ପାରାଙ୍କ ବୁଦ୍ଧିମତ୍ତା

ମାନେକା ଗାନ୍ଧୀ

ଗାଈ ଭାରି ବୁଦ୍ଧିଆ ବୋଲି ଆମେ ସମସ୍ତେ ଜାଣିଥିବାବେଳେ ଖୁବ୍‌ କମ୍‌ ଲୋକ ପାରାର ଦକ୍ଷତା ଓ ବୁଦ୍ଧିମତ୍ତା ସମ୍ପର୍କରେ ଜାଣନ୍ତି। ପାରା ଏକ ସଙ୍ଗରେ ଅନେକ କାର୍ଯ୍ୟ କରିପାରେ। ମଣିଷଠାରୁ ବି ଅଧିକ କାର୍ଯ୍ୟ କରିପାରନ୍ତି ପାରା। ରୁର୍ହୁ ବିଶ୍ୱବିଦ୍ୟାଳୟ(ବୋକ୍‌ହାମ୍‌)ରେ ବୈଜ୍ଞାନିକମାନଙ୍କ ଦ୍ୱାରା ଏକ ଗବେଷଣା କରାଯାଇଥିଲା। ସେମାନେ ମଣିଷ ଓ ପାରା ଗ୍ରୁପ୍‌ ଉପରେ ପରୀକ୍ଷା କରିଥିଲେ। ଗୋଟିଏ ବଲ୍‌ବ ଜଳିବା କ୍ଷଣି ମଣିଷ ଓ ପାରାଙ୍କୁ ଏକ କିବୋର୍ଡ ଦବାଇବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। ସେମାନଙ୍କୁ ଏଭଳି ଏକ ଅବସ୍ଥାରେ ରଖାଯାଇଥିଲା ଯେଉଁଠି ସେମାନେ ଗୋଟିଏ କାର୍ଯ୍ୟ ବନ୍ଦ କରି ଆଉ ଏକ କାର୍ଯ୍ୟ ସାଙ୍ଗେ ସାଙ୍ଗେ କରିବାକୁ ସ୍ଥିର କରାଯାଇଥିଲା। ଏଠାରେ ପାରା ଓ ମଣିଷ ଗ୍ରୁପ୍‌ ଗୋଟିଏ କାର୍ଯ୍ୟରୁ ଅନ୍ୟଟିକୁ ସମାନ ବେଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ କରାଯାଇଥିଲା। ପରିବର୍ତ୍ତନ କରିବାର ସମୟ ୧ ସେକେଣ୍ଡ ରଖାଯାଇଥିଲେ ବି ପାରାମାନେ ଏହି ସମୟ ପୂର୍ବରୁୁ ଖୁବ୍‌ ଶୀଘ୍ର କାର୍ଯ୍ୟଟିକୁ ଗ୍ରହଣ କରିନେଇଥିଲେ।
ପାରା କ୍ୟାନ୍‌ସର ଚିହ୍ନଟ କରିପାରନ୍ତି ଏବଂ କେଉଁ କ୍ୟାନ୍‌ସର ଘାତକ ଓ ସାମାନ୍ୟ ସ୍ତରରେ ଅଛି ତାହା ବାରି ପାରିଥାନ୍ତି ବୋଲି ୨୦୧୫ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡେଭିସ୍‌ ମେଡିକାଲ ସେଣ୍ଟର୍‌ରେ ସମ୍ଭାବ୍ୟ ବ୍ରେଷ୍ଟ କ୍ୟାନ୍‌ସର ନିରୂପଣ କରିବାର ପଦ୍ଧତି ସହ ଗୋଟିଏ ପାରାକୁ ରଖା ଯାଇଥିଲା। କ୍ୟାନ୍‌ସର ଘାତକ କିମ୍ବା ସାମାନ୍ୟ ତାହା ପାରା ଜାଣିପାରୁଛି କି ନାହିଁ ସେଥିଲାଗି ଏଭଳି ବ୍ୟବସ୍ଥା କରାଯାଇଥିଲା ଏବଂ ସେମାନେ ଏହା କରିପାରିଥିଲେ। ସାଇଣ୍ଟିଫିକ୍‌ ଆମେରିକାନ ଅନୁସାରେ ଥରେ ପାରାଙ୍କୁ ରୋଗ ନିରୂପଣ କରିବାର ଉପାୟ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଗଲା ପରେ ସେମାନେ ତାହା ହାରାହାରି ୮୫ ପ୍ରତିଶତ ଠିକ୍‌ ଭାବେ କରିପାରିଥିଲେ। କିନ୍ତୁ ଯେତେବେଳେ ଦଳ ଦଳ ପାରାଙ୍କୁ ଅନେକ କାର୍ଯ୍ୟ କରିବା ଲାଗି ଦିଆଯାଇଥିଲା ଓ ସବୁ ବିଷୟ ପାଇଁ ଏକ ସାଧାରଣ ଉତ୍ତର ରଖାଯାଇଥିଲା, ସେ କ୍ଷେତ୍ରରେ ପାରାଦଳ ଆଶ୍ଚର୍ଯ୍ୟଜନକ ଭାବେ ୯୯ ପ୍ରତିଶତ ଠିକ୍‌ ଉତ୍ତର ନିର୍ଣ୍ଣୟ କରିପାରିଥିଲେ। ତେବେ ଜଣେ ପାଥୋଲୋଜିଷ୍ଟଙ୍କଠାରୁ ଅଧିକ କ’ଣ ବା ଆଶା କରିବା। ପାରା ମଧ୍ୟ ଅବାସ୍ତବ ଛବି ବିଷୟରେ ଜାଣିବାରେ ତା’ ବୁଦ୍ଧି ପ୍ରୟୋଗ କରିବାକୁ ସକ୍ଷମ ବୋଲି ଲକ୍ଷ୍ୟ କରାଯାଇଥିଲା। ପାରାମାନଙ୍କୁ ସାଧାରଣତଃ ମନେରଖିବା ପାଇଁ ବାରମ୍ବାର ଶିକ୍ଷାଦେଇ ଏହି ସିଦ୍ଧାନ୍ତ ହାସଲ କରାଯାଇନଥିଲା।
ପାରା ମେଟ୍ରୋରେ ସେମାନଙ୍କ ଆହାରସ୍ଥଳୀକୁ ଯାଇଥାନ୍ତି ଓ ଦୈନିକ ସେହି ସ୍ଥାନରେ ହିଁ ଓହ୍ଲାଇଥାନ୍ତି। ଏହାର ଅର୍ଥ ସେମାନେ ଗଣିପାରନ୍ତି, ସେମାନଙ୍କ ସାଥିରେ ଯାଉଥିବା ଯାତ୍ରୀମାନଙ୍କୁ ମନେରଖନ୍ତି ଏବଂ ସ୍ଥାନର ସୀମା ଓ କେଉଁଠାରେ ଓହ୍ଲାଇବେ ସେ ସମ୍ପର୍କରେ ବି ଜାଣିପାରନ୍ତି। ୨୦୧୧ରେ ପ୍ୟାରିସ୍‌ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ,ଯେଉଁ ଲୋକମାନେ ସେମାନଙ୍କୁ ଭଲ ଲାଗନ୍ତି ସେମାନେ ତାଙ୍କୁ ଚିହ୍ନି ମନେରଖନ୍ତି ଏବଂ ଯେଉଁମାନେ ସଂକୀର୍ଣ୍ଣମନା ସେମାନଙ୍କଠାରୁ ଦୂରେଇ ରହନ୍ତି। ସମାନ ବୟସର ଏକା ଭଳି ଦେଖାଯାଉଥିବା ଏକାବର୍ଣ୍ଣର ଗବେଷକମାନଙ୍କ ମଧ୍ୟରୁ କେତେଜଣ ପାରାଙ୍କୁ ଭୟ ପ୍ରଦର୍ଶନ କରିଥିଲେ ତ ଆଉ କେତେକ ସେମାନଙ୍କୁ ଖାଦ୍ୟ ଦେଇଥିଲେ। ଗବେଷକମାନେ ଏହା ଅନେକ ଦିନ ଯାଏ କରିଥିଲେ। ପରେ ପାରାମାନେ ସେମାନଙ୍କୁ ଭୟ ଦେଖାଇଥିବା ଓ ଖାଦ୍ୟ ଦେଇଥିବା ଗବେଷକମାନଙ୍କୁ ପୃଥକ ଭାବେ ଜାଣିପାରିଥିଲେ। ଏପରି କି ଯେତେବେଳେ ଗବେଷକମାନେ ପୋଷାକ ବଦଳାଇଲେ ଏବଂ ଦଳଗତ ଭାବେ କିମ୍ବା ପରସ୍ପରଠାରୁ ଦୂରେଇ ରହିଲେ ସେତେବେଳେ ପାରାମାନେ ସେମାନଙ୍କୁ ମଧ୍ୟ ଠାବ କରିପାରିଥିଲେ। ପୋଷାକର ରଙ୍ଗ ମଣିଷକୁ ଭିନ୍ନ ଭାବରେ ଉପସ୍ଥାପନ କରିବାର ବାଟ ନୁହେଁ ବୋଲି ପାରା ଜାଣିପାରିଥିଲେ ବୋଲି ଡ. ଡଲିଲାଙ୍କ ତତ୍ତ୍ୱାବଧାନରେ ଗବେଷକ ଦଳ ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ । ବିଶେଷକରି ମଣିଷ ମଧ୍ୟରେ ରହିଥିବା ପ୍ରଭେଦକୁ ଜାଣିପାରିବାର ଦକ୍ଷତା ସେମାନଙ୍କ ପାଖରେ ରହିଛି।
ପାରାଙ୍କର ଅସାଧାରଣ ଦୂରଦୃଷ୍ଟି ରହିଛି ଏବଂ ଏକା ପ୍ରକାର ଦେଖାଯାଉଥିବା ରଙ୍ଗ ମଧ୍ୟରେ ଥିବା ପ୍ରଭେଦକୁ ଏମାନେ ଜାଣିପାରନ୍ତି। ଯଦି ପାରାଙ୍କୁ ଶିକ୍ଷା ଦିଆଯାଏ ତେବେ ସେମାନେ ଅକ୍ଷର ବି ଚିହ୍ନିପାରିବେ। ୨୦୧୬ରେ କରାଯାଇଥିବା ଏକ ଅନୁଧ୍ୟାନରେ ବୈଜ୍ଞାନିକମାନେ ସ୍ପଷ୍ଟ କରିଥିଲେ ଯେ, ପାରା ଅକ୍ଷରମାଳା ଏବଂ ପ୍ରକୃତ ଶବ୍ଦ ମଧ୍ୟରେ ଥିବା ଭିନ୍ନତାକୁ ନିର୍ଣ୍ଣୟ କରିପାରନ୍ତି। ଅନୁଧ୍ୟାନରେ ସାମିଲ ପାରାଙ୍କ ମଧ୍ୟରୁ ୪ଟି ପାରା ଅକ୍ଷରକୁ ନେଇ ୨୬ରୁ ୫୮ ଯାଏ ଇଂଲିଶ ଶବ୍ଦ ଗଢିପାରିଥିଲେ। ଏପରି କି ପାରାମାନେ ପୂର୍ବରୁ ଦେଖି ନ ଥିବା ଶବ୍ଦଗୁଡିକୁ ବି ଚିହ୍ନଟ କରିପାରିଥିଲେ। ସେମାନେ ଗାଣିତିକ ଅବଧାରଣାକୁ ମଧ୍ୟ ବୁଝିପାରନ୍ତି। ସଂଖ୍ୟା ମଧ୍ୟରେ ଥିବା ପ୍ରଭେଦକୁ ଜାଣିପାରନ୍ତି ଏବଂ ପରିମାଣକୁ ବି ଠିକ୍‌ ଭାବେ ନିର୍ଣ୍ଣୟ କରନ୍ତି । ପାରାର ଏଭଳି ଦକ୍ଷତା କେବଳ ରିସସ୍‌ ମାଙ୍କଡ଼ଙ୍କଠାରେ ରହିଛି।
୧୯୫୦ରେ ମନସ୍ତତ୍ତ୍ୱବିତ୍‌ ବି .ଏଫ୍‌ . ସ୍କିନର୍‌ ତାଙ୍କ ପୋଷା ପାରାଙ୍କୁ ଅଧିକ ସ୍ଥାନବିଶେଷ ଜ୍ଞାନ ଓ କୌଶଳ ଆବଶ୍ୟକ ଥିବା ପିଙ୍ଗ୍‌ପଙ୍ଗ୍‌ ଖେଳ ସମ୍ପର୍କରେ ଶିକ୍ଷା ଦେଇଥିଲେ। ପାରା ସ୍ଥାନ ଓ ସମୟର ଅବଧାରଣକୁ ବୁଝିପାରନ୍ତି ବୋଲି ୨୦୧୭ରେ ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶିତ ଏକ ଅନୁଧ୍ୟାନଭିତ୍ତିକ ତଥ୍ୟରୁ ଜଣାପଡିଥିତ୍ଲା । କ୍ଲାଉଡେ ମୋନେଟ୍‌ ଓ ପାବ୍ଲୋ ପିକାଶୋର ଚିତ୍ରକୁ ଚିହ୍ନିବା ଓ ଚିତ୍ରକରଙ୍କ ମଧ୍ୟରେ ରହିଥିବା ପ୍ରଭେଦକୁ ଜାଣିବା ଲାଗି ୧୯୯୫ରେ ଜାପାନର ମନସ୍ତତ୍ତ୍ୱବିତ୍‌ ଶିଗେରୁ ଓ୍ବାଣ୍ଟୋବେ ଓ ତାଙ୍କର ଦୁଇଜଣ ସାଥୀ ପାରାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏପରିକି ସେମାନେ କାରିଗରି ବୁଦ୍ଧି ପ୍ରୟୋଗ କରି ଚିତ୍ରଗୁଡିକୁ ଚିହ୍ନଟ କରିପାରିଥିଲେ ଏବଂ ସେଥିମଧ୍ୟରୁ ଓ୍ବାଟର କଲର୍‌କୁୁ ବି ଜାଣିପାରିଥିଲେ। ୨୦୦୯ରେ କରାଯାଇଥିବା ଏକ ଅନୁଧ୍ୟାନରେ ଟୋକିଓ ଏଲିମେଣ୍ଟାରୀ ସ୍କୁଲ୍‌ର ଜଣେ ଛାତ୍ରଙ୍କ ଦ୍ୱାରା ଅଙ୍କାଯାଇଥିବା ପ୍ରାୟ ଦୁଇ ଡଜନ ଚିତ୍ରକୁ ପାରାଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା। ଏହି ଚିତ୍ରଗୁଡିକ ମଧ୍ୟରୁ କେଉଁଟି ଭଲ ଓ କେଉଁଟି ଖରାପ ତାହା ଜାଣିବା ଲାଗି ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା। ତା’ପରେ ପାରାଙ୍କ ସମ୍ମୁଖରେ ୧୦ଟି ନୂଆ ଚିତ୍ର ରଖାଯାଇଥିଲା ଓ ପାରାମାନେ ସେହି ଚିତ୍ରଗୁଡିକ ମଧ୍ୟରୁ କେଉଁଟି ସ୍କୁଲ ଶିକ୍ଷକ ତଥା ବିଚାରକ ମଣ୍ଡଳୀଙ୍କଠାରୁ ଖରାପ ଗ୍ରେଡ୍‌ ମିଳିଥିତ୍ଲା ତାହା ଠିକ୍‌ ଭାବେ ଅନୁମାନ କରିପାରିଥିଲେ। ମଣିଷଙ୍କ ଭଳି ପାରା ରଙ୍ଗ,ଆକାର ଓ ଉପସ୍ଥିତିକୁ ଆଧାର କରି ବର୍ଗୀକରଣ ପ୍ରକ୍ରିୟା ସମ୍ପାଦନ କରିଥାନ୍ତି। ଫଟୋରେ ଥିବା ଭିନ୍ନତାକୁ ବି ପରଖିପାରନ୍ତି , ଏପରି କି ଗୋଟିଏ ଫଟୋରେ ଥିବା ଦୁଇ ଭିନ୍ନ ମଣିଷଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଜାଣିପାରନ୍ତି। ପାରା ‘ମିରର୍‌ ଟେଷ୍ଟ’ ବି ପାସ୍‌ କରିବା ଦେଖାଯାଇଛି। ପ୍ରତିବିମ୍ବକୁ ଆଇନାରେ ଚିହ୍ନିପାରିବାର ଦକ୍ଷତା ସେମାନଙ୍କ ପାଖରେ ରହିଛି। ୬ଟି ପ୍ରଜାତିର ଜୀବଙ୍କ ମଧ୍ୟରେ କେବଳ ଅଣ ସ୍ତନ୍ୟପାୟୀ ଭାବେ ପାରାଠାରେ ଏହି ଦକ୍ଷତା ରହିଛି ।
ସେମାନେ ବସାରେ ସେମାନଙ୍କ ଦାୟିତ୍ୱ ସମାନ ଭାବେ ନିର୍ବାହ କରନ୍ତି। ଏପରି କି ଅଣ୍ଡା ଉଷୁମାଇବା ସମୟରେ ସେମାନେ ଖାଇବା ଓ ବିଶ୍ରାମ ନେବାରେ ପରସ୍ପରକୁ ସୁଯୋଗ ଦେଇଥାନ୍ତି। ଆପଣ କେବେ ବି ପାରା ଶାବକକୁ ଦେଖି ନ ଥିବେ। କାରଣ ଶାବକଟି ବଡ଼ହେବା ଯାଏ ସେମାନେ ତାକୁ ବସାରେ ଲୁଚାଇ ରଖନ୍ତି। ଶାବକ ବୟସ୍କ ଭଳି ଦେଖାଯିବା ପରେ ଶାବକଙ୍କୁ ପଦାକୁ ଆଣିଥାନ୍ତି। ସେମାନେ ସଙ୍ଗମ କରନ୍ତି ଓ ଏହି ପ୍ରେମରେ ଧୈର୍ଯ୍ୟ ବା ସହନଶୀଳତା ପ୍ରକାଶ ପାଇଥାଏ। ଏହି ସମୟରେ ଯଦି ଜଣେ ରୋଗଗ୍ରସ୍ତ ହୋଇଯାଏ ତେବେ ଅନ୍ୟଟି ତା ଜୀବନ ପ୍ରତି ଯେତେ ବିପଦ ଥିଲେ ମଧ୍ୟ ବାହାରେ ଅପେକ୍ଷା କରି ରହେ।
ପାରାଙ୍କ ବୁଦ୍ଧିମତ୍ତାରେ ଚାର୍ଲସ ଡାରଓ୍ବିନ୍‌ ମୁଗ୍ଧ ହୋଇଯାଇ ସେମାନଙ୍କୁ ପୋଷିଥିଲେ। ସେ ପାରା କ୍ଲବ୍‌ରେ ଯୋଗ ଦେଉଥିଲେ ଏବଂ ପାରାଙ୍କ ସମ୍ପର୍କରେ ବହୁତ ଲେଖିଥିଲେ। ଏବେ ପାରାମାନେ ସମସ୍ୟାବହୁଳ ସହରରେ ବଞ୍ଚିରହିଛନ୍ତି। ଭୋକ ସହୁଛନ୍ତି ଏବଂ ଅବିବେକୀ ଓ ଭ୍ରଷ୍ଟ ନଗରନିଗମ ଦ୍ୱାରା ମୃତ୍ୟୁର ଶିକାର ହେଉଛନ୍ତି। ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତି ତଥା ଗାଡି ଦ୍ୱାରା ଅତ୍ୟାଚାରିତ ହେବା ସହ ଦୁର୍ଘଟଣାରେ ଅପଙ୍ଗ ହେଉଛନ୍ତି। ତଥାପି ସେମାନେ ଏକ ଜିଦ୍‌ ନେଇ ମଣିଷଙ୍କ ସହ ଏକାଠି ରହିବା ଜାରି ରଖିଛନ୍ତି। ଆମେ ଯେଉଁ ଅଦରକାରୀ ଦ୍ରବ୍ୟ ଫିଙ୍ଗିଦେଉଛୁ ତାହାକୁ ସେମାନେ ଖାଉଛନ୍ତି। ପିଲାଙ୍କ ପଛରେ ଯାଇ ତାଙ୍କଠାରୁ ଗୋଇଠା ଓ ମାଡ ଖାଆନ୍ତି। ତଥାପି ସେମାନେ ବନ୍ଧୁତା ଲାଗି ଆଗକୁ ଆସନ୍ତି। ସହରାଞ୍ଚଳ ଛାଡି ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ପକ୍ଷୀଙ୍କ ଭଳି ସେମାନେ ହୁଏତ ତାଙ୍କ ବାଟ ବାଛି ନେଇପାରନ୍ତି, କିନ୍ତୁ ଯାହାହେଲେ ବି ସେମାନେ ମଣିଷଙ୍କ ସହ ରହିବାକୁ ପସନ୍ଦ କରିବେ। ମୋ ଉପରେ ଛାଡିଦେଲେ ମୁଁ ସେମାନଙ୍କୁ ସହରର ମାସ୍‌କଟ କରିଦେବି। ସେମାନଙ୍କୁ ଖାଇବାକୁ ଦିଅ। ସେମାନେ ଆମ ଆତ୍ମାର ପ୍ରତିନିଧିତ୍ୱ କରନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?