କୋର୍ଟ ଷ୍ଟେଶନ ନିକଟରେ ୨ ଗଳା ଶଙ୍ଖ ନିର୍ମାଣ; ୬.୨୫ ଘଣ୍ଟା ବନ୍ଦ ହେଲା ରେଳ ଚଳାଚଳ

ଛତ୍ରପୁର,୧୦ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର କୋର୍ଟ ଷ୍ଟେଶନ ନିକଟରେ ରବିବାର ୨ ଟି ଗଳା ଶଙ୍ଖ ସ୍ଥାପନ ହୋଇଛି। ରେଳ ଟ୍ରାକ୍‌କୁ ବାହାର କରି ୨ଟି ଗଳା ଶଙ୍ଖ ପାଇଁ ନିର୍ମାଣ ହୋଇଥିବା ଆରସିସି ସେଗ୍‌ମେଣ୍ଟାଲ ବକ୍ସ ଖଞ୍ଜା ଯାଇଥିଲା। ଏହାଉପରେ ପୁଣି ରେଳ ଟ୍ରାକ୍‌ ସ୍ଥାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଶାଖାପାଟଣା-ଭୁବନେଶ୍ୱରରେ ରୁଟ୍‌ରେ ୬ ଘଣ୍ଟା ୨୫ ମିନିଟ୍‌ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଏଥିସହ ୩ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ କେତେକ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଥିଲା। ପୂର୍ବାହ୍ନ ୧୧ ଟା ୨୫ ମିନିଟ୍‌ରୁ ସନ୍ଧ୍ୟା ୫ ଟା ୫୦ ପର୍ଯ୍ୟନ୍ତ ଏହି କାମ ପାଇଁ ଉକ୍ତ ରୁଟ୍‌ରେ ରେଳ ଚଳାଚଳ ବନ୍ଦ କରିବାକୁ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ଏକ ସାପ୍ତାହିକ ଟ୍ରେନ୍‌ ପାଶ୍‌ କରିବା ପାଇଁ କିଛି ବିଳମ୍ବ କରି ପୂର୍ବାହ୍ନ ୧୧ ଟା ୩୫ ମିନିଟ୍‌ରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା। ସନ୍ଧ୍ୟା ୬ ଟା ପରେ ଏହି ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ଖୋର୍ଦ୍ଧା ଡିଭିଜନ ଏଡିଆରଏମ୍‌ ରାଜ କୁମାର ଏହାର ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଚିଫ୍‌ ବ୍ରିଜ୍‌ ଇଞ୍ଜିନିୟର କେ. ଜି. ଅଗ୍ରୱାଲ, ସିନିୟର ଡଭିଜନାଲ ଇଞ୍ଜିିନିୟର ପି.ଆର୍‌. ପାଣିଗ୍ରାହୀ, ସିନିୟର ଡିଏସ୍‌ଓ ଜି.ସି. ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ୨ ଟି ଗଳା ଶଙ୍ଖ ଦେଇ ଲୋକ ଓ ଗାଡି ଯିବା ଆସିବା ଆରମ୍ଭ ହେଲେ କୋର୍ଟ ଷ୍ଟେଶନ ନିକଟରେ ଥିବା ରେଲୱେ ଫାଟକକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯିବ ବୋଲି ଜଣାପଡିଛି। ରେଲୱେ ଫାଟକ ଥିବା ଯୋଗୁ ଟ୍ରେନ୍‌ ଯିବା ଆସିବା ସମୟରେ ଏହା ବନ୍ଦ ରହୁଛି। ଲୋକଙ୍କୁ ବହୁ ସମୟ ଅପେକ୍ଷା କରିବା ସହ ଟ୍ରାଫିକ୍‌ ମଧ୍ୟ ଜାମ୍‌ ରହୁଛି। ଏଥିସହ ସୁରକ୍ଷା ମଧ୍ୟ ପ୍ରସଙ୍ଗ ରହିଛି।
ଏହି ପରିପ୍ରେକ୍ଷୀରେ ୨ଟି ଗଳା ଶଙ୍ଖ ନିର୍ମାଣ କରାଯିବା ପରେ ରେଲୱେ ଫାଟକକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଟ୍ରାଫିକ୍‌ ଜାମ୍‌ ଦୂର କରିବା ପାଇଁ ପୂର୍ବରୁ ବହୁବାର ଗଳା ଶଙ୍ଖ ନିର୍ମାଣ କରିବାକୁ ଛତ୍ରପୁରର ବୁଦ୍ଧିଜିବୀମାନେ ରେଲୱେ କର୍ତ୍ତୃପକ୍ଷଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗଳା ଶଙ୍ଖ ନିର୍ମାଣ ସରିଥିବା ବେଳେ ଆପ୍ରୋଚ୍‌ ରୋଡ୍‌, ଗାର୍ଡ ୱାଲ୍‌ ଓ ଡ୍ରେନ୍‌ ନିର୍ମାଣ କରାଯିବ। ଏଥିସହ ବର୍ଷା ଦିନେ ଗଳା ଶଙ୍ଖରେ ପାଣି ଜମିବାର ଆଶଙ୍କା ରହିଛି। ଏଥିପାଇଁ ସେଠାରେ ଜଳ ନିଷ୍କାସନ ପାଇଁ ପମ୍ପ ହାଉସ୍‌ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri