ପୌରପାଳିକାରେ ଆରମ୍ଭ ହେଲା ‘ମୋ ସରକାର’: ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧୨-ଅନୁଗୋଳ ପୌରପାଳିକାରେ ମୋ ସରକାର ସେଲ୍‌ ଗୁରୁବାରଠାରୁ ଖୋଲାଯାଇଛି। ଏଣିକି ଅଭିଯୋଗ ନେଇ ପୌର କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ତୁରନ୍ତ ବସିବା ପାଇଁ ଚୌକି ସହ ପିଇବାକୁ ପାଣି ଦିଆଯିବ। ଅଭିଯୋଗ ଉପରେ ପଦକ୍ଷେପ ନିଆଯିବା ପ୍ରକ୍ରିୟା ମଧ୍ୟ ଯଥାଶୀଘ୍ର ଆରମ୍ଭ ହେବ। ତେଣୁ ଆସୁଥିବା ଅଭିଯୋଗଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ପୌର କାର୍ଯ୍ୟାଳୟ ବାମ ପାର୍ଶ୍ୱ ଗୃହରେ ମୋ ସରକାରର ସେଲ୍‌ ଖୋଲାଯାଇଛି। ଏ ନେଇ ମଧ୍ୟାହ୍ନରେ ଏକ ବୈଠକ କାଉନସିଲ୍‌ ହଲରେ ଅନୁଷ୍ଠିତ ହୋଇଥିଲା। ମୋ ସରକାର ଦାୟିତ୍ୱରେ ଥିବା ମ୍ୟାନେଜମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମର କର୍ମଚାରୀ ସ୍ବାଗତିକା ସିଂହଙ୍କ ସହ ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ଜେଇ ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଲୋକଙ୍କୁ କିପରି ସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ଲୋକମାନଙ୍କ ଅଭିଯୋଗକୁ ଭଲଭାବେ ଶୁଣିବା ସହ ସମ୍ପୃକ୍ତ ବିଭାଗକୁ ତୁରନ୍ତ ପଠାଇବାକୁ କୁହାଯାଇଥିଲା। ଯଦି କୌଣସି କାରଣ ବଶତଃ ଲୋକମାନେ ଉତ୍ତ୍ୟକ୍ତ ମନୋଭାବ ପୋଷଣ କରନ୍ତି, ତେବେ ତୁରନ୍ତ ନିର୍ବାହୀ ଅଧିକାରୀଙ୍କ ନିକଟକୁ ତାଙ୍କୁ ନେବା ପାଇଁ ନିର୍ବାହୀ ଅଧିକାରୀ ପରାମର୍ଶ ଦେଇଥିଲେ। ମୋ ସରକାର ସେଲ୍‌ରେ ପ୍ରାଥମିକ ଭାବେ ଟ୍ରେଡ ଲାଇସେନ୍ସ, ହୋଲଡିଂ ଟ୍ୟାକ୍ସ ଓ ଆବାସ ଯୋଜନା ସମ୍ପର୍କରେ ଅଭିଯୋଗ ଶୁଣାଯିବ। ପୌରପାଳିକା ପକ୍ଷରୁ ବିଲ୍ଡିଂ ପ୍ଲାନ ଦିଆଯାଉ ନ ଥିବାରୁ ଏହାକୁ ଏବେ ବାଦ୍‌ ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ପୌରପାଳିକାରେ ମୋ ସରକାର ସେଲ୍‌ ଖୋଲାଯାଇଛି। ପ୍ରଥମ ଦିନରେ କୌଣସି ଅଭିଯୋଗ ଆସିନାହିଁ। କାର୍ଯ୍ୟାଳୟକୁ ଆସୁଥିବା ଅଭିଯୋଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇ ସମାଧାନ କରାଯିବ ବୋଲି ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri