ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୭।୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ। ଶୁକ୍ରବାର ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ ସଭାରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ରାଜୁ କହିଛନ୍ତି, ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ପିସିସି ସଭାପତି। ସେ ହିଁ ରହିବେ। ପିସିସି ସଭାପତି ପଦକୁ ନେଇ କୌଣସି କର୍ମୀ କିମ୍ବା ନେତୃବୃନ୍ଦ ବିଭ୍ରାନ୍ତ ହେବାର ଆବଶ୍ୟକତା ନାହିଁ। ଗୋଟିଏ ଗୋଷ୍ଠୀ ପିସିସି ସଭାପତିଙ୍କୁ ବଦଳାଇବା ଲାଗି ବାରମ୍ବାର ଦିଲ୍ଲୀ ଯାଉଥିବା ପ୍ରଶ୍ନରେ ରାଜୁ କହିଛନ୍ତି, ସେମାନଙ୍କ ଉପରେ ମଧ୍ୟ ଫୋକସ ରଖାଯାଇଛି। ଦଳୀୟ ନିଷ୍ପତ୍ତିକୁ ଯେଉଁମାନେ ଅବମାନନା କରିବେ ହାଇକମାଣ୍ଡ ନିଶ୍ଚିତ ରୂପେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜାତୀୟ ନେତୃତ୍ୱ ହେଉଛନ୍ତି ସୋନିଆ ଗାନ୍ଧୀ ଏବଂ ରାଜ୍ୟରେ ନିରଞ୍ଜନ ପଟ୍ଟନାୟକ। ଏଥିରେ କେହି ଦ୍ୱିମତ ହେବାର ନାହିଁ। ଏଠାରେ ଆମେ ନିରଞ୍ଜନଙ୍କ ନେତୃତ୍ୱରେ ହିଁ ସମସ୍ତେ କାମ କରିବା ବୋଲି ରାଜୁ ସ୍ପଷ୍ଟ କରିଛନ୍ତି।
ରାଜ୍ୟରେ ଦଳର ସ୍ଥିତି ଦୁର୍ବଳ ହେଉଥିବା ପ୍ରଶ୍ନରେ ସେ କହିଥିଲେ, ଗତ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଥିଲୁ। କିନ୍ତୁ ତାହା ହେଲା ନାହିଁ। ତେଣୁ ସଙ୍ଗଠନକୁ କିପରି ମଜବୁତ୍‌ କରାଯିବ ସେଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତି ବିଧାନସଭା କ୍ଷେତ୍ରକୁ ଯାଇ ନୂଆ ପିଢୀକୁ ଆଗକୁ ବଢାଇବା ଲାଗି ବାଟ ପ୍ରସ୍ତୁତ ହେବ। କଂଗ୍ରେସ ବିଚାରାଧାରାର ଲୋକଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ରାଜୁ କହିଛନ୍ତି। ସେହିପରି ଦେଶରେ ବିଭିନ୍ନ ସ୍ଥାନରେ ମହିଳା ଏବଂ ଯୁବତୀଙ୍କ ପ୍ରତି ଯେଉଁ ଅମାନବୀୟ କାଣ୍ଡ ଘଟୁଛି ତାହାକୁ ସେ ତୀବ୍ର ନିନ୍ଦା କରିଥିଲେ। ଏଭଳି ଘଟଣା ଉପରେ ରୋକ୍‌ ଲଗାଯିବବା ଦରକାର। କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏହି ଘଟଣା ଦେଖିବାକୁ ମିଳୁଛି। ଓଡ଼ିଶାରେ ବି ମହିଳାଙ୍କ ଉପରେ ଅତ୍ୟାଚାର ଅଧିକ ମାତ୍ରାରେ ହେଉଛି। ଏଥିରେ ଅଙ୍କୁଶ ଆଣିବାକୁ କଂଗ୍ରେସ ଦଳ କାମ କରିବ ବୋଲି ରାଜୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri