ପୋଲିସ୍‌ ପାଳୁଛି ‘ବାର୍ଥ ଡେ’

ଅମୃ଼ତସର: ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ପୋଲିସ୍‌ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି। ଠିକ୍‌ ଏମିତି ଏକ ଭିନ୍ନ ଉଦ୍ୟମ କରି ଏବେ ସମସ୍ତଙ୍କ ପ୍ରିୟ ହୋଇପାରିଛି ପଞ୍ଜାବ ପୋଲିସ୍‌। ପଞ୍ଜାବର ମନ୍‌ସା ଅଞ୍ଚଳରେ ପୋଲିସ୍‌ ଏବେ ସେହି ଅଞ୍ଚଳର ସମସ୍ତ ପିଲାଙ୍କର ପ୍ରଥମ ଜନ୍ମବାର୍ଷିକୀ ପାଳନ କରିବା ପାଇଁ ଆଶ୍ଚର୍ଯ୍ୟଜନକ ଉପହାର ଦେବା ଆରମ୍ଭ କରିଛି। ପୋଲିସର ଏଭଳି ଉଦ୍ୟମ ଲୋକଙ୍କ ମୁହଁରେ ହସ ଫୁଟାଇପାରିଛି ଓ ଲକ୍‌ଡାଉନ୍‌ ମାନିବା ପାଇଁ ଉତ୍ସାହିତ କରିଛି। ଏବେ ସବୁଆଡ଼େ ଲକ୍‌ଡାଉନ୍‌ ଚାଲିଥିବାରୁ କୌଣସି ସ୍ଥାନରେ କିଛି ଉତ୍ସବ ଆୟୋଜନ କରାଯାଇ ପାରୁନି। ତେଣୁ ପୋଲିସ୍‌ ଏ ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଛୋଟପିଲାଙ୍କୁ ନିଜ ନିଜର ପ୍ରଥମ ଜନ୍ମଉତ୍ସବ ପାଳନ କରିବା ପାଇଁ ସାହାଯ୍ୟ କରୁଛି। ଏଥିପାଇଁ ଏଭଳି ପିଲା ଥିବା ଘରକୁ ହଠାତ୍‌ ଏକ ଜନ୍ମଦିନ କେକ୍‌ ଧରି ପହଞ୍ଚି ଯାଉଛି। ଜଣେ ପୋଲିସ୍‌ କେକ୍‌ ବଢ଼ାଇ ଦେବାବେଳେ ଅନ୍ୟ ପୋଲିସମାନେ ‘ହାପି ବାର୍ଥ ଡେ’ ଗୀତ ଗାଇ ଅଭିନନ୍ଦନ ଜଣାଉଛନ୍ତି। ପୋଲିସର ଏଭଳି କାମକୁ ପଡ଼ିଶା ଘର ଲୋକେ ନିଜ ନିଜ ବାଲ୍‌କୋନିରେ ଛିଡ଼ାହୋଇ ଉପଭୋଗ କରୁଛନ୍ତି। ଏଭଳି କରିବା ଫଳରେ ଲୋକଙ୍କ ମନରେ ହଠାତ୍‌ ଏକ ଭିନ୍ନ ଖୁସି ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri