ପଖାଳକୁ ରୋକିପାରିଲାନି କରୋନା: ଘରେ ପାଳନ ହେଲା ପଖାଳ ଦିବସ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ପଖାଳ କଂସାକୁ ରୋକିପାରିଲାନି କରୋନା ଭୟ। ପଖାଳ ଦିବସରେ ଓଡ଼ିଆଙ୍କ ଘରେ ଘରେ ଜମିଲା ପଖାଳର ଆସର। ସାମାଜିକ ଦୂରତ୍ୱ ପାଇଁ ସରକାର ଜାରି କରିଥିବା ଗାଇଡ୍‌ଲାଇନକୁ ମାନି ଲୋକେ ଘରେ ନିଜ ବନ୍ଧୁ ପ୍ରିୟଜନଙ୍କ ସହ ପଖାଳ ଦିବସ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ସୁସ୍ବାଦୁ ପଖାଳ ପାଇଁ ପ୍ରସିଦ୍ଧ ରାଜଧାନୀର ଏକାମ୍ର ହାଟରେ ମଧ୍ୟ ଅଳ୍ପ ସଂଖ୍ୟାରେ ଲୋକେ ପଖାଳର ମଜା ନେଇଥିଲେ। ତେବେ କରୋନା ସଂକ୍ରମଣ ଭୟରେ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ପୂର୍ବରୁ ଆୟୋଜନ କରିବାକୁ ଥିବା ପଖାଳ ଦିବସ ଇଭେଣ୍ଟକୁ ବାତିଲ କରିଥିଲେ ମଧ୍ୟ ଏହି ଦିବସର କ୍ରେଜ୍‌ କିନ୍ତୁ ଲୋକଙ୍କ ମଧ୍ୟରେ କମି ନ ଥିଲା, ଯାହାକି ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା। ଘରେ ପଖାଳ ଖାଇ ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା ସହ ପରଷ୍ପରକୁ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ।
ପଖାଳ ଦିବସ ପାଇଁ ଏକାମ୍ର ହାଟରେ ଶୁକ୍ରବାର ଟିକେ ଗହଳି ଦେଖିବାକୁ ମିଳିଥିଲା। ଅନ୍ୟବର୍ଷ ଭଳି ନ ହେଲେ ବି ପଖାଳ ଖାଇବାକୁ ହାଟ ପରିସରରେ ଥିବା ବିଭିନ୍ନ ହୋଟେଲରେ ଭିଡ଼ ଲାଗିଥିଲା। ୩୦୦ରୁ ୪୦୦ ପରିବର୍ତ୍ତେ ଏଥର ମାତ୍ର ୫୦ରୁ ୬୦ଜଣ ଗ୍ରାହକ ହୋଇଥିବା ଏକାମ୍ର ହାଟର ଜଣେ ହୋଟେଲ ବ୍ୟବସାୟୀ କହିଥିବାବେଳେ ବଡ଼ ବଡ଼ ତାରକା ହୋଟେଲ ମଧ୍ୟ ଫାଙ୍କା ପଡ଼ିଥିଲା। ଏପଟେ କରୋନାକୁ ଦୃଷ୍ଟିରେ ରଖି ମାଇକେଲ୍‌ସ କିଚେନ୍‌ରେ ଆୟୋଜନ ହେବାକୁ ଥିବା ପଖାଳ ଫେଷ୍ଟିଭାଲକୁ ବାତିଲ କରାଯାଇଥିଲା। ଏପଟେ ଘରେ ଘରେ ପଖାଳ ସହ ଚୁନା ମାଛ, ଶାଗ ଭଜା, ବଡି ଚୁରା, କଖାରୁ ଫୁଲ ପିଠଉ, ଚିଙ୍ଗୁଡି ଛେଚା, ମାଛ ଭଜା ଏବଂ ଆଳୁ ଭରତା ଭଳି ଖାଣ୍ଟି ଓଡିଆ ଖାଦ୍ୟର ପସରା ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri