ପୋଲିସ୍‌ ପାଳୁଛି ‘ବାର୍ଥ ଡେ’

ଅମୃ଼ତସର: ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ପୋଲିସ୍‌ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି। ଠିକ୍‌ ଏମିତି ଏକ ଭିନ୍ନ ଉଦ୍ୟମ କରି ଏବେ ସମସ୍ତଙ୍କ ପ୍ରିୟ ହୋଇପାରିଛି ପଞ୍ଜାବ ପୋଲିସ୍‌। ପଞ୍ଜାବର ମନ୍‌ସା ଅଞ୍ଚଳରେ ପୋଲିସ୍‌ ଏବେ ସେହି ଅଞ୍ଚଳର ସମସ୍ତ ପିଲାଙ୍କର ପ୍ରଥମ ଜନ୍ମବାର୍ଷିକୀ ପାଳନ କରିବା ପାଇଁ ଆଶ୍ଚର୍ଯ୍ୟଜନକ ଉପହାର ଦେବା ଆରମ୍ଭ କରିଛି। ପୋଲିସର ଏଭଳି ଉଦ୍ୟମ ଲୋକଙ୍କ ମୁହଁରେ ହସ ଫୁଟାଇପାରିଛି ଓ ଲକ୍‌ଡାଉନ୍‌ ମାନିବା ପାଇଁ ଉତ୍ସାହିତ କରିଛି। ଏବେ ସବୁଆଡ଼େ ଲକ୍‌ଡାଉନ୍‌ ଚାଲିଥିବାରୁ କୌଣସି ସ୍ଥାନରେ କିଛି ଉତ୍ସବ ଆୟୋଜନ କରାଯାଇ ପାରୁନି। ତେଣୁ ପୋଲିସ୍‌ ଏ ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଛୋଟପିଲାଙ୍କୁ ନିଜ ନିଜର ପ୍ରଥମ ଜନ୍ମଉତ୍ସବ ପାଳନ କରିବା ପାଇଁ ସାହାଯ୍ୟ କରୁଛି। ଏଥିପାଇଁ ଏଭଳି ପିଲା ଥିବା ଘରକୁ ହଠାତ୍‌ ଏକ ଜନ୍ମଦିନ କେକ୍‌ ଧରି ପହଞ୍ଚି ଯାଉଛି। ଜଣେ ପୋଲିସ୍‌ କେକ୍‌ ବଢ଼ାଇ ଦେବାବେଳେ ଅନ୍ୟ ପୋଲିସମାନେ ‘ହାପି ବାର୍ଥ ଡେ’ ଗୀତ ଗାଇ ଅଭିନନ୍ଦନ ଜଣାଉଛନ୍ତି। ପୋଲିସର ଏଭଳି କାମକୁ ପଡ଼ିଶା ଘର ଲୋକେ ନିଜ ନିଜ ବାଲ୍‌କୋନିରେ ଛିଡ଼ାହୋଇ ଉପଭୋଗ କରୁଛନ୍ତି। ଏଭଳି କରିବା ଫଳରେ ଲୋକଙ୍କ ମନରେ ହଠାତ୍‌ ଏକ ଭିନ୍ନ ଖୁସି ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri