ପାପୀ ଗାଁବାସୀକର ଅଭିଯୋଗ: ମାସ୍‌କେ ଦୁଇଦିନ୍‌ ଖୁଲୁଛେ ଉପ ସ୍ବାସ୍ଥ୍ୟକେନ୍ଦ୍ର

ବିନିକା, ୨୬।୧୨ (ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ର ତଥା ଏଏନ୍‌ଏମ୍‌ ସେଣ୍ଟର ତିଆର ହେଲାଦିନୁ ଅବେବସ୍‌ତା ଘେରରେ ରହିଛେ। ଦେଖ୍‌ଭାଲ ଅଭାବୁ କେନ୍ଦ୍ରଟା ଲଟାବୁଟା ଢାପି ହେଇ ଭୁତକୁଠି ପାଲଟିଗଲାନ। କେନ୍ଦ୍ରରେ ନିୟୋଜିତ ଏଏନ୍‌ଏମ୍‌କଁର ମନ୍‌ଇଛା କାମ୍‌ ଲାଗି ଲୋକ୍‌ ସ୍ବାସ୍ଥ୍ୟସେବା, ସ୍ବାସ୍ଥ୍ୟ ଜନିତ ଉଚିତ୍‌ ପରାମଶରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ।
ଗଁାବାସୀକର ଅଭିଯୋଗ ଅନ୍‌ସାରେ ଏଏନ୍‌ଏମ୍‌ ସେଣ୍ଟର ଖୁଲ୍‌ଲା ଦିନୁ ଫିମାସ ଟୀକାକରନ୍‌ ଦିନ୍‌ମାନକେ ଖୁଲା ରହୁଛେ। ବାକି ଦିନ୍‌ମାନକେ ଗେଟ୍‌ରେ ତାଲା ଝୁଲୁଛେ। ଝନେ ଏଏନ୍‌ଏମ୍‌ ନିଜର କେନ୍ଦ୍ର ଅଧୀନରେ ଥିବାର ସବୁ ଆଶା କରମୀମାନକର ସଂଗେ ଗଁାର ସ୍ବାସ୍ଥ୍ୟ ବିଷେରେ ଆର ଅଙ୍ଗନଓ୍ବାଡି କରମୀମାନକର ସଂଗେ ପରିମଲ ବାବ୍‌ଦେ ସାପ୍‌ତାହିକ ସମୀକ୍ଷା କରବାର କଥା। ଇତାର ବାହାରେ ଗଁାର ସ୍ବାସ୍ଥ୍ୟ ଆର ପରିମଲ ବେବସ୍‌ତାର ତଦାରଖ କରବାର କଥା। ହେଲେ ପାପୀ ଗଁାରେ ଇ ସବୁ ଦେଖ୍‌ବାକେ ନାଇଁ ମିଲବାର। ଇଆଡ଼େ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍‌ଏମ୍‌କଁର ରହିବାର ଲାଗି ସବୁପରକାର ବେବସ୍‌ତା ରହିଛେ। ହେଲେ କରମୀ ଝନ୍‌କ କେନ୍ଦ୍ରରେ ନାଇଁ ରହିବାର। କେନ୍ଦ୍ରରେ କେହି ନାଇଁ ରହିବାର ଲାଗି ଚାରହିକୁତି ଲଟାବୁଟା ହେଇ ଗୁଟେ ଅସ୍‌କୁରା ପରିବେଶ ସୁରୁଷ୍‌ଟି ହେଇଛେ। କେନ୍ଦ୍ରର ନାମ ଫଲକରୁ ଲେଖା ଯାକ ବି ମେଟି ଗଲାନ। ସ୍ବାସ୍ଥ୍ୟ ବିଭାଗର ଖାମ୍‌ଖିଆଲି ମନ୍‌ଭାବ ଲାଗି ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ରଟା ଦିନୁଦିନ୍‌କେ ଭୁତକୁଠି ପାଲଟିଯାଉଛେ ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପାପୀ ଗଁାର ସୁଧୀର ପାତ୍ର ଆର ବିଶିକେସନ ଧରୁଆ କହିଛନ୍‌ ଯେ, କେନ୍ଦ୍ରଟା ଖୁଲ୍‌ଲା ଦିନୁ ଖାଲି ଟୀକାକରନ୍‌ ଦିନ୍‌ମାନ୍‌କେ ଖୁଲା ରହୁଛେ, ବାକି ଦିନ୍‌ମାନକେ ବଁଦ୍‌ ରହୁଛେ। କେନ୍ଦ୍ରରେ ଏଏନ୍‌ଏମ୍‌କଁର ରହିବାର ସୁବିଧା ଅଛେ, ହେଲେ ସେ ଇଠାନେ ନାଇଁ ରହିବାର। ଯେନ୍‌ଥିରଲାଗି ଅଂଚଲରେ ସ୍ବାସ୍ଥ୍ୟସେବା ପରଭାବିତ ହେଉଛେ। ଇ ବାବ୍‌ଦେ ମତାମତ ଲାଗି କେନ୍ଦ୍ରରେ ନିୟୋଜିତ ମହିଲା ସ୍ବାସ୍ଥ୍ୟ କରମୀ ସୁଚିତ୍ରା ଡୁଙ୍ଗଡୁଙ୍ଗକୁଁ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍‌ଭବ ନାଇଁ ହେଇପାରି। ସେନ୍‌ତା ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଦିଲୀପ ପଣ୍ଡାକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀକୁଁ କହୁନ୍‌। ସେ ସମସିଆ ବାବ୍‌ଦେ ଲେଖିକରି ଦେଲେ ଆମେ ପଦକ୍ଷେପ ନେମୁ ବଲି ସେ କହିଥିଲେ। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଜୟନାରାୟଣ ପଧାନକୁଁ ପଚ୍‌ରାଲାରୁ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ କରମୀକଁର ରହିବାର ଲାଗି ସବୁ ବେବସ୍‌ତା ରହିଛେ। ହେଲେ କ୍ୱାର୍ଟର୍ସରେ ବିଦ୍ୟୁତ୍‌ ସଂଯୋଗ ନାଇଁ ହେଇ। କେନ୍ଦ୍ରରେ କେହି ନାଇଁ ରହିବାର ଲାଗି ପରିବେଶଟା ବି ଅସ୍‌କୁରା ହେଇଛେ। ଯେତେ ଜଲ୍‌ଦି ହେବା ଇ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri