ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ତୁଳସୀ କ୍ଷୀର

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। କରୋନାରୁ ରକ୍ଷା ପାଇବା ଲାଗି ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ କୁହା ଯାଉଥିବା ବେଳେ ତୁଳସୀରେ ଏହା ଭରି ରହିଛି। ତେବେ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ତୁଳସୀ ପତ୍ରରେ ପ୍ରସ୍ତୁତ କାଢ଼ା ପିଇବାକୁ ଅନେକ ଲୋକେ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନା ପସନ୍ଦ କରିଥାନ୍ତି। ତେବେ ସୁସ୍ଥ ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି କାଢ଼ାର ବିକଳ୍ପ ଭାବେ ତୁଳସୀ କ୍ଷୀର ସେବନ କରିବା ଉଚିତ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରୀ ଗୁଣ ସମ୍ପର୍କରେ …..

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କ୍ଷୀରକୁ ଗରମ କରନ୍ତୁ । ଏହା ଗରମ ହେବା ପରେ ସେଥିରେ ୮ରୁ ୧୦ ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ପିଅନ୍ତୁ।

ତେବେ ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

ଅଧକପାଳି ବିନ୍ଧା: ତୁଳସୀ କ୍ଷୀର ପିଇବା ଦ୍ୱାରା ଅଧକପାଳି ବିନ୍ଧା ଦୂର ହୋଇଥାଏ। ଯଦି ଆପଣଙ୍କ ଠାରେ ମୂଳରୁ ଏହି ସମସ୍ୟା ଅଛି ତେବେ ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ।

ମାନସିକ ସମସ୍ୟାରୁ ଉପଶମ
ତୁଳସୀ କ୍ଷୀରକୁ ନିୟମିତ ପିଇବା ଫଳରେ ମାନସିକ ସମସ୍ୟାରୁ ମୁକ୍ତି ମିଳିଥାଏ। ତୁଳସୀ ପତ୍ରରେ ଥିବା ଗୁଣ ଅବସାଦ ପରି ସମସ୍ୟାରୁ ମୁକ୍ତି ଦେଇଥାଏ।

ପ୍ରତିରକ୍ଷା ପ୍ରକ୍ରିୟାକୁ ବଢ଼ାଏ
ତୁଳସୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ। ପ୍ରତିଦିନ ତୁଳସୀ କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ହାର୍ଟ ସମସ୍ୟାରୁ ମୁକ୍ତି: ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ପିଇଲେ ହାର୍ଟ ଜନିତ ସମସ୍ୟା ଦୂର ହୁଏ ।

କାଶ ଥଣ୍ଡା ଭଳି ଯନ୍ତ୍ରଣାରୁ ମୁକ୍ତି: ଏହାକୁ ପିଇବା ଫଳରେ କାଶ ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଶ୍ୱାସକ୍ରିୟାରେ ସମସ୍ୟାରୁ ମୁକ୍ତି: ଯଦି ଆପଣଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଉଛି ତେବେ ପ୍ରତିଦିନ ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ।

ପରିବର୍ତ୍ତିତ ଋତୁ: ପରିବର୍ତ୍ତିତ ଋତୁରେ ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ତୁଳସୀ କ୍ଷୀର ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri