Posted inଫୁରସତ

ପୁଅର ସ୍ପାଇଡରମ୍ୟାନ୍‌ ହେବା ଇଚ୍ଛା ପୂରଣ କଲେ ବାପା

ସାଧାରଣତଃ ପିଲାମାନେ ସ୍ପାଇଡର ଏବଂ ସୁପରମ୍ୟାନ୍‌ ପରି ସୁପରହିଟ୍‌ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। ଖାଲି ସେତିକି ନୁହେଁ, ମନଭିତରେ ନିଜକୁ ସ୍ପାଇଡର ମ୍ୟାନ୍‌ ବନେଇବାର ଇଚ୍ଛା ମଧ୍ୟ ରଖିଥାନ୍ତି। ଏପରି ଜଣେ ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଶିଶୁଟିର କାହାଣୀ ଟିକେ ଅଲଗା। ତା’ର ନାମ ଇଲୟ। ସ୍ପାଇଡରମ୍ୟାନ୍‌ ଫିଲ୍ମ ଦେଖିବାକୁ ଇଲୟକୁ ଖୁବ୍‌ ଭଲ ଲାଗେ। ସେ ନିଜକୁ ମଧ୍ୟ ସୁପରହିରୋ ଭାବିବାକୁ ଲାଗିଲା। ସେ ତା’ ବାପା ଜେରେମିଙ୍କୁ ସ୍ପାଇଡରମ୍ୟାନ୍‌ ପୋଷାକ କିଣିଦେବାକୁ କହିଲେ। ପ୍ରଥମେ ଜେରେମି ମନା କରୁଥିଲେ ମଧ୍ୟ ପୁଅର ଜିଦ୍‌ ଆଗରେ ହାର ମାନି ଏକ ସ୍ପାଇଡରମ୍ୟାନ୍‌ ପୋଷାକ କିଣି ଆଣିଲେ। ଏହା ପରେ ଇଲୟ ଡ୍ରେସ୍‌ଟିକୁ ପିନ୍ଧ ସ୍ପାଇଡରମ୍ୟାନ୍‌ ହେବାକୁ ଇଚ୍ଛା ପ୍ରକାଶ କଲା। କେବଳ ଏତିକି ନୁହେଁ, ଡ୍ରେସ୍‌ ପିନ୍ଧି ସାରିବା ପରେ ଘର କାନ୍ଥରେ ସ୍ପାଇଡରମ୍ୟାନ୍‌ ପରି ଚାଲିବାକୁ ଚାହିଁଲା। ଏହି ଚାଲିବା ଅବସ୍ଥାରେ ଫଟୋ ଉଠାଇବାକୁ ବାପାଙ୍କ ନିକଟରେ ଜିଦ୍‌ ଧରିଲା। ଏଥର ମଧ୍ୟ ପୁଅ ନିକଟରେ ହାର୍‌ ମାନିଲେ ବାପା। ପିଲାଟି ସ୍ପାଇଡରମ୍ୟାନ୍‌ ପରି କାନ୍ଥରେ ଚାଲିଲେ, ଆଉ ବହୁତ ଫଟୋ ମଧ୍ୟ ଉଠାଇଲେ। ଜେରେମି ପୁଅର ସ୍ବପ୍ନ ପୂରା କରିବାକୁ ଏକ ତରିକା ଆପଣାଇଲେ। ସେ ଫଟୋଶପ୍‌ ମାଧ୍ୟରେ ଇଲୟଙ୍କ କିଛି ଫଟୋ ସହରର କାନ୍ଥବାଡ଼ରେ ଲଗାଇଦେଲେ। ଏହାକୁ ଦେଖି ଇଲୟ ବହୁତ ଖୁସି ହୋଇଗଲେ। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ବର୍ତ୍ତମାନସୁଦ୍ଧା ଏହି ଫଟୋକୁ ୭ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟୁଇଟ୍‌ କରିଛନ୍ତି।

https://twitter.com/SuperSartre/status/1269009623878643714?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1269009623878643714&ref_url=https%3A%2F%2Fwww.amarujala.com%2Fbizarre-news%2Ffather-photoshops-pics-to-turn-his-son-into-spider-man


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଆନିମେଶନ ଚଳଚ୍ଚିତ୍ର ରିଲିଜ୍‌କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: କେତେଜଣଙ୍କ ଆପତ୍ତି ପାଇଁ …

ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ…

ଭୁଶୁଡ଼ିଲା ପଥରଗଡ଼ ଡ୍ୟାମ୍‌ ହୁଡ଼ା: ୧ଶହ ଏକର ଚାଷ ଜମି ବାଲିଚର

ଲୋଇସିଂହା,୩0୦।୭(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବୁଧବାର ଦିନକ ଭିତରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାରେ ସର୍ବାଧିକ…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର…

ଜିମ୍ବାୱେରେ ମିଳିଲା ୨୧ କୋଟି ବର୍ଷ ପୁରୁଣା ଡାଇନୋସର କଙ୍କାଳ

ହାରାରେ, ୩୦ା୭ (ଏଜେନ୍ସି): ଜିମ୍ବାଓ୍ବେରେ ୨୧ କୋଟି (୨୧୦ ନିୟୁତ) ବର୍ଷ ପୁରୁଣା ନୂତନ ପ୍ରଜାତିର ଡାଇନୋସର କଙ୍କାଳ ଆବିଷ୍କୃତ ହୋଇଛି। ଏହି ପ୍ରାଚୀନ ଆବିଷ୍କାର ପୃଥିବୀରେ…

ଆରମ୍ଭ ହେବ ମାଗଣା ମ୍ୟୁଚୁଆଲ ଫଣ୍ଡ୍‌ ସାର୍ଟିଫିକେଟ ପାଠ୍ୟକ୍ରମ

ଭୁବନେଶ୍ୱର, ୩୦ା୭ (ସୁଚିସ୍ମିତା ସାହୁ): ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଆର୍ଥିକ ସାକ୍ଷରତା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ରାଜ୍ୟ ସରକାର…

ନିଯୁକ୍ତି ନିୟମରେ ଆସିପାରେ ସଂସ୍କାର: ୪ ବିଭାଗଠାରୁ ଲୋଡ଼ାଗଲା ମତାମତ

ଭୁବନେଶ୍ୱର,୩୦ା୭(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନିୟମରେ ଅଧିକ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରହିଛିି। ଏହାକୁ ନେଇ ୪ ପ୍ରମୁଖ ବିଭାଗଠାରୁ ତଥ୍ୟ ଲୋଡ଼ାଯାଇଛି। ଏ…

ଉପରେ ଶୁଖିଲା ଲଙ୍କା, ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ସୋନପୁର,୩୦ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri