Posted inଜାତୀୟ

ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୯।୮(ପି.ଟି.):ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ବର୍ଗତ ଭାରତୀୟ ଜନସଂଘ ନେତା ନାନାଜୀ ଦେଶମୁଖ ଏବଂ ସ୍ବର୍ଗତ ଗାୟକ ଭୂପେନ ହଜାରିକାଙ୍କୁ ଗୁରୁବାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖାର୍ଜୀ, ହଜାରିକାଙ୍କ ପୁତ୍ର ତେଜ୍‌ ଏବଂ ଦେଶମୁଖଙ୍କ ଘନିଷ୍ଠ ସମ୍ପର୍କୀୟ ବିକ୍ରମଜିତ୍‌ ସିଂଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ହଜାରିକା ଓ ଦେଶମୁଖଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।
ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହୁ କେନ୍ଦ୍ରମନ୍ତ୍ରୀ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ। ୪ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଛି। ୨୦୧୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ବନାରସ ହିନ୍ଦୁ ୟୁନିଭର୍ସିଟି ପ୍ରତିଷ୍ଠାତା ମଦନ ମୋହନ ମାଲବ୍ୟାଙ୍କୁ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଭାରତ ରତ୍ନ ପ୍ରଦାନ କରାଯାଇଥିଲା।
ଭାରତ ରତ୍ନ ପାଇବାରେ ପ୍ରଣବ ମୁଖାର୍ଜୀ ହେଉଛନ୍ତି ପଞ୍ଚମ ରାଷ୍ଟ୍ରପତି। ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌, ରାଜେନ୍ଦ୍ର ପ୍ରସାଦ, ଜାକିର ହୁସେନ ଏବଂ ଭିଭି ଗିରିଙ୍କ ଏଲିଟ୍‌ କ୍ଲବରେ ପ୍ରଣବ ସାମିଲ ହୋଇଛନ୍ତି। ଦେଶମୁଖ ୧୯୨୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଆରଏସ୍‌ଏସ୍‌ ସହ ଜଡିତ ରହିଥିଲେ। ୨୦୧୦ରେ ମଧ୍ୟପ୍ରଦେଶର ସତ୍‌ନାଠାରେ ୯୪ବର୍ଷରେ ତାଙ୍କର ପରଲୋକ ଘଟିଥିଲା। ସେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଥିଲେ। ପରେ ଉକ୍ତ ସଂଗଠନ ଭାରତୀୟ ଜନତା ପାର୍ଟିରେ ପରିଣତ ହୋଇଥିଲା। ୧୯୨୬ରେ ଜନ୍ମିତ ହଜାରିକା ଜଣେ ପ୍ରଚ୍ଛଦପଟ ଗାୟକ, ଗୀତିକାର, ସଂଗୀତଜ୍ଞ, କବି ଏବଂ ଅହମିୟା ଫିଲ୍ମ ନିର୍ମାତା। କେନ୍ଦ୍ର ସରକାର ମୁଖାର୍ଜୀ, ଦେଶମୁଖ ଏବଂ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଜାନୁୟାରୀରେ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଏହି ୩ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪୮ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri