ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ

ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧ ଦିନକୁ ବୃଦ୍ଧି କରିଛନ୍ତି। ଏଥିରୁ ଜଣାପଡୁଛି ଯେ, କରୋନା ଆସନ୍ତା ଦିନମାନଙ୍କରେ କିଭଳି ବିସ୍ଫାରିତ ରୂପ ନେବ। ଏବେ ଇଟାଲୀ ଉପରକୁ ହାତ ଟେକି ଦେଲାଣି। ଇଟାଲୀର ଜନସଂଖ୍ୟା ମାତ୍ର ୬ କୋଟି। ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇଁ ବିଶ୍ୱର ମାନ୍ୟତା ତାଲିକାରେ ୪ ନମ୍ବର ସ୍ଥାନରେ ସେ ଅଛି। ତଥାପି ସେ ଦେଶ କରୋନାର ମୁକାବିଲା କରିପାରୁନି। ଭାରତର ଜନସଂଖ୍ୟା୧୩୦ କୋଟି। ଯଦି ଇଟାଲୀ ପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ କ’ଣ ହେବ ତାହା ଜଗନ୍ନାଥଙ୍କୁ ଜଣା। ଏଇଭଳି ପରିସ୍ଥିତିରେ କରୋନାରୁ ମୁକ୍ତି ପାଇବା ପାଇଁ ସେହି ‘କରୋନା’ ମନ୍ତ୍ର ହିଁ ଜପିବାକୁ ପଡିବ। ସେ ମନ୍ତ୍ର ହେଉଛି ‘କୌଣସି କାମ ନ ଥିଲେ ଘରୁ ରାସ୍ତା ଉପରକୁ ଆସନ୍ତୁ ନାହିଁ’। ‘କରୋନା’ ବାବଦରେ ଆମ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶିତାକୁ ନିଶ୍ଚେ ଧନ୍ୟବାଦ ଦେବାକୁ ହେବ। ସେ ବର୍ତ୍ତମାନ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଜାରି କରିସାରିଛନ୍ତି। ସବୁଠାରୁ ବଡ଼କଥା ହେଉଛି ଦୀର୍ଘ ୩ ବର୍ଷ ତଳୁ ଚାଇନାଠାରୁ ଆମଦାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଉପରେ କଡ଼ା କଟକଣା ଜାରି କରିଛନ୍ତି ମୋଦି। ଏହାସହ ‘କରୋନା’ର କ’ଣ ସମ୍ପର୍କ ଅଛି ବୋଲି ସାଧାରଣ ପାଠକେ ନିଶ୍ଚେ ଭାବୁଥିବେ। ଯଦି ଏଇ କଟକଣା ଲଗାଯାଇ ନ ଥା’ନ୍ତା, ଭାରତର ଅବସ୍ଥା ଆଜି ବି ଇଟାଲୀ ପରି ହୋଇଥା’ନ୍ତା। ଭୌଗୋଳିକ ଦୂରତାରେ ଇଟାଲୀ ଚାଇନାଠାରୁ ପ୍ରାୟତଃ ୮ ହଜାର କିଲୋମିଟର ଦୂରରେ ଅବସ୍ଥିତ। ଚାଇନା ସୀମା ଭାରତକୁ ଲାଗିଛି। ଇଟାଲୀ ଅପେକ୍ଷା ଖୁବ୍‌ ନିକଟରେ ଅଛି ଭାରତ। ତେବେ ଏ ‘କରୋନା’ ଭୂତାଣୁ ଇଟାଲୀକୁ ଏତେ ପରିମାଣରେ କାହିଁକି ଗ୍ରାସ କଲା? ଇଟାଲୀରେ ବହୁ ପରିମାଣରେ ଥିବା ବୟନଶିଳ୍ପ କାରଖାନାରେ ଚାଇନାର ବହୁ ଲୋକ କାମ କରନ୍ତି। ଏପରି କି ଚାଇନା ଓ ଇଟାଲୀ ସହ ସିଧାସଳଖ ବିମାନ ଯାତାୟାତ ବି କରୁଛି। ବୁଲିବା ପାଇଁ ବଙ୍ଗାଳୀମାନଙ୍କର ପୁରୀ ଯେମିତି ପ୍ରଥମ ପସନ୍ଦ, ଠିକ୍‌ ସେମିତି ଚାଇନାମାନଙ୍କ ଭ୍ରମଣ ପାଇଁ ଇଟାଲୀ ହିଁ ସର୍ବୋତ୍କୃଷ୍ଟ ସ୍ଥାନ। ଚାଇନା ଓ ଇଟାଲୀ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ଉତ୍ତମ ଥିବାରୁ ‘କରୋନା’ ଏହି ବାଟଦେଇ ଇଟାଲୀରେ କାୟା ବିସ୍ତାର କରିଛି। ଯଦି ଚାଇନା ସହ ଭାରତର ବାଣିଜି୍ୟକ ସମ୍ପର୍କ ଏମିତି ଥାନ୍ତା ତେବେ ଏତେବେଳକୁ ଭାରତର ଅବସ୍ଥା ବେହାଲ ହୋଇସାରନ୍ତାଣି। ଭାରତର ଚିରଶତ୍ରୁ ପାକିସ୍ତାନର ପ୍ରତିଟି ଭାରତ ବିରୋଧୀ ପଦକ୍ଷେପକୁ ଚାଇନା ଆଖିବୁଜା ଅନ୍ୟାୟ ସମର୍ଥନ ଦେଉଥିବାରୁ ଗତ କିଛିବର୍ଷ ହେଲା ଚାଇନାରୁ ହେଉଥିବା ଆମଦାନୀ ପଦାର୍ଥଗୁଡିକ ଉପରେ ଦୃଢ଼ କଟକଣା ଲଗାଇଛି ଭାରତ। ଚାଇନାଠାରୁ ମୁଖ୍ୟତଃ ଧୂପକାଠି ଠୁ ଆରମ୍ଭ କରି ବାଣ, ରାଖୀ, ହୋଲି ରଙ୍ଗ, ଅଳତା, ଚାଇନା ମୂର୍ତ୍ତି, ଶସ୍ତା ଫାଇବର ବାସନକୁସନ, ଛୋଟବଡ଼ ଖେଳଣା ଆଦି ଆମଦାନୀ କରିଥାଏ ଭାରତ। ଆମ ଦେଶର ଲୋକଙ୍କଠାରୁ ଚାଇନା ବାର୍ଷିକ ୩୦ ଭାଗ ଅର୍ଥ ଲାଭ ଉଠାଇଥାଏ। ପାକିସ୍ତାନକୁ ସମର୍ଥନ ଦେଉଥିବା କାରଣରୁ ଚାଇନାକୁ ହାତରେ ନ ମାରି ଭାତରେ ମାରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ କଟକଣା ଲଗାଇଥିଲେ, ସେଥିପାଇଁ ଭାରତ ଆଜି ଏକ ବଡ଼ ବିପଦରୁ ବଞ୍ଚତ୍ ଯାଇଛି। ନଚେତ୍‌ ଆମଦାନୀ ହେଉଥିବା ଜିନିଷ ମଧ୍ୟ ଦେଇ ‘କରୋନା’ ଭୂତାଣୁ କେବେଠୁ ଭାରତକୁ ଆସି ଲକ୍ଷ ଲକ୍ଷ ମୁଣ୍ଡ ନେଇ ସାରନ୍ତାଣି। ତେବେ ଲକ୍‌ଡାଉନ୍‌କୁ ୨୧ ଦିନକୁ ବୃଦ୍ଧି କରି ‘କରୋନା’କୁ ଦ୍ୱିତୀୟ ମାଷ୍ଟର ଷ୍ଟ୍ରୋକ ଦେବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ। ‘ଘରେ ରୁହ-ସୁରକ୍ଷିତ ରୁହ’ ର ବାର୍ତ୍ତା ସେ ଦେଇଛନ୍ତି। କିନ୍ତୁ ବଡ ଦୁଃଖର କଥା ଥୋକେ ଏଇ ନିୟମକୁ ଖାମଖିଆଲ ଭାବୁଛନ୍ତି। ଫଳରେ ବିଭିନ୍ନ ଜାଗାରେ ପୋଲିସ କଫୁର୍‌ୟ ଜାରି କରିବା ସହିତ ସ୍ଥଳ ବିଶେଷରେ ଅମାନିଆ ଜନତାଙ୍କୁ ଉଠବସ୍‌ ବା ଲାଠି ଧରି ପିଟୁଥିବାର ଦେଖାଯାଉଛି। ଯଦିଓ ଅଦ୍ୟାବଧି କରୋନା ପାଇଁ ସେମିତି କିଛି ଠୋସ୍‌ ଔଷଧ ବାହାରି ନାହିଁ, ଏହାର ଏକମାତ୍ର ଉପାୟ ହେଉଛି ‘ସଙ୍ଗରୋଧତା’। ଅର୍ଥାତ୍‌ ଘରେ ରହିବା। ପ୍ରକୃତି ଆଗରେ ମଣିଷର ସକଳ ଔଦ୍ଧତ୍ୟ ଆଜି ଫିକା ପଡିଯାଇଛି। ତେଣୁ ଘର ଭିତରେ ରହି କେବଳ ହାତ ଯୋଡି ଈଶ୍ୱରଙ୍କୁ ଡାକିବା ଛଡ଼ା ଗତ୍ୟନ୍ତର ନାହିଁ। ସକଳେ ହୋଇ ଏକମୁଖ, ଡାକିବେ ନାରାୟଣ ରଖ- ଭାଗବତର ଏହି ବାଣୀ ହିଁ ଆଜିର ସମୟର ବଡ଼ ଔଷଧ। ବଡ଼ ବିଚିତ୍ର କଥା ହେଉଛି ଏୟା ଯେ, ପୂର୍ବରୁ ପଶୁ ପକ୍ଷୀମାନେ ଯେମିତି ସ୍ବାଧୀନତାର ସହ ବିଚରଣ କରୁଥିଲେ, ଏବେ ବି ସେମିତି କରୁଛନ୍ତି। କିନ୍ତୁ ନିଜ ମନଇଚ୍ଛା ବୁଲି ପ୍ରତି ମୁହୂର୍ତ୍ତରେ ପ୍ରକୃତିକୁ ଧ୍ୱଂସ କରୁଥିବା ମଣିଷ ଘର ପିଞ୍ଜରା ଭିତରେ ଅନିଚ୍ଛାକୃତ ଭାବେ ଆଜି ଆବଦ୍ଧ। ଏବେ ମଣିଷ ବୁଦ୍ଧି ଶିଖୁ ଯେ, ପ୍ରକୃତି ଉପରେ ଅତ୍ୟାଚାର କରିଲେ ଫଳ କେତେ ଭୟଙ୍କର ହୋଇପାରେ। ଏଇ ପ୍ରସଙ୍ଗରେ ମନେପଡିଯାଉଛି ମହାଭାରତର ଏକ କଥା। ଯୁଦ୍ଧରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ନିଧନ ହେଲା। ଖବର ପହଞ୍ଚିଲା ପୁତ୍ର ଅଶ୍ୱତ୍ଥମାଙ୍କ ନିକଟରେ। କ୍ରୋଧରେ ଜ୍ଞାନଶୂନ୍ୟ ହୋଇ ଅଶ୍ୱତ୍ଥମା ପାଣ୍ଡବମାନଙ୍କ ଉପରକୁ ମହାବିଧ୍ୱଂସୀ ‘ନାରାୟଣୀ’ ଅସ୍ତ୍ର ଛାଡିଥିଲେ। ଏଇ ଅସ୍ତ୍ରର କରାମତି ଏୟା ଯେ, ଶତ୍ରୁ ହସ୍ତରେ ଅସ୍ତ୍ର ଥିଲେ ଏହା ସେମାନଙ୍କୁ ମାରିବ ହିଁ ମାରିବ। ଚାହେଁ ଶତ୍ରୁ ଯେତେ ଶକ୍ତିଶାଳୀ ହେଉ।
ନାରାୟଣ ଅସ୍ତ୍ର ଶୂନ୍ୟରୁ ମାଡି ଆସୁଥିବା ଦେଖି ପାଣ୍ଡବମାନେ ହତଭମ୍ଭ ହୋଇଗଲେ। କ’ଣ କରିବେ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ। ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ। ପ୍ରଭୁ ଉପାୟ ବତାଇ ଦେଲେ। ପ୍ରଭୁଙ୍କ ନିୟମ ମାନି ସମସ୍ତେ ଅସ୍ତ୍ର ଛାଡି ନୀରବରେ ଦଣ୍ଡାୟମାନ ହେଲେ। ନାରାୟଣ ଅସ୍ତ୍ର ଆସିଲା, କିନ୍ତୁ ନିରସ୍ତ୍ର ପାଣ୍ଡବମାନଙ୍କ ଚତୁଃପାର୍ଶ୍ୱରେ ଚକ୍କର କାଟି ଲେଉଟି ଗଲା। ଏବେ ସେଇ ସମୟ ଆସିଛି। ସରକାରଙ୍କ ନିୟମ ମାନି କର୍ମ ରୂପକ ଅସ୍ତ୍ରକୁ ୨୧ ଦିନ ପାଇଁ ଛାଡି ହାତଯୋଡି ଘରେ ବସିବା। କରୋନା ହେଉଛି ଚାଇନାର ନାରାୟଣୀ ଅସ୍ତ୍ର। ଘରେ ରହିଲେ କରୋନା ଆମର କିଛି କରିପାରିବ ନାହିଁ।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ,
ରାମନଗର, କଟକ
ମୋ: ୯୭୭୭୭୯୭୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?