ନ୍ୟାୟ ପାଇଁ ପୀଡ଼ିତା ହାଇକୋର୍ଟଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୨୯।୨ (ବ୍ୟୁରୋ): ଜଣେ ଶିକ୍ଷକଙ୍କୁ କେତେକ ଲୋକ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ। ଏପରି କି ଏହାର ଭିଡିଓ ମୋବାଇଲ୍‌ରେ ରେକର୍ଡିଂ କରି ଭାଇରାଲ କଲେ। ଏ ନେଇ ଶିକ୍ଷୟିତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୋହଳ ଦଫା ଲଗାଇ ଚୁପ୍‌ ବସିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାପ ପଡ଼ିବାରୁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଗିରଫ ତ ଦୂରର କଥା ଏପର୍ଯ୍ୟନ୍ତ ପୋଲିସ ଚିହ୍ନଟ କରିପାରିଲା ନାହିଁ। ଏହି ଘଟଣାକୁ ୯ ମାସ ବିତିଯାଇଥିଲେ ସୁଦ୍ଧା ପୀଡ଼ିତା ନ୍ୟାୟ ପାଇପାରି ନାହାନ୍ତି। ଡିସିପି, ପୋଲିସ କମିଶନର ଏବଂ ଡିଜିପିଙ୍କୁ ଭେଟି ଅଭିଯୋଗ ଜଣାଇ ନିରାଶ ହେବା ପରେ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଗୁହାରି ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ନିଜ ବସ୍ତିରେ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପାଠ ପଢାଉଥିଲେ। ଜଣେ ବ୍ୟକ୍ତି ତାଙ୍କର ଦୁଇ ପିଲାଙ୍କୁ ସେଠାକୁ ପଠାଉଥିଲେ। ତାଙ୍କର ଟିଉ୍‌ସନ୍‌ ଫିସ୍‌ ୭ହଜାର ଟଙ୍କା ବାକି ଥିଲା। ଶିକ୍ଷକ ଜଣଙ୍କ ଟଙ୍କା ମାଗିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଦେଇ ନ ଥିଲେ। ୨୦୧୯ ମେ ୨୮ ତାରିଖରେ ୧୦ ଜଣଙ୍କ ସହ ସମ୍ପୃକ୍ତ ବ୍ୟକ୍ତି ସେଠାକୁ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତି ଆଲୋଚନା କରିବା ପାଇଁ କହି ଶିକ୍ଷକ ଜଣଙ୍କୁ ନିଜ ଘରକୁ ଡାକି ନେଇଥିଲେ। ତାଙ୍କ ଝିଅକୁ ଅସଦାଚରଣ କରିଥିବା ମିଛ ଅଭିଯୋଗ ଲଗାଇ ମାଡ ମାରିଲେ। ସାହି ମଝିରେ ତାଙ୍କୁ ଲଣ୍ଡା କରିଥିଲେ। ଏହାକୁ ଶିକ୍ଷୟିତ୍ରୀ ସ୍ତ୍ରୀ ବିରୋଧ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଉଲଗ୍ନ କରି ବୁଲାଇଥିଲେ। ଖବର ପାଇ ମଞ୍ଚେଶ୍ୱର ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ଅସଦାଚରଣ ମାମଲାରେ ଶିକ୍ଷୟିତ୍ରୀଙ୍କ ସ୍ବାମୀକୁ ଗିରଫ କରିଥିଲା। ଏ ନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜୀତେନ୍ଦ୍ରନାଥ ସେଠୀ କହିଛନ୍ତି, ପ୍ରଥମେ ମହିଳା ଯେଉଁ ଅଭିଯୋଗ କଲେ ସେହି ଆଧାରରେ ମାମଲା ରୁଜୁ କରାଯାଇ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ପରେ ସେମାନେ ଭାବି ଭାବି ଏଭଳି ଭିଡିଓ ଭାଇରାଲ କରି ଅଭିଯୋଗ କଲେ ପୁଣି ମାମଲା ହେବ କି। ଉକ୍ତ ଭିଡିଓକୁ ଆମେ ଯାଞ୍ଚ କରିଥିଲୁ, ସେଥିରେ ନଗ୍ନତା ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri