ପୁରୀରେ ଉଚ୍ଛେଦ ବେଳେ ଦୁର୍ଘଟଣା: ଭଙ୍ଗା ଅଂଶ ଛିଟିକି ଜେସିବି ଚାଳକ ଆହତ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ଯେଉଁମାନେ ଜମି ବିକ୍ରି କରିସାରିଛନ୍ତି ସେମାନଙ୍କ ଘର ଭଙ୍ଗାଯାଉଛି। ଶନିବାର କାକୁଡ଼ିଖାଇ ଛକରେ ଉଚ୍ଛେଦ କରାଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ଆହତ ହୋଇଛନ୍ତି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଜେସିବି ଚାଳକ କଟକ ନିଆଳିର ଲକ୍ଷ୍ମୀଧର ମୁଦୁଲି। ଏକ ଭଙ୍ଗା ଅଂଶ ଛିଟିକି ଗାଡ଼ିି କାଚ ଭାଙ୍ଗି ଲକ୍ଷ୍ମୀଧରଙ୍କ ଗୋଡ଼ରେ ବାଜିଥିଲା। ଫଳରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସକାଳେ ୨ ପ୍ଲାଟୁନ ପୋଲିସ ଫୋର୍ସ କାକୁଡ଼ିିଖାଇ ଛକରେ ପହଞ୍ଚତ୍ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଉଚ୍ଛେଦ ସ୍ଥଳ ସଂଲଗ୍ନ ରାସ୍ତାକୁ ବ୍ୟାରିକେଡିଂ କରି ଦେଇଥିଲେ। ଏହାପରେ ଭଙ୍ଗା ଆରମ୍ଭ ହୋଇଥିଲା। ୨ ଘରୋଇ ପ୍ଲଟର କୋଠା ଭଙ୍ଗା ଯାଉଥିଲା। ଏହି ଉଚ୍ଛେଦରେ ନିୟୋଜିତ ଜେସିବି ମଧ୍ୟରୁ ଗୋଟିଏ ଜେସିବି ଚଳାଉଥିଲେ ଲକ୍ଷ୍ମୀଧର। ଅପରାହ୍ନ ପ୍ରାୟ ୧ଟାରେ ଖଣ୍ଡିଏ ଭଙ୍ଗା ଅଂଶ ଛିଟିକି ଜେସିବି କାଚ ଭାଙ୍ଗି ତାଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ ଆଣ୍ଠୁ ପାଖରେ କ୍ଷତ ହୋଇ ରକ୍ତ ବାହାରିଥିଲା। ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ତାଙ୍କୁ ଜିଲା ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, କାକୁଡ଼ିଖାଇ ଛକ ନିକଟରେ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ଉଚ୍ଛେଦ ସମୟରେ ଖଣ୍ଡେ ଭଗ୍ନାବଶେଷ ଛିଟିକି ଆସି ଜେସିବି ଚାଳକଙ୍କ ଗୋଡ଼ରେ ବାଜିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଯେହେତୁ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ଚାଲୁଛି ତେଣୁ ଭକ୍ତମାନେ ଯେପରି ସୁବିଧାରେ ଯା’ଆସ କରିପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?