‌ ପଠାଯାଇଛି। ଶୁକ୍ରବାର କଶ୍ମୀରରେ ୨୨ ହଜାର ପର୍ଯ୍ୟନ୍ତ ପର୍ଯ୍ୟଟକ ଥିବାବେଳେ ସେଥିରୁ ଅଧିକାଂଶ ଶ୍ରୀନଗରରେ ପହଞ୍ଚତ୍ଲେଣି କିମ୍ବା ଉପତ୍ୟକା ଛାଡ଼ିଦେଲେଣି ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ନିସାର ଓ୍ବାନି କହିଛନ୍ତି।
ଯାତ୍ରା ଅଧାରୁ ଫେରିବାକୁ ପଡୁଥିବାରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ରାଜ୍ୟ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବ ବୋଲି କଶ୍ମୀର ଚାମ୍ବର ଅଫ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ଭ୍ରମଣରେ ନ ଯିବା ଲାଗି ବ୍ରିଟେନ ଓ ଜର୍ମାନୀ ପକ୍ଷରୁ ଏହାର ନାଗରିକମାନଙ୍କୁ ବାରଣ କରାଯାଇଛି। ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସେଠାକୁ ନ ଯିବା ଲାଗି ଉଭୟ ଦେଶର ସରକାର ଆଡଭାଇଜରି ଜାରି କରି ନାଗରିକ ମାନଙ୍କୁ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri