ନ୍ୟାୟ ଦାବିରେ ବିଛିନ୍ନାଞ୍ଚଳବାସୀଙ୍କ ପ୍ରଜାମେଳି

କୋରୁକୋଣ୍ଡା/ଚିତ୍ରକୋଣ୍ଡା, ୧୧।୧୨ (ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନାଞ୍ଚଳରେ ପୁଣିଥରେ ବିଛିନ୍ନାଞ୍ଚଳବାସୀ ଏକତ୍ରିତ ହୋଇ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚାୟତର ଆରାପଦର ଗ୍ରାମରେ ହୋଇଥିଲା। ବିଛିନ୍ନାଞ୍ଚଳର ୭ଟି ପଞ୍ଚାୟତର ହଜାର ହଜାର ଲୋକେ ଏହି ପ୍ରଜାମେଳି କରି ନିଜର ନ୍ୟାୟ ଓ ସେମାନଙ୍କ ହକ ପାଇଁ ନିଜର ସ୍ବର ଉତ୍ତୋଳନ କରିଥିଲେ। ବିଛିନ୍ନାଞ୍ଚଳବାସୀଙ୍କ କହିବାନୁଯାୟୀ ପୂର୍ବରୁ ବାତ୍ୟାରେ ଯାହା ସେମାନଙ୍କର କ୍ଷତିଗ୍ରସ୍ତ ହୋଇଥିଲା, ସରକାର ସେମାନଙ୍କର କ୍ଷତିପୂରଣ ବାବଦକୁ କିଛି ସାହାଯ୍ୟ ସହାୟତା କଲେ ନାହିଁ। ବର୍ତ୍ତମାନ ଚଳିତ ବର୍ଷ ସେହିପରି ଡ୍ୟାମ ପାଣି ପଶି ଲୋକମାନଙ୍କ ଜମିରେ ଫସଲ ସବୁ ନଷ୍ଟ ହୋଇଯାଇଛି ତଥାପି ପ୍ରଶାସନ ସବୁ ଜାଣିଶୁଣି ନୀରବ ରହୁଛି। ବିଛିନ୍ନାଞ୍ଚଳବାସୀଙ୍କ କହିବା କଥା କି ଯଦି ଭୁବନେଶ୍ୱର, ପୁରୀ କିମ୍ବା କଟକରେ ବାତ୍ୟା ହେଲେ ପ୍ରଭାବିତ ଲୋକମାନଙ୍କୁ ସରକାର ସାହାଯ୍ୟ ସହାୟତା କରୁଛନ୍ତି। କିନ୍ତୁ ବିଛିନ୍ନାଞ୍ଚଳବାସୀ ଆଜି ପର୍ଯ୍ୟନ୍ତ ସବୁବେଳେ ହୀନ ଦୃଷ୍ଟିରେ ଦେଖିଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଗତକାଲି ବିଛିନ୍ନାଞ୍ଚଳ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ ହଜାର ହଜାର ନିରୀହ ଆଦିବାସୀ ଏକତ୍ରିତ ହୋଇ ସେମାନଙ୍କର ନ୍ୟାୟ ଦାବିରେ ଏହି ପ୍ରଜାମେଳି କରିଥିଲେ। ଏବଂ ଏହି ପ୍ରଜାମେଳିରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲାର ୬ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏହି ପ୍ରଜାମେଳିରେ ଯୋଗ ଦେଇଥିଲେ ଏବଂ ବିଛିନ୍ନାଞ୍ଚଳବାସୀଙ୍କୁ ସହାୟତାର ହାତ ବଢାଇଥିଲେ, ସେମାନଙ୍କ ଫସଲ ମଧ୍ୟରେ ପାଣି ପଶି ଚଳିତ ବର୍ଷ ବହୁ ମାତ୍ରାରେ ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ପାଇଁ ବିରି, ମାଣ୍ଡିଆ, କୋଳଥ, ମୁଗ, କାନ୍ଦୁଲ ଆଦି ସେହି ସରପଞ୍ଚ ଓ ସମିତିସଭ୍ୟମାନେ ସେମାନଙ୍କ ଗ୍ରାମରୁ ଆଣିଥିଲେ। ତେଣୁ ଆନ୍ଧ୍ରପ୍ରଦେଶ ସବୁ ପ୍ରକାର ସାହାଯ୍ୟ ସହାୟତା ସେମାନଙ୍କୁ ଯୋଗାଉଥିବାରୁ ସେମାନେ ଆନ୍ଧ୍ରରେ ମିଶିବାକୁ ଚାହୁଁଥିବା ଜଣାପଡିଛି। ଯଦି ଆଗାମୀ ଦିନରେ ଏହିପରି ସେମାନଙ୍କୁ ଅଣଦେଖା କରାଯାଏ ତାହେଲେ ସେମାନେ ଆନ୍ଧ୍ରରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଏହି ପ୍ରଜାମେଳି ପ୍ରତ୍ୟକ୍ଷ ଭାବେ ନକ୍ସଲମାନଙ୍କର ହାତ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri