ପୌରପାଳିକାରେ ଆରମ୍ଭ ହେଲା ‘ମୋ ସରକାର’: ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧୨-ଅନୁଗୋଳ ପୌରପାଳିକାରେ ମୋ ସରକାର ସେଲ୍‌ ଗୁରୁବାରଠାରୁ ଖୋଲାଯାଇଛି। ଏଣିକି ଅଭିଯୋଗ ନେଇ ପୌର କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ତୁରନ୍ତ ବସିବା ପାଇଁ ଚୌକି ସହ ପିଇବାକୁ ପାଣି ଦିଆଯିବ। ଅଭିଯୋଗ ଉପରେ ପଦକ୍ଷେପ ନିଆଯିବା ପ୍ରକ୍ରିୟା ମଧ୍ୟ ଯଥାଶୀଘ୍ର ଆରମ୍ଭ ହେବ। ତେଣୁ ଆସୁଥିବା ଅଭିଯୋଗଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ପୌର କାର୍ଯ୍ୟାଳୟ ବାମ ପାର୍ଶ୍ୱ ଗୃହରେ ମୋ ସରକାରର ସେଲ୍‌ ଖୋଲାଯାଇଛି। ଏ ନେଇ ମଧ୍ୟାହ୍ନରେ ଏକ ବୈଠକ କାଉନସିଲ୍‌ ହଲରେ ଅନୁଷ୍ଠିତ ହୋଇଥିଲା। ମୋ ସରକାର ଦାୟିତ୍ୱରେ ଥିବା ମ୍ୟାନେଜମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମର କର୍ମଚାରୀ ସ୍ବାଗତିକା ସିଂହଙ୍କ ସହ ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ଜେଇ ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଲୋକଙ୍କୁ କିପରି ସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ଲୋକମାନଙ୍କ ଅଭିଯୋଗକୁ ଭଲଭାବେ ଶୁଣିବା ସହ ସମ୍ପୃକ୍ତ ବିଭାଗକୁ ତୁରନ୍ତ ପଠାଇବାକୁ କୁହାଯାଇଥିଲା। ଯଦି କୌଣସି କାରଣ ବଶତଃ ଲୋକମାନେ ଉତ୍ତ୍ୟକ୍ତ ମନୋଭାବ ପୋଷଣ କରନ୍ତି, ତେବେ ତୁରନ୍ତ ନିର୍ବାହୀ ଅଧିକାରୀଙ୍କ ନିକଟକୁ ତାଙ୍କୁ ନେବା ପାଇଁ ନିର୍ବାହୀ ଅଧିକାରୀ ପରାମର୍ଶ ଦେଇଥିଲେ। ମୋ ସରକାର ସେଲ୍‌ରେ ପ୍ରାଥମିକ ଭାବେ ଟ୍ରେଡ ଲାଇସେନ୍ସ, ହୋଲଡିଂ ଟ୍ୟାକ୍ସ ଓ ଆବାସ ଯୋଜନା ସମ୍ପର୍କରେ ଅଭିଯୋଗ ଶୁଣାଯିବ। ପୌରପାଳିକା ପକ୍ଷରୁ ବିଲ୍ଡିଂ ପ୍ଲାନ ଦିଆଯାଉ ନ ଥିବାରୁ ଏହାକୁ ଏବେ ବାଦ୍‌ ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ପୌରପାଳିକାରେ ମୋ ସରକାର ସେଲ୍‌ ଖୋଲାଯାଇଛି। ପ୍ରଥମ ଦିନରେ କୌଣସି ଅଭିଯୋଗ ଆସିନାହିଁ। କାର୍ଯ୍ୟାଳୟକୁ ଆସୁଥିବା ଅଭିଯୋଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇ ସମାଧାନ କରାଯିବ ବୋଲି ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତଙ୍କ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

ଦୋକାନ ତାଲା ଭାଙ୍ଗି ଟଙ୍କା-ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଛତ୍ରପୁର,୧।୬(ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ଲୋୟର ବସ ଷ୍ଟାଣ୍ଡଠାରେ ସୋମବାର ଭୋରରୁ ଏକ ଦୋକାନରୁ କିଛି ଦୁର୍ବୃତ୍ତ ଚୋରି କରିବା ଖବର…

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri