Posted inଖେଳ

ନେଟ୍ସକୁ ଫେରିଲେ ପୂଜାରା

ନୂଆଦିଲ୍ଲୀ, ୨୩।୬(ପି.ଟି.)-ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ବ୍ୟବଧାନପରେ ନେଟ୍ସକୁ ଫେରିଛନ୍ତି ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା। ସୌରାଷ୍ଟ୍ରକୁ ପ୍ରଥମଥରପାଇଁ ରଣଜୀ ଟ୍ରଫି ଚାମ୍ପିୟନ କରାଇବାରେ ସ୍ଥପତି ଭୂମିକା ଗ୍ରହଣ କରିଥଲେ ପୂଜାରା। ଗତ ମାର୍ଚ୍ଚରେ ରଣଜୀ ଟ୍ରଫି ଜିତିବାପରେ କରୋନା ଭାଇରସ ସଂକ୍ରମଣ ପାଇଁ ଆଉ ଅଭ୍ୟାସ ସମ୍ଭବ ହୋଇ ନ ଥିଲା। ରାଜକୋଟସ୍ଥିତ ନିଜ ଏକାଡେମୀରେ ସୌରାଷ୍ଟ୍ର ଦଳର ଅଧିନାୟକ ଜୟଦେବ ଉନାଡକଟ, ବ୍ୟାଟ୍ସମ୍ୟାନ ଅର୍ପିତ ବାସବଦା ଓ ମିଡିୟମ ପେସର ପେରେକ ମଙ୍କଡ ଅଭ୍ୟାସ କରିଛନ୍ତି। ଭାରତର ବଡ଼ ସହର ଗୁଡ଼ିକ ତୁଳନାରେ ରାଜକୋଟରେ କୋଭିଡ-୧୯ ସଂକ୍ରମଣ କମ୍‌ ରହିଛି। ଏପର୍ଯ୍ୟନ୍ତ ସେଠାରେ ୧୮୫ ଜଣ ସଂକ୍ରମିତ ହୋଇଛନ୍ତି। ”ଆମେ ପାଖାପାଖି ୧୦ ଦିନ ହେବ ଅଭ୍ୟାସ ଆରମ୍ଭ କରିଛୁ। ଲକଡାଉନ୍‌ ସମୟରେ ଆମେ ଘରେ ଫିଟ୍‌ନେସ ଟ୍ରେନିଂ କରୁଥିଲୁ। ମାତ୍ର ନେଟ୍ସରେ ଅଭ୍ୟାସ ସୁଯୋଗ ନ ଥିଲା। ତେଣୁ ଏବେ ନେଟ୍ସରେ ବ୍ୟାଟିଂ କରିବାରେ ଆନନ୍ଦ ମିଳୁଛି। ଅଭ୍ୟାସ ସମୟରେ ଆମେ ସରକାରଙ୍କ ଗାଇଡଲାଇନ୍‌ ପାଳନ କରୁଛୁ“ ବୋଲି ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବାସବଦା ପ୍ରକାଶ କରିଛନ୍ତି।
ପେସାଦାର କ୍ରିକେଟରମାନେ ମ୍ୟାଚ ଫିଟ୍‌ନେସ ପାଇଁ ୪ରୁ ୬ ସପ୍ତାହ ସମୟ ଆବଶ୍ୟକ ହେଉଛି। ଏ କ୍ଷେତ୍ରରେ ବୋଲରଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ। କାରଣ ସେମାନଙ୍କ କ୍ଷେତ୍ରରେ ଆହତ ହେବା ସମସ୍ୟା ବେଶି ରହିଛି। ”ଉନାଡକଟ୍‌ ଏବେ ଆମ ସହିତ ଯୋଗ ଦେଇଛନ୍ତି। ଧିରେଧିରେ ସେ ନେଟ୍ସରେ ଅଧିକ ସମୟ ଦେବେ। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ବାରଣ ଯୋଗୁ ସେ ବୋଲିଂ ସମୟରେ ଲାଳ କିମ୍ବା ଛେପ ବ୍ୟବହାର କରୁନାହାନ୍ତି। ମୁଁ ଏବଂ ପୂଜାରା ୧୦ରୁ ୧୫ ମିନିଟ ବ୍ୟାଟିଂ କରୁଛୁ। ଧିରେଧିରେ ଏହି ସମୟ ବଢ଼ାଇବାକୁ ଯୋଜନା କରୁଛୁ। ଆମ ସହିତ ରାଜକୋଟ ନିକଟବର୍ତ୍ତୀ ଅଞ୍ଚଳର କିଛି ନେଟ୍ସ ବୋଲର ଅଛନ୍ତି“ ବୋଲି ବାସବଦା କହିଛନ୍ତି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ କେବେ ଘରୋଇ କ୍ରିକେଟ ଆରମ୍ଭ ହେବ ତାହା କହି ହେଉନାହିଁ। ଆସନ୍ତା ଅଗଷ୍ଟରେ ଆରମ୍ଭ ହେବାର ଯୋଜନା କରାଯାଉଥିଲେ ହେଁ ସମ୍ଭାବନା କ୍ଷୀଣ ରହିଛି। ଆସନ୍ତା ଡିସେମ୍ବରରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯାଇ ଟେଷ୍ଟ ସିରିଜ ଖେଳିବ। ଏଥିରେ ପୂଜାରା ଖେଳିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?