Posted inଫୁରସତ

ପୁଅର ସ୍ପାଇଡରମ୍ୟାନ୍‌ ହେବା ଇଚ୍ଛା ପୂରଣ କଲେ ବାପା

ସାଧାରଣତଃ ପିଲାମାନେ ସ୍ପାଇଡର ଏବଂ ସୁପରମ୍ୟାନ୍‌ ପରି ସୁପରହିଟ୍‌ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। ଖାଲି ସେତିକି ନୁହେଁ, ମନଭିତରେ ନିଜକୁ ସ୍ପାଇଡର ମ୍ୟାନ୍‌ ବନେଇବାର ଇଚ୍ଛା ମଧ୍ୟ ରଖିଥାନ୍ତି। ଏପରି ଜଣେ ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଶିଶୁଟିର କାହାଣୀ ଟିକେ ଅଲଗା। ତା’ର ନାମ ଇଲୟ। ସ୍ପାଇଡରମ୍ୟାନ୍‌ ଫିଲ୍ମ ଦେଖିବାକୁ ଇଲୟକୁ ଖୁବ୍‌ ଭଲ ଲାଗେ। ସେ ନିଜକୁ ମଧ୍ୟ ସୁପରହିରୋ ଭାବିବାକୁ ଲାଗିଲା। ସେ ତା’ ବାପା ଜେରେମିଙ୍କୁ ସ୍ପାଇଡରମ୍ୟାନ୍‌ ପୋଷାକ କିଣିଦେବାକୁ କହିଲେ। ପ୍ରଥମେ ଜେରେମି ମନା କରୁଥିଲେ ମଧ୍ୟ ପୁଅର ଜିଦ୍‌ ଆଗରେ ହାର ମାନି ଏକ ସ୍ପାଇଡରମ୍ୟାନ୍‌ ପୋଷାକ କିଣି ଆଣିଲେ। ଏହା ପରେ ଇଲୟ ଡ୍ରେସ୍‌ଟିକୁ ପିନ୍ଧ ସ୍ପାଇଡରମ୍ୟାନ୍‌ ହେବାକୁ ଇଚ୍ଛା ପ୍ରକାଶ କଲା। କେବଳ ଏତିକି ନୁହେଁ, ଡ୍ରେସ୍‌ ପିନ୍ଧି ସାରିବା ପରେ ଘର କାନ୍ଥରେ ସ୍ପାଇଡରମ୍ୟାନ୍‌ ପରି ଚାଲିବାକୁ ଚାହିଁଲା। ଏହି ଚାଲିବା ଅବସ୍ଥାରେ ଫଟୋ ଉଠାଇବାକୁ ବାପାଙ୍କ ନିକଟରେ ଜିଦ୍‌ ଧରିଲା। ଏଥର ମଧ୍ୟ ପୁଅ ନିକଟରେ ହାର୍‌ ମାନିଲେ ବାପା। ପିଲାଟି ସ୍ପାଇଡରମ୍ୟାନ୍‌ ପରି କାନ୍ଥରେ ଚାଲିଲେ, ଆଉ ବହୁତ ଫଟୋ ମଧ୍ୟ ଉଠାଇଲେ। ଜେରେମି ପୁଅର ସ୍ବପ୍ନ ପୂରା କରିବାକୁ ଏକ ତରିକା ଆପଣାଇଲେ। ସେ ଫଟୋଶପ୍‌ ମାଧ୍ୟରେ ଇଲୟଙ୍କ କିଛି ଫଟୋ ସହରର କାନ୍ଥବାଡ଼ରେ ଲଗାଇଦେଲେ। ଏହାକୁ ଦେଖି ଇଲୟ ବହୁତ ଖୁସି ହୋଇଗଲେ। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ବର୍ତ୍ତମାନସୁଦ୍ଧା ଏହି ଫଟୋକୁ ୭ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri