ନିରାମୟ କେନ୍ଦ୍ରରେ କର୍ମଚାରୀ, ଔଷଧ ଅଭାବ

ପାରାଦୀପ,୧୦ା୬(ସ୍ବ.ପ୍ର.): ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକେ ବିଶେଷ ଆଗ୍ରହ ଦେଖାଉ ନ ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେଣୁ ଦିନକୁ ଦିନ ନିରାମୟ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି।
କିନ୍ତୁ ସରକାରଙ୍କ ନିୟମାନୁସାରେ ଔଷଧ ବଣ୍ଟନ, ଷ୍ଟକ ରଖିବା, ଅନ୍‌ଲାଇନରେ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି ଐଷଧ ବିବରଣୀ ଲିପିବଦ୍ଧ କରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅସୁବିଧା ହେଉଛି। ସେହିପରି ସରକାରଙ୍କ ପ୍ରଦତ୍ତ ଅନେକ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ପାରାଦୀପର ଏକମାତ୍ର ସରକାରୀ ବିଜୁ ମେମୋରିଆଲ ହସ୍ପିଟାଲରେ ଏଭଳି ଅସୁବିଧା ଦେଖିବାକୁ ମିଳୁଛି। ଏଠାରେ ଥିବା ନିରାମୟ କେନ୍ଦ୍ରରୁ ପୂର୍ବରୁ ଦୈନିକ ୫୦ରୁ ୧୦୦ ଲୋକ ଔଷଧ ନେଉଥିଲେ। ମାତ୍ର ଗତ ୬ମାସ ହେଲା ଏହି ସଂଖ୍ୟା ୩୫୦ରୁ ୪୦୦ରେ ରହୁଛି। ଆଉଟ୍‌ଡୋର ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ଆସୁଛନ୍ତି। ସେଠାରେ ଯେଉଁ ଔଷଧ ନ ମିଳୁଛି, ବାଧ୍ୟହୋଇ ବାହାର ଦୋକାନରୁ କିଣୁଛୁ ବୋଲି କହିଛନ୍ତି ମହାକାଳପଡ଼ା ବତୀଘର ଅଞ୍ଚଳରୁ ଆସିଥିବା ରୀତା ମଣ୍ଡଳ। ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି କମ୍ପ୍ୟୁଟରରେ ଲିପିବଦ୍ଧ ରଖିବା, ଔଷଧ ଦେବା ପରେ ତା’ର ବ୍ୟବହାର ସମ୍ପର୍କରେ ବୁଝାଇବା ଆଦି କାମ ସମୟ ସାପେକ୍ଷ ହୋଇଥିବାରୁ ରୋଗୀଙ୍କୁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଥିଯୋଗୁ କେତେଜଣ ପାଟିତୁଣ୍ଡ ମଧ୍ୟ କରୁଛନ୍ତି। ଜଣେ କର୍ମଚାରୀରେ ଏସବୁ କାମ କରିବାରେ ଅସୁବିଧା ହେଉଛି ବୋଲି ଫାର୍ମାସିଷ୍ଟ ଧର୍ମାନନ୍ଦ ସାହୁ କହିଛନ୍ତି। ମେଡିକାଲ ଇନ୍‌ଚାର୍ଜ ଅଫିସର ଡା. ବସନ୍ତ ରାଉତ କହିଛନ୍ତି ଯେ ଯେତିକି କର୍ମଚାରୀ ଅଛନ୍ତି, ସେଥିରେ କାମ କରିବାକୁ ପଡୁଛି। ଔଷଧ ଅଭାବ ପ୍ରସଙ୍ଗଗରେ ସେ କହିଛନ୍ତି ଯେ, ସେମିତି ହୋଇ ନ ଥିବ। କଁା ଭଁା ଗୋଟିଏ ଦୁଇଟି ପ୍ରକାର ଔଷଧ ସ୍ବଳ୍ପ ସମୟ ପାଇଁ ସରିଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ତାଲିକାରୁ ଜଗତ୍‌ସିଂହପୁର ଏମ୍‌ପି ସିଟର ୬ ଆସନ ବାଦ୍‌

ଜଗତ୍‌ସିଂହପୁର, ୨୮ା୩ (ପ୍ରମୋଦ କୁମାର ନାୟକ)୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି-ଭାଜପା ମେଣ୍ଟ ପ୍ରସଙ୍ଗ କିଛି ଦିନ ରାଜ୍ୟ ରାଜନୀତିରେ ନିଆରା ପରିବେଶ...

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି...

ଆରପାରିରେ ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ନୂଆଦିଲ୍ଲୀ,୨୨।୩: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।ଭୁବନେଶ୍ୱରରେ ଏକ ଗାଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ ଟା ୨୩...

ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଜଗତ୍‌ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ସ୍ତ୍ରୀ

ଭୁବନେଶ୍ୱର/ ପାରାଦୀପ, ୧୮।୩(ସୁନିତ୍‌ ମିଶ୍ର/ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ରବିବାର...

ଦାବି ପୂରଣ ନ ହେଲେ ସରପଞ୍ଚ ଇସ୍ତଫା ଦେବେ

ରଘୁନାଥପୁର,୧୪ା୩(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ପରଠୁ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ବାବଦରେ ୧ କୋଟିରୁ ଊର୍ଦ୍ଧ୍ୱ...

ଜଗତ୍‌ସିଂହପୁରରେ ବଙ୍ଗଳାଭାଷୀ ଉଲ୍ଲସିତ

ପାରାଦୀପ,୧୩।୩(ଶରତ ରାଉତ)ଭାରତ ସରକାର ସୋମବାର ଦେଶରେ ସିଏଏ (ନାଗରିକତ୍ୱ ସଂଶୋଧନ ଆଇନ) ଲାଗୁ କରିବା ପରେ ଓଡ଼ିଶା ଉପକୂଳରେ ଜବରଦଖଲ କରି ରହିଥିବା ବଙ୍ଗଳାଭାଷୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri