ପୂର୍ବତନ ବିଧାୟକଙ୍କ ଦ୍ୱାରା ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଖଣ୍ଡପଡ଼ା,୧୦ା୬(ସ୍ବ.ପ୍ର.): ଚଳିତ ଶିକ୍ଷାବର୍ଷ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାରେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶନିବାର ଖଣ୍ଡପଡ଼ା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ, ଏହି ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ସିଧାମୂଳା ଗୋକୁଳାନନ୍ଦ ଜୀଉ ବିଦ୍ୟାମନ୍ଦିରର ଛାତ୍ର ପଞ୍ଚାନନ ସ୍ବାଇଁ, ଆର୍‌ସି ହାଇସ୍କୁଲର ଛାତ୍ରୀ ଶୁଭସ୍ମିତା ଚୌଧୁରୀ, ଭଗବତୀ ବିଦ୍ୟାପୀଠ ଛାତ୍ର ଅବିନାଶ ସାହୁ ଓ ବାଲୁଙ୍କେଶ୍ୱରଦେବ ବିଦ୍ୟାପୀଠ ଛାତ୍ରୀ ଓମ୍‌ପ୍ରିୟା ସାହୁ ପ୍ରମୁଖ ଟପ୍ପର ହୋଇଛନ୍ତି ା ପଟ୍ଟନାୟକ ଅବିନାଶଙ୍କ ଗୃହକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ା ସେହିପରି ଯୁକ୍ତଦୁଇ ବିଜ୍ଞାନ ଶ୍ରେଣୀରେ ପିଏସ୍‌ କଲେଜ ଛାତ୍ରୀ ଦୀପ୍ତିମୟୀ ସାହୁ, କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ଛାତ୍ର ଶିବଶଙ୍କର ବେହୁରୁକ ଓ ପଦ୍ମାବତୀ ମହାବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ସିଠ ପ୍ରଥମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ା ଏ ସମସ୍ତଙ୍କୁ ସମ୍ବର୍ର୍ଦ୍ଧିତ କରାଯାଇଛି। ଛାତ୍ର ସଦାଶିବଙ୍କୁ ତାଙ୍କ ବଡବାଣପୁର ବାସଭବନରେ ପୂର୍ବତନ ବିଧାୟକ ସମ୍ବର୍ଦ୍ଧତ କରିଛନ୍ତି। ଏ ସମୟରେ ବାଣପୁର ସରପଞ୍ଚ ପ୍ରଦୀପ କୁମାର କର ଓ ଗ୍ରାମବାସୀ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

ଅଧାପନ୍ତରିଆ ଭାବେ ପଡ଼ିଛି ପ୍ରାଣୀ ଚିକିତ୍ସାଳୟ କାମ

ନୂଆଗାଁ,୧୮।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ନିର୍ମାଣ ଦୀର୍ଘ ମାସ ହେଲା ଅଧପନ୍ତରିଆ ଭାବେ ପଡି ରହିଛି।...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri