Posted inଖେଳ

ଷ୍ଟୋକ୍ସ ୱିଜ୍‌ଡେନର ଶ୍ରେଷ୍ଠ ଖେଳାଳି

କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜ୍‌ଡେନର ବୁଧବାର ପ୍ରକାଶିତ କ୍ରିକେଟର୍ସ ଅଲ୍‌ମାନାକ ୨୦୨୦ ସଂସ୍କରଣରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଲିଡିଂ କ୍ରିକେଟର ଇନ୍‌ ଦି ୱାଲର୍‌ଡ ବିବେଚିତ କରାଯାଇଛି। ୨୦୧୯ରେ ଇଂଲଣ୍ଡକୁ ପ୍ରଥମଥରପାଇଁ ଆଇସିସି ବିଶ୍ୱକପ ଚାମ୍ପିୟନ କରାଇବାରେ ଷ୍ଟୋକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ଆଶେସ ସିରିଜର ହେଡିଂଲେଠାରେ ଅନୁଷ୍ଠିତ ଟେଷ୍ଟରେ ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳି ସେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ପ୍ରକାଶଯୋଗ୍ୟ ଯେ ଗତ ୩ ବର୍ଷ ଧରି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏହି ସମ୍ମାନ ପାଇ ଆସୁଥିଲେ। ୨୦୦୫ରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କ ପରେ ପ୍ରଥମ ଇଂଲଣ୍ଡ ଖେଳାଳିଭାବେ ଷ୍ଟୋକ୍ସ ଏହି ସମ୍ମାନ ପାଇଛନ୍ତି।
”ଷ୍ଟୋକ୍ସ କିଛି ସପ୍ତାହ ବ୍ୟବଧାନରେ ଦୁଇଥର ଜୀବନର ଶ୍ରେଷ୍ଠ ଇନିଂସ ଖେଳିଥିଲେ। ପ୍ରଥମେ ଅପରିସୀମ ଟ୍ୟାଲେଣ୍ଟର ସମ୍ମିଶ୍ରଣ ଓ ଭାଗ୍ୟର ସହାୟତାରେ ବିଶ୍ୱକପ ଫାଇନାଲରେ ରନଚେଜ୍‌ କ୍ଷେତ୍ରରେ ସେ ଇଂଲଣ୍ଡକୁ ଉଦ୍ଧାର କରିଥିଲେ। ସୁପର ଓଭରରେ ତାଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ଥିଲା। ଦ୍ୱିତୀୟତଃ ହେଡିଂଲେରେ ଅନୁଷ୍ଠିତ ତୃତୀୟ ଆଶେସ ଟେଷ୍ଟରେ ସେ ଅନ୍ୟତମ ଦର୍ଶନୀୟ ଇନିଂସ ଖେଳି ୧୩୫ ରନରେ ଅପରାଜିତ ରହି ଇଂଲଣ୍ଡକୁ ୧ ଉଇକେଟରେ ରୋମାଞ୍ଚକ ବିଜୟ ଦେଇଥିଲେ“ ବୋଲି ୱିଜ୍‌ଡେନର ସମ୍ପାଦକ ଲରେନ୍ସ ବୁଥ୍‌ ପ୍ରକାଶ କରିଛନ୍ତି। ବିଶ୍ୱକପରେ ଯେତେବେଳେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆଠାରୁ ହାରି ଇଂଲଣ୍ଡ ସଂଘର୍ଷ କରୁଥିଲା ସେ ଦୃଢ଼ତା ଦେଖାଇଥିଲେ। ଆସନ୍ତା କିଛି ବର୍ଷ ପାଇଁ ମଧ୍ୟ ଷ୍ଟୋକ୍ସ ବିଶ୍ୱ କ୍ରିକେଟରେ ଚର୍ଚ୍ଚିତ ରହିବେ ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆର ଏଲିସେ ପେରୀ ବିଶ୍ୱର ଅଗ୍ରଣୀ ମହିଳା କ୍ରିକେଟ ଖେଳାଳି ବିବେଚିତ ହୋଇଛନ୍ତି। ପୂର୍ବରୁ ୨୦୧୬ରେ ମଧ୍ୟ ସେ ଏହି ପୁରସ୍କାର ଦୌଡ଼ରେ ରହିଥିଲେ। ଏହା ବ୍ୟତୀତ ୧୮୮୯ରୁ ପ୍ରଚଳିତ ହୋଇ ଆସୁଥିବା ଏହି ସର୍ବପୁରାତନ ପୁରସ୍କାର ପାଇବାରେ ସେ ୫ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହୋଇଛନ୍ତି। ବିଶ୍ୱର ୭ମ ମହିଳା ଏବଂ ପ୍ରଥମ ଇଂଲଣ୍ଡ ବାହାର କ୍ରିକେଟରଭାବେ ପେରୀ ଏହି ସମ୍ମାନ ପାଇଛନ୍ତି। ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲଙ୍କୁ ଅଗ୍ରଣୀ ଟି୨୦ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ”ପେରୀ ମହିଳା ଆଶେସରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ସେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ କମାଲ ଦେଖାଇଛନ୍ତି। କାଣ୍ଟରବରିରେ ଅନୁଷ୍ଠିତ ଏକଦିବସୀୟରେ ସେ ୨୨ ରନ ବିନିମୟରେ ୭ ଉଇକେଟ ନେଇଥିଲେ। ଟନ୍‌ଟନ୍‌ଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ସେ ଦୁଇ ଇନିଂସରେ ଯଥାକ୍ରମେ ୧୧୬ ଓ ୭୬* ରନ ସ୍କୋର କରିଥିଲେ।
ଗତ ବିଶ୍ୱକପର ଫାଇନାଲରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କୁ ରନଆଉଟ କରିଥିଲେ ଜୋସ୍‌ ବଟଲର। ଏହା ମ୍ୟାଚରେ ନିର୍ଣ୍ଣାୟକ ଭୂମିକା ନେଇଥିଲା। ବଟଲର ଷ୍ଟମ୍ପ୍ସର ବେଲ୍‌ କାଢ଼ୁଥିବା ଦୃଶ୍ୟ ଅଲ୍‌ମାନାକ୍‌ର କଭର ପୃଷ୍ଠା ମଣ୍ଡନ କରିଛି। ଏହି ଓଭର ବୋଲିଂ କରିଥିବା ଜୋଫ୍ରା ଆର୍ଚର ୱିଜ୍‌ଡେନର ୫ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହୋଇଛନ୍ତି। ଗତବର୍ଷ ଅନ୍ତର୍ଜାତୀୟ ପଦାର୍ପଣରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଶେସ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରିବା ସହ ମୋଟ ୨୨ଟି ଉଇକେଟ ନେଇଥିଲେ। ୱିଜଡେନର ୫ କ୍ରିକେଟରଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ଆଉ ୨ ତାରକା ପ୍ୟାଟ୍‌ କୁମିନ୍ସ ଓ ମାର୍ନସ ଲାବୁସେନ। ଏସେକ୍ସର ଦକ୍ଷିଣ ଆଫ୍ରିକୀୟ ଅଫସ୍ପିନର ଏବଂ ଦିନିକିଆ ଅଧିନାୟକ ସିମନ ହାର୍ମର ମଧ୍ୟ ଏଥିରେ ରହିଛନ୍ତି। କାଉଣ୍ଟି ଚାମ୍ପିୟନଶିପ୍‌ ଏବଂ ଟି୨୦ ବ୍ଲାଷ୍ଟରେ ହାର୍ମରଙ୍କ ପ୍ରଦର୍ଶନ ଅତୁଳନୀୟ ରହିଥିଲା। ୮୦ ପୃଷ୍ଠା ବିଶିଷ୍ଟ ୱିଜ୍‌ଡେନର ସ୍ବତନ୍ତ୍ର ସେକ୍ସନରେ ଇଂଲଣ୍ଡର ବିଶ୍ୱକପ ବିଜୟକୁ ସ୍ଥାନିତ କରାଯାଇଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲେ ହେଁ ଏହାକୁ ସମ୍ମାନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri