ପୋଲ ନିର୍ମାଣରେ ବ୍ୟବହାର ହେଉଛି ମୂଲ୍ୟବାନ୍‌ କାଠ

ନୂଆଗାଁ,୧୭।୪(ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ନୂଆଗାଁ ବ୍ଲକର ମୀନାଗାଡିଆଠାରୁ ରଗଡିମଡ଼ା ମୁଖ୍ୟମନ୍ତ୍ରୀ ସଡ଼କର ନିର୍ମାଣ ଚାଲିଛି। ଉକ୍ତ ରାସ୍ତାରେ ନିର୍ମାଣ କରାଯାଇଥିବା ପୋଲରେ ମୂଲ୍ୟବାନ କାଠ ବ୍ୟବହାର ହୋଇଥିବା ଅଭିଯୋଗ ହେଉଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିରେ ରାସ୍ତା ସହ ପୋଲ ନିର୍ମାଣ କରିବାର ନିର୍ଦ୍ଦେଶ ରହିଛି । ତେବେ ଉକ୍ତ ପୋଲ ନିର୍ମାଣରେ ଲୁହା ସାମଗ୍ରୀ ବ୍ୟବହାର କରି ସେଣ୍ଟ୍ରି କରିବା ବଦଳରେ ଠିକାଦାର ସ୍ଥାନୀୟ ଜଙ୍ଗଲରୁ ଅଶନ, ଶାଳ, ମହୁଲ ଆଦି ମୂଲ୍ୟବାନ ଗଛ କାଟି ବହ୍ଲା ଭାବେ ବ୍ୟବହାର କରିଥିବା ଅଭିଯୋଗ ହେଉଛି । ଗତ ବର୍ଷ ବାଲଣ୍ଡାଠାରୁ ବରକୋଳା ରାସ୍ତା ନିର୍ମାଣ ଚାଲିଥିବା ସମୟରେ ପୋଲ ନିର୍ମାଣ ପାଇଁ ଠିକାଦାର ଗଛ କାଟିଥିଲେ। ଏହି ଖବର ପାଇ ୨୦୨୨ ମାର୍ଚ୍ଚ ୧୪ରେ ତତ୍କାଳୀନ ବନାଞ୍ଚଳ ଅଧିକାରୀ ସେଠାରେ ଚଢାଉ କରି କାଠ ଜବତ କରିବା ସହ ରାସ୍ତା କାମ ବୁଝୁଥିବା ସୁପରଭାଇଜରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । ଆଦିବାସୀ ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣରେ ଲୋକଙ୍କ ଦ୍ୱାରା ସଂରକ୍ଷିତ ଜଙ୍ଗଲର କାଠ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଥିଲେ। ସୁପରଭାଇଜରଙ୍କ ଗିରଫ ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ହେଲେ ବନ ବିଭାଗ କିଛି ନ ଶୁଣି ମାମଲା ରୁଜୁ କରିବା ସହିତ ସୁପରଭାଇଜରଙ୍କୁ ଗିରଫ କରିଥିଲା। କିନ୍ତୁ ମୀନାଗାଡିଆଠାରୁ ରଗଡିମଡ଼ା ରାସ୍ତାରେ ନିର୍ମାଣ ପାଇଁ ଆବଶ୍ୟକ ଥିବା ଏକାଧିକ ପୋଲରେ ମୂଲ୍ୟବାନ କାଠ ବହ୍ଲା ବ୍ୟବହାର କରାଯାଇଛି। ଅଥଚ ବନ ବିଭାଗ ନୀରବଦ୍ରଷ୍ଠା ସାଜିଛି । ତେଣୁ ସ୍ଥାନ କାଳ ପାତ୍ର ଦେଖି ବନ ବିଭାଗ ଅଧିକାରୀମାନେ ଭିନ୍ନ ଭିନ୍ନ ନିୟମ ପ୍ରୟୋଗ କରୁଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପୋଲ ନିର୍ମାଣରେ କାଠ ବ୍ୟବହାର ବାବଦରେ ଆରଡି କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ପୋଲ ନିର୍ମାଣ କାମରେ ଠିକାଦାର କାଠ ବ୍ୟବହାର କଲେ ଆମେ ମନା କରି ପାରିବୁ ନାହିଁ ବୋଲି କହିଛନ୍ତି। ତେବେ ଏ ବାବଦରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁଙ୍କୁ ପଚାରିବାରେ ଏ ଅଭିଯୋଗ ମୁଁ ପାଇ ନ ଥିଲି। ମୁଁ ଷ୍ଟାଫ୍‌ ପଠାଇ ଦେଖୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୧୫ ଦିନ ପରେ ବଢ଼ିପାରେ ତେଲ ଦର! ପେଟ୍ରୋଲିୟମ ଡିଲର୍ସ ସଂଘ କହିଲା….

ନୂଆଦିଲ୍ଲୀ,୨୨।୪: ତୈଳ ଦରକୁ ନେଇ ପେଟ୍ରୋଲିୟମ ଡିଲର୍ସ ସଂଘର ଆକଳନ । ଆଉ ୧୫ ଦିନ ଯୁଦ୍ଧ ସ୍ଥିତି ଲାଗିଲ ରହିଲେ, ବଢ଼ିପାରେ ତେଲ ଦର। ଅଶୋଧିତ…

ଆନନ୍ଦପୁରରେ ପୋଲିସକୁ ବଡ଼ ସଫଳତା: ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨୦ ଗିରଫ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର, ୨୨/୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଚୋରା ଗଞ୍ଜେଇ ବିକ୍ରି ଘଟଣାରେ…

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

ଇଣ୍ଡକ୍ସନ କୁକଟପ୍‌କୁ ନେଇ ବଡ଼ ଘୋଷଣା କରିବେ ସରକାର, ସିଲିଣ୍ଡର ବ୍ୟବହାରକାରୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୪: ପଶ୍ଚିମ ଏସିଆର ସଙ୍କଟ ମଧ୍ୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୂଲ୍ୟ ବୃଦ୍ଧିର ମୁକାବିଲା କରିବା ପାଇଁ ସରକାର ଇଣ୍ଡକ୍ସନ କୁକଟପ ପାଇଁ ଗୁରୁତ୍ୱପୂର୍ଣ୍ଣ…

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri