ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ

ବାଲେଶ୍ୱର ଅଫିସ, ୧୩।୧୨-ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ପ୍ରଣୟନ କରିଥିଲେ। ଚଳିତବର୍ଷ ଏହି ଯୋଜନାରେ ୫ଟି ଜିଲାରୁ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ଅଧିକାରୀ ହରିଦ୍ୱାର ଓ ଋଷିକେଶ ଭ୍ରମଣ ନିମନ୍ତେ ୬ଦିନିଆ ଗସ୍ତରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ୪୫ମିନିଟ୍‌ରେ ସ୍ବତନ୍ତ୍ର ରେଳ ଯୋଗେ ବାଲେଶ୍ୱର ରେଳଷ୍ଟେଶନରୁ ଯାତ୍ରା କରିବେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପୂର୍ବାହ୍ନ ୧୧ଟା ୩୫ମିନିଟ୍‌ରେ ଶୁଭାରମ୍ଭ କରିବା ପରେ ଯାତ୍ରା ଆରମ୍ଭ ହେବ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୫ଟି ଜିଲାର ବିଧାୟକ ଏବଂ ଏମ୍‌ପି, ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।
ଗୁରୁବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲାରୁ ୨୨୬ ଜଣ ତୀର୍ଥଯାତ୍ରୀଙ୍କ ସହ ୭ଜଣ ଅଧିକାରୀ, ଭଦ୍ରକରୁ ୧୪୬ଜଣ ତୀର୍ଥଯାତ୍ରୀ, ୫ଜଣ ଅଧିକାରୀ, କେନ୍ଦୁଝରରୁ ୧୭୫ ଜଣ ତୀର୍ଥଯାତ୍ରୀ, ୫ ଜଣ ଅଧିକାରୀ, ମୟୂରଭଞ୍ଜରୁ ୨୪୫ ଜଣ ତୀର୍ଥଯାତ୍ରୀ, ୮ ଜଣ ଅଧିକାରୀ, ଯାଜପୁରରୁ ୧୭୮ଜଣ ତୀର୍ଥଯାତ୍ରୀ ଓ ୫ ଜଣ ଅଧିକାରୀଙ୍କ ସମେତ ମୋଟ ୭୯୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ଜଣ ଅଧିକାରୀ ରେମୁଣାସ୍ଥିତ ନୋସି ବିଜନେସ୍‌ ପାର୍କରେ ପହଞ୍ଚତ୍ଛନ୍ତି। ତଦାରଖ ପାଇଁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଛନ୍ତି। ନୋସି ପାର୍କରେ ସନ୍ଧ୍ୟାରେ ତୀର୍ଥଯାତ୍ରୀଙ୍କ ନିମନ୍ତେ ଭଜନ ସନ୍ଧ୍ୟା ଆୟୋଜିତ କରାଯାଇଛି। ତୀର୍ଥଯାତ୍ରୀଙ୍କ ଲାଗି ରେଳଷ୍ଟେଶନରୁ ନୋସି ପାର୍କ ଏବଂ ନୋସି ପାର୍କରୁ ରେଳଷ୍ଟେଶନକୁ ଯା’ଆସ ନିମନ୍ତେ ସ୍ବତନ୍ତ୍ର ଭାବେ ବସ୍‌ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri