ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ

ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧ ଦିନକୁ ବୃଦ୍ଧି କରିଛନ୍ତି। ଏଥିରୁ ଜଣାପଡୁଛି ଯେ, କରୋନା ଆସନ୍ତା ଦିନମାନଙ୍କରେ କିଭଳି ବିସ୍ଫାରିତ ରୂପ ନେବ। ଏବେ ଇଟାଲୀ ଉପରକୁ ହାତ ଟେକି ଦେଲାଣି। ଇଟାଲୀର ଜନସଂଖ୍ୟା ମାତ୍ର ୬ କୋଟି। ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇଁ ବିଶ୍ୱର ମାନ୍ୟତା ତାଲିକାରେ ୪ ନମ୍ବର ସ୍ଥାନରେ ସେ ଅଛି। ତଥାପି ସେ ଦେଶ କରୋନାର ମୁକାବିଲା କରିପାରୁନି। ଭାରତର ଜନସଂଖ୍ୟା୧୩୦ କୋଟି। ଯଦି ଇଟାଲୀ ପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ କ’ଣ ହେବ ତାହା ଜଗନ୍ନାଥଙ୍କୁ ଜଣା। ଏଇଭଳି ପରିସ୍ଥିତିରେ କରୋନାରୁ ମୁକ୍ତି ପାଇବା ପାଇଁ ସେହି ‘କରୋନା’ ମନ୍ତ୍ର ହିଁ ଜପିବାକୁ ପଡିବ। ସେ ମନ୍ତ୍ର ହେଉଛି ‘କୌଣସି କାମ ନ ଥିଲେ ଘରୁ ରାସ୍ତା ଉପରକୁ ଆସନ୍ତୁ ନାହିଁ’। ‘କରୋନା’ ବାବଦରେ ଆମ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶିତାକୁ ନିଶ୍ଚେ ଧନ୍ୟବାଦ ଦେବାକୁ ହେବ। ସେ ବର୍ତ୍ତମାନ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଜାରି କରିସାରିଛନ୍ତି। ସବୁଠାରୁ ବଡ଼କଥା ହେଉଛି ଦୀର୍ଘ ୩ ବର୍ଷ ତଳୁ ଚାଇନାଠାରୁ ଆମଦାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଉପରେ କଡ଼ା କଟକଣା ଜାରି କରିଛନ୍ତି ମୋଦି। ଏହାସହ ‘କରୋନା’ର କ’ଣ ସମ୍ପର୍କ ଅଛି ବୋଲି ସାଧାରଣ ପାଠକେ ନିଶ୍ଚେ ଭାବୁଥିବେ। ଯଦି ଏଇ କଟକଣା ଲଗାଯାଇ ନ ଥା’ନ୍ତା, ଭାରତର ଅବସ୍ଥା ଆଜି ବି ଇଟାଲୀ ପରି ହୋଇଥା’ନ୍ତା। ଭୌଗୋଳିକ ଦୂରତାରେ ଇଟାଲୀ ଚାଇନାଠାରୁ ପ୍ରାୟତଃ ୮ ହଜାର କିଲୋମିଟର ଦୂରରେ ଅବସ୍ଥିତ। ଚାଇନା ସୀମା ଭାରତକୁ ଲାଗିଛି। ଇଟାଲୀ ଅପେକ୍ଷା ଖୁବ୍‌ ନିକଟରେ ଅଛି ଭାରତ। ତେବେ ଏ ‘କରୋନା’ ଭୂତାଣୁ ଇଟାଲୀକୁ ଏତେ ପରିମାଣରେ କାହିଁକି ଗ୍ରାସ କଲା? ଇଟାଲୀରେ ବହୁ ପରିମାଣରେ ଥିବା ବୟନଶିଳ୍ପ କାରଖାନାରେ ଚାଇନାର ବହୁ ଲୋକ କାମ କରନ୍ତି। ଏପରି କି ଚାଇନା ଓ ଇଟାଲୀ ସହ ସିଧାସଳଖ ବିମାନ ଯାତାୟାତ ବି କରୁଛି। ବୁଲିବା ପାଇଁ ବଙ୍ଗାଳୀମାନଙ୍କର ପୁରୀ ଯେମିତି ପ୍ରଥମ ପସନ୍ଦ, ଠିକ୍‌ ସେମିତି ଚାଇନାମାନଙ୍କ ଭ୍ରମଣ ପାଇଁ ଇଟାଲୀ ହିଁ ସର୍ବୋତ୍କୃଷ୍ଟ ସ୍ଥାନ। ଚାଇନା ଓ ଇଟାଲୀ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ଉତ୍ତମ ଥିବାରୁ ‘କରୋନା’ ଏହି ବାଟଦେଇ ଇଟାଲୀରେ କାୟା ବିସ୍ତାର କରିଛି। ଯଦି ଚାଇନା ସହ ଭାରତର ବାଣିଜି୍ୟକ ସମ୍ପର୍କ ଏମିତି ଥାନ୍ତା ତେବେ ଏତେବେଳକୁ ଭାରତର ଅବସ୍ଥା ବେହାଲ ହୋଇସାରନ୍ତାଣି। ଭାରତର ଚିରଶତ୍ରୁ ପାକିସ୍ତାନର ପ୍ରତିଟି ଭାରତ ବିରୋଧୀ ପଦକ୍ଷେପକୁ ଚାଇନା ଆଖିବୁଜା ଅନ୍ୟାୟ ସମର୍ଥନ ଦେଉଥିବାରୁ ଗତ କିଛିବର୍ଷ ହେଲା ଚାଇନାରୁ ହେଉଥିବା ଆମଦାନୀ ପଦାର୍ଥଗୁଡିକ ଉପରେ ଦୃଢ଼ କଟକଣା ଲଗାଇଛି ଭାରତ। ଚାଇନାଠାରୁ ମୁଖ୍ୟତଃ ଧୂପକାଠି ଠୁ ଆରମ୍ଭ କରି ବାଣ, ରାଖୀ, ହୋଲି ରଙ୍ଗ, ଅଳତା, ଚାଇନା ମୂର୍ତ୍ତି, ଶସ୍ତା ଫାଇବର ବାସନକୁସନ, ଛୋଟବଡ଼ ଖେଳଣା ଆଦି ଆମଦାନୀ କରିଥାଏ ଭାରତ। ଆମ ଦେଶର ଲୋକଙ୍କଠାରୁ ଚାଇନା ବାର୍ଷିକ ୩୦ ଭାଗ ଅର୍ଥ ଲାଭ ଉଠାଇଥାଏ। ପାକିସ୍ତାନକୁ ସମର୍ଥନ ଦେଉଥିବା କାରଣରୁ ଚାଇନାକୁ ହାତରେ ନ ମାରି ଭାତରେ ମାରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ କଟକଣା ଲଗାଇଥିଲେ, ସେଥିପାଇଁ ଭାରତ ଆଜି ଏକ ବଡ଼ ବିପଦରୁ ବଞ୍ଚତ୍ ଯାଇଛି। ନଚେତ୍‌ ଆମଦାନୀ ହେଉଥିବା ଜିନିଷ ମଧ୍ୟ ଦେଇ ‘କରୋନା’ ଭୂତାଣୁ କେବେଠୁ ଭାରତକୁ ଆସି ଲକ୍ଷ ଲକ୍ଷ ମୁଣ୍ଡ ନେଇ ସାରନ୍ତାଣି। ତେବେ ଲକ୍‌ଡାଉନ୍‌କୁ ୨୧ ଦିନକୁ ବୃଦ୍ଧି କରି ‘କରୋନା’କୁ ଦ୍ୱିତୀୟ ମାଷ୍ଟର ଷ୍ଟ୍ରୋକ ଦେବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ। ‘ଘରେ ରୁହ-ସୁରକ୍ଷିତ ରୁହ’ ର ବାର୍ତ୍ତା ସେ ଦେଇଛନ୍ତି। କିନ୍ତୁ ବଡ ଦୁଃଖର କଥା ଥୋକେ ଏଇ ନିୟମକୁ ଖାମଖିଆଲ ଭାବୁଛନ୍ତି। ଫଳରେ ବିଭିନ୍ନ ଜାଗାରେ ପୋଲିସ କଫୁର୍‌ୟ ଜାରି କରିବା ସହିତ ସ୍ଥଳ ବିଶେଷରେ ଅମାନିଆ ଜନତାଙ୍କୁ ଉଠବସ୍‌ ବା ଲାଠି ଧରି ପିଟୁଥିବାର ଦେଖାଯାଉଛି। ଯଦିଓ ଅଦ୍ୟାବଧି କରୋନା ପାଇଁ ସେମିତି କିଛି ଠୋସ୍‌ ଔଷଧ ବାହାରି ନାହିଁ, ଏହାର ଏକମାତ୍ର ଉପାୟ ହେଉଛି ‘ସଙ୍ଗରୋଧତା’। ଅର୍ଥାତ୍‌ ଘରେ ରହିବା। ପ୍ରକୃତି ଆଗରେ ମଣିଷର ସକଳ ଔଦ୍ଧତ୍ୟ ଆଜି ଫିକା ପଡିଯାଇଛି। ତେଣୁ ଘର ଭିତରେ ରହି କେବଳ ହାତ ଯୋଡି ଈଶ୍ୱରଙ୍କୁ ଡାକିବା ଛଡ଼ା ଗତ୍ୟନ୍ତର ନାହିଁ। ସକଳେ ହୋଇ ଏକମୁଖ, ଡାକିବେ ନାରାୟଣ ରଖ- ଭାଗବତର ଏହି ବାଣୀ ହିଁ ଆଜିର ସମୟର ବଡ଼ ଔଷଧ। ବଡ଼ ବିଚିତ୍ର କଥା ହେଉଛି ଏୟା ଯେ, ପୂର୍ବରୁ ପଶୁ ପକ୍ଷୀମାନେ ଯେମିତି ସ୍ବାଧୀନତାର ସହ ବିଚରଣ କରୁଥିଲେ, ଏବେ ବି ସେମିତି କରୁଛନ୍ତି। କିନ୍ତୁ ନିଜ ମନଇଚ୍ଛା ବୁଲି ପ୍ରତି ମୁହୂର୍ତ୍ତରେ ପ୍ରକୃତିକୁ ଧ୍ୱଂସ କରୁଥିବା ମଣିଷ ଘର ପିଞ୍ଜରା ଭିତରେ ଅନିଚ୍ଛାକୃତ ଭାବେ ଆଜି ଆବଦ୍ଧ। ଏବେ ମଣିଷ ବୁଦ୍ଧି ଶିଖୁ ଯେ, ପ୍ରକୃତି ଉପରେ ଅତ୍ୟାଚାର କରିଲେ ଫଳ କେତେ ଭୟଙ୍କର ହୋଇପାରେ। ଏଇ ପ୍ରସଙ୍ଗରେ ମନେପଡିଯାଉଛି ମହାଭାରତର ଏକ କଥା। ଯୁଦ୍ଧରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ନିଧନ ହେଲା। ଖବର ପହଞ୍ଚିଲା ପୁତ୍ର ଅଶ୍ୱତ୍ଥମାଙ୍କ ନିକଟରେ। କ୍ରୋଧରେ ଜ୍ଞାନଶୂନ୍ୟ ହୋଇ ଅଶ୍ୱତ୍ଥମା ପାଣ୍ଡବମାନଙ୍କ ଉପରକୁ ମହାବିଧ୍ୱଂସୀ ‘ନାରାୟଣୀ’ ଅସ୍ତ୍ର ଛାଡିଥିଲେ। ଏଇ ଅସ୍ତ୍ରର କରାମତି ଏୟା ଯେ, ଶତ୍ରୁ ହସ୍ତରେ ଅସ୍ତ୍ର ଥିଲେ ଏହା ସେମାନଙ୍କୁ ମାରିବ ହିଁ ମାରିବ। ଚାହେଁ ଶତ୍ରୁ ଯେତେ ଶକ୍ତିଶାଳୀ ହେଉ।
ନାରାୟଣ ଅସ୍ତ୍ର ଶୂନ୍ୟରୁ ମାଡି ଆସୁଥିବା ଦେଖି ପାଣ୍ଡବମାନେ ହତଭମ୍ଭ ହୋଇଗଲେ। କ’ଣ କରିବେ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ। ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ। ପ୍ରଭୁ ଉପାୟ ବତାଇ ଦେଲେ। ପ୍ରଭୁଙ୍କ ନିୟମ ମାନି ସମସ୍ତେ ଅସ୍ତ୍ର ଛାଡି ନୀରବରେ ଦଣ୍ଡାୟମାନ ହେଲେ। ନାରାୟଣ ଅସ୍ତ୍ର ଆସିଲା, କିନ୍ତୁ ନିରସ୍ତ୍ର ପାଣ୍ଡବମାନଙ୍କ ଚତୁଃପାର୍ଶ୍ୱରେ ଚକ୍କର କାଟି ଲେଉଟି ଗଲା। ଏବେ ସେଇ ସମୟ ଆସିଛି। ସରକାରଙ୍କ ନିୟମ ମାନି କର୍ମ ରୂପକ ଅସ୍ତ୍ରକୁ ୨୧ ଦିନ ପାଇଁ ଛାଡି ହାତଯୋଡି ଘରେ ବସିବା। କରୋନା ହେଉଛି ଚାଇନାର ନାରାୟଣୀ ଅସ୍ତ୍ର। ଘରେ ରହିଲେ କରୋନା ଆମର କିଛି କରିପାରିବ ନାହିଁ।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ,
ରାମନଗର, କଟକ
ମୋ: ୯୭୭୭୭୯୭୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri