ପତଞ୍ଜଳି ଲଞ୍ଚ କଲା କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ କରୋନିଲ‌: ୭ଦିନରେ ସମ୍ପୂର୍ଣ୍ଣ ସୁସ୍ଥ

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ବୋଲି ଘୋଷଣା କରିଛି। ଯାହାର ନାମ କରୋନିଲ୍‌ ରଖାଯାଇଛି। ମଙ୍ଗଳବାର ହରିଦ୍ୱାରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବାବା ରାମଦେବ କରୋନିଲ୍‌ ଔଷଧକୁ ଲଞ୍ଚ କରିଛନ୍ତି। ଏହି ଅବସରରେ ଆଚାର୍ଯ୍ୟ ବାଲ କୃଷ୍ଣ, ସମସ୍ତ ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଉପସ୍ଥିତ ରହିଥିଲେ। ଉକ୍ତ ଖବରଦାତା ସମ୍ମିଳନୀରେ ବାବା ରାମଦେବ ଏହି ଔଷଧ ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, କରୋନାକୁ ହରାଇବା ପାଇଁ ଏହା ସମ୍ପୂର୍ଣ୍ଣ ସକ୍ଷମ ଅଟେ। କାରଣ ଏହାକୁ ଦୁଇଥର ଟ୍ରାୟଲ୍‌ କରାଯାଇଛି। ପ୍ରଥମ ଥର କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି ଓ ଦ୍ୱିତୀୟ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାୟଲ୍‌ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଆରମ୍ଭ କରି କେତେକ ସହରରେ ଏହି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି କରାଯାଇଥିଲା। ଏଥିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିବା ବେଳେ ଶହେ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ଓ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଜଣ ଲୋକଙ୍କୁ ନେଇ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାୟଲ୍‌ କରାଯାଇଥିଲା। ଏହି ପରୀକ୍ଷଣରେ ୩ଦିନ ଭିତରେ ୬୯ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ଅର୍ଥାତ୍‌ ପଜିଟିଭ୍‌ରୁ ନେଗେଟିଭ୍‌ ହୋଇଥିଲେ। ଯାହା ଇତିହାସରେ ସବୁଠାରୁ ବଡ଼ ଘଟଣା। ସେହିଭଳି ୭ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ବେଳେ ଶୂନ ପ୍ରତିଶତ ମୃତ୍ୟୁହାର ରହିଥିଲା ବୋଲି ରାମଦେବ ବାବା କହିଛନ୍ତି। ଏହି ଔଷଧକୁ ବୈଜ୍ଞାନିକଙ୍କ ସମସ୍ତ ନିୟମକୁ ପାଳନ କରି କରାଯାଇଥିବା ବେଳେ ଏଥିରେ ମୁଲେଠି, କାଢ଼ା, ଗିଲେୟ, ଅଶ୍ୱଗନ୍ଧା, ତୁଳସୀ ଭଳି ଆଦି ଜଡ଼ିବୁଡ଼ିର ବ୍ୟବହାର କରାଯାଇଛି। ଆୟୁର୍ବେଦରୁ ତିଆରି ହୋଇଥିବା ଏହି ଔଷଧ ଆଗାମୀ ୭ଦିନ ଭିତରେ ପତଞ୍ଜଳି ଦୋକାନରେ ଉପଲବ୍ଧ ହେବ ବୋଲି ରାମଦେବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri