Posted inଜାତୀୟ

ପୂର୍ବତନ ପିଡ଼ିପି ନେତା ଘୋଷଣା କଲେ ନୂଆ ରାଜନୈତିକ ଦଳ

ଶ୍ରୀନଗର,୮।୩: ଜମ୍ମୁ-କଶ୍ମୀରର ପୂର୍ବତନ ପିଡ଼ିପି ନେତା ତଥା ପୂର୍ବ ମନ୍ତ୍ରୀ ଅଲତାଫ୍‌ ବୁଖାରୀ ତାଙ୍କର ନୂଆ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଜମ୍ମୁ-କଶ୍ମୀର ଆପନି ପାର୍ଟି’(ଜେକେଏପି) ରଖିଛନ୍ତି। ଏହି ନୂଆ ରାଜନୈତିକ ଦଳରେ କଂଗ୍ରେସ, ପିଡ଼ିପି ଏବଂ ନ୍ୟାସନାଲ କନଫରେନ୍ସ୍‌ର ୩୧ ଜଣ ସଦସ୍ୟ ସାମିଲ୍‌ ହେବେ ବୋଲି କୁହାଯାଉଛି। କଶ୍ମୀର ପଣ୍ଡିତଙ୍କ ଘରବାହୁଡ଼ା, ଯୁବବର୍ଗ ଏବଂ ମହିଳା ସଶକ୍ତି କରଣ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ବୁଖାରୀ କହିଛନ୍ତି। ଗତବର୍ଷ ଅଗଷ୍ଟ ୫ଠାରୁ ଜମ୍ମୁ-କଶ୍ମୀରରେ ବହୁ ପରିବର୍ତ୍ତନ ଘଟିଛି। ଆମେ ନୂଆ ଦଳ ଗଠନ କରି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ୪ ବୈଠକ ପରେ ମିଳିଲା ‘ବିଜୟ’…

ଚେନ୍ନାଇ,୧୦।୫: ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ସଭାପତି ବିଜୟଙ୍କୁ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ସଂଗ୍ରହ କରିବାକୁ ପାଞ୍ଚ ଦିନ, ରାଜ୍ୟପାଳଙ୍କ ସହ ଚାରୋଟି…

ହର୍ମୁଜ ନୁହେଁ ଏଇଠୁ ଆସିବ ଖୁସି ଖବର, ବିଶ୍ୱକୁ ଫେରିବ ଶାନ୍ତି!

ମସ୍କୋ/କ୍ୱିଭ,୧୦।୫: ଗତ କିଛି ବର୍ଷ ଧରି ବିଶ୍ୱ ନିରନ୍ତର ଯୁଦ୍ଧ ଏବଂ ସଂଘର୍ଷର ଏକ ଅବଧି ଦେଖିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି…

ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସର୍ଟ…

କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଡି. ସୁଧାକରଙ୍କ ଦେହାନ୍ତ, ହସ୍ପିଟାଲରେ ହେଉଥିଲା ଚିକିତ୍ସା

ବେଙ୍ଗାଲୁରୁ,୧୦।୫: କର୍ନାଟକର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଡି. ସୁଧାକରଙ୍କ ଦେହାନ୍ତ ହୋଇଛି। ସେ ବହୁ ସମୟ ଧରି ଚିକିତ୍ସାଧୀନ ଥିଲେ। ଏହି ଅବସରରେ, ଉପମୁଖ୍ୟମନ୍ତ୍ରୀ ଡି.କେ.…

ପୂର୍ବତନ IAS ସୁବ୍ରତ ଗୁପ୍ତା ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ, ନିର୍ବାଚନରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଲକାତା,୧୦।୫: ଶନିବାର (୯ ମଇ, ୨୦୨୬) ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ନବନିର୍ବାଚିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri