Posted inଜାତୀୟ

ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୨୦ା୫: ଭାରତ ସହ ନେପାଳର ସୀମା ବିବାଦ ଲାଗି ରହିଥିବା ବେଳେ ନେପାଳ କ୍ୟାବିନେଟ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିପୁଲେଖ, କାଲାପାଣି, ଲିମ୍ପିୟାଧୁରାକୁ ନେପାଳ ନିଜ ଅଞ୍ଚଳ ବୋଲି ଦର୍ଶାଇଛି। ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ସାଂସଦମାନେ ଏହି ତିନି ଅଞ୍ଚଳକୁ ନେପାଳରେ ସାମିଲ କରିବା ଲାଗି ଦାବିକରି ସଂସଦରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିଲେ। ପ୍ରକାଶଥାଉ କି, ଏହି ଅଞ୍ଚଳଗୁଡ଼ିକୁ ଉଭୟ ଭାରତ ଓ ନେପାଳ ନିଜର ବୋଲି ଦାବି କରିଆସୁଥିବା ବେଳେ ଏଗୁଡ଼ିକୁ ନେଇ ବିବାଦ ମୁଣ୍ଡ ଟେକିଛିି। ଭାରତ ପକ୍ଷରୁ ଏହି ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଅଂଶବିଶେଷ ବୋଲି କୁହାଯାଇଛି। ଅପରପକ୍ଷରେ ନେପାଳ ମଧ୍ୟ ଏହାକୁ ଧାରଚୁଲା ଜିଲାର ଅଂଶ ବୋଲି କହିଆସୁଛି। ନୂଆ ମାନଚିତ୍ର ପଦାକୁ ଆସିବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତିକୁ ଟାଣି ହୋଇଯାଇଛି।
ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗଓ୍ବାଲି କହିଛନ୍ତି, ଖୁବ୍‌ଶୀଘ୍ର ନୂଆ ମାନଚିତ୍ର ଭୂପ୍ରବନ୍ଧନ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ କରାଯିବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଗଓ୍ବାଲି ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କୁ ସମନ୍‌ ଜାରି କରି ଧାରଚୁଲା ସହ ଲିପୁଲେଖକୁ ନିର୍ମାଣ କରାଯାଉଥିବା ରାସ୍ତାକୁ ବିରୋଧ କରିଥିଲେ। ତୀର୍ଥସ୍ଥଳୀ କୈଳାସ ମାନସରୋବରକୁ ଯିବା ଲାଗି ଏହି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ନେପାଳ ସୀମାଦେଇ ରାସ୍ତା ନିର୍ମାଣ କରାଯାଇଥିଲା। ୮୦ କି.ମି.ର ଏହି ନୂଆ ରାସ୍ତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତମାସ ପ୍ରାରମ୍ଭରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଥିବା ନେପାଳର ଅର୍ଥମନ୍ତ୍ରୀ ତଥା ସରକାରଙ୍କ ମୁଖପାତ୍ର ୟୁବରାଜ ଖତିଓ୍ବାଡ଼ା ପ୍ରକାଶ କରିଥିଲେ। କ୍ୟାବିନେଟର ନିଷ୍ପତ୍ତି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ନେପାଳର ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ୟୋଗେଶ୍‌ ଭଟ୍ଟରାୟ କହିଛନ୍ତି। ତେବେ ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ସଦସ୍ୟ ଗଣେଶ ଶାହା ଏଭଳି ପଦକ୍ଷେପ ଭାରତ-ନେପାଳ ମଧ୍ୟରେ ତିକ୍ତତା ସୃଷ୍ଟିକରିବ ବୋଲି ମତ ଦେଇଛନ୍ତି। ଅଯଥା ବିବାଦ ନ ବଢ଼ାଇ ସମାଧାନ ଲାଗି ନେପାଳ ସରକାରଙ୍କ ପକ୍ଷରୁ ଭାରତ ସହ ଆଲୋଚନା କରାଯିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ନୂଆ ମାନଚିତ୍ରରେ ମୋଟ ୩୩୫ କି.ମି. ଭୂମିକୁ ସଂଲଗ୍ନ କରାଯାଇଛି। ୧୮୧୬ ମସିହାର ସୁଗୌଲି ଚୁକ୍ତିକୁ ପାଥେୟ କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ‘କାଠମାଣ୍ଡୁ ପୋଷ୍ଟ’ ପକ୍ଷରୁ ଦର୍ଶାଯାଇଛି। ନେପାଳର ଏଭଳି ଆଭିମୁଖ୍ୟକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି। ଭାରତର ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି ଯେ, ଭାରତ-ନେପାଳ ସୀମା ବିବାଦକୁ ଚାଇନା ଟିହାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?