Posted inଫୁରସତ

ପ୍ରତିଶୋଧ ନେବାକୁ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କଲେ ମହିଳା ଜଜ୍‌: ୧୦ ବର୍ଷ ଜେଲ୍‌ ସହ ୧.୨୫ କୋଟି ଜରିମାନା

ପ୍ୟାରିସ୍‌: ସାଧାରଣତଃ ଗୃହସ୍ଥ ଜୀବନ ବିତାଇବା ସହ ପରିବାର ବୃଦ୍ଧି ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ମହିଳା ପୁରୁଷ। କିନ୍ତୁ ଜଣେ ମହିଳା ପୂର୍ବ ସ୍ବାମୀଙ୍କ ପ୍ରତିଶୋଧ ନେବାକୁ ତାଙ୍କୁ ପୁନର୍ବାର ବିବାହ କରିଛନ୍ତି। ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ତାହା ପୁଣି ସ୍ବାମୀଙ୍କ ବିନା ସହମତିରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କୁ ୧୦ ବର୍ଷ ଜେଲଦଣ୍ଡ ସହ ୧.୭୦ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧.୨୫ କୋଟି ଜରିମାନା ଦେବାକୁ ପଡ଼ିଛି।
ସ୍ଥାନୀୟ ଏକ ରିପୋର୍ଟ ଅନୁଯାୟୀ, ୫୮ ବର୍ଷୀୟା ଜଣେ ମହିଳା ଫ୍ରାନ୍ସର ହଟ୍‌ସ ଡି ସେନି କୋର୍ଟରେ ଜଜ୍‌ ଅଛନ୍ତି। ସଂପୃକ୍ତା ମହିଳା ଏହାର ଫାଇଦା ଉଠାଇ ବେନିୟମ ଭାବେ ମାର୍ଚ୍ଚ ୨୦୧୯ରେ ପୂର୍ବ ସ୍ବାମୀଙ୍କୁ ଦ୍ୱିତୀୟଥର ବିବାହ କରି ନେଇଛନ୍ତି। ସେ ଏମିତି କରିବାର କାରଣ ହେଲା ତାଙ୍କ ସ୍ବାମୀ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ। ମହିଳା ଜଜ୍‌ ଚାହୁଁ ନ ଥିଲେ ତାଙ୍କ ସ୍ବାମୀ ପ୍ରେମିକାଙ୍କୁ ବିବାହ କରନ୍ତୁ ବୋଲି। ଏହି ଘଟଣା ଲୋକଲୋଚନକୁ ଆସିଲା ଯେତେବେଳେ ବିବାହ ପାଇଁ କୋର୍ଟରେ ରେଜିଷ୍ଟ୍ରେଶନ କରାଗଲା। ମହିଳା ଜଜ୍‌ ଜଣଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ସହିତ ଜଜ୍‌ଙ୍କୁ ଏଥିରେ ସହଯୋଗ କରିଥିବା ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଜେଲ୍‌ ପଠାଇ ଦିଆଯାଇଛି। ସ୍ଥାନୀୟ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଜାଲିଆତି ବିବାହ ବେଆଇନ ବୋଲି ବିବେଚନା କରାଯାଏ। ପ୍ରେମିକାଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି। ତେଣୁ ସେ ଯେଉଁଠି ଚାହିଁବେ ବିବାହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri