ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି ଗୌଡ଼ (୬୩)ଙ୍କ ଜୀବନ ହେଉଛି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଅଧ୍ୟାୟ।
ଦିନ ମଜୁରିଆ ପରିବାରରେ ଜନ୍ମ ହୋଇ ପିଲାଦିନୁ ଅଭାବ ଅନଟନ ଭିତରେ ବଢ଼ିଥିଲେ। ଯୁବା ବୟସରେ ସିନ୍ଧିଗାଁର ଚୈତନ୍ୟ ଗୌଡ଼ଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହର ମାତ୍ର ୨ ବର୍ଷରେ ସ୍ବାମୀ ଆରପାରିକୁ ଚାଲିଗଲେ। ବାପଘରକୁ ଚାଲିଆସିଲେ ଧନମତି ା ୫ ବର୍ଷ ପରେ ସେ ଗାଁର ନରହରି ଗୌଡ଼ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଭାଗ୍ୟର ଦାଉ ସରି ନ ଥିଲା। ନୂଆ ସଂସାରରେ ପାଦ ଦେଉଦେଉ ଦ୍ୱିତୀୟ ସ୍ବାମୀ ମଧ୍ୟ ବର୍ଷକ ଭିତରେ ଆରପାରିକୁ ଚାଲିଗଲେ। ଗାଁର ଜଣେ ବିଧବା ତରୁଣୀ ପିଲା ଜନ୍ମ ଦେବା ପରେ ତାକୁ ଧନମତିଙ୍କ ହାତକୁ ଟେକିଦେଇ ଅନ୍ୟତ୍ର ଘର ସଂସାର କରିବାକୁ ଚାଲିଗଲେ। ପିଲାଟିର ନାଁ ପରଦେଶୀ ରଖି ମୁଲ ଲାଗି ତାକୁ ଷଷ୍ଠ ପର୍ଯ୍ୟନ୍ତ ପଢ଼ାଇଲେ ଧନମତି। କିନ୍ତୁ ନିଅଣ୍ଟିଆ ଆର୍ଥିକ ସ୍ଥିତି ଯୋଗୁ ପରଦେଶୀ ଆଗକୁ ପଢ଼ିପାରିଲା ନାହିଁ। ମା’ଙ୍କ କଷ୍ଟ ସହି ନ ପାରି ପରଦେଶୀ ୧୩ ବର୍ଷ ବୟସରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗୋତି ଶ୍ରମିକ ହେଲେ। କଅଁଳ ବୟସରେ ଗାଈ ଚରାଇବା, ଜମିରେ ହଳ କରିବା କାମ କରିବାକୁ ହେଲା। ମା’ଠାରୁ ଅଲଗା ହୋଇ ମାଲିକଙ୍କ ଘରେ ୨ ବର୍ଷ ହେଲା ରହି କାମ କରୁଛି ପରଦେଶୀ। ପ୍ରଥମ ବର୍ଷର ପାଉଣା ମାତ୍ର ୨ ହଜାର ଓ ଦ୍ବିତୀୟ ବର୍ଷ ପାଇଁ ୩ ହଜାର ଟଙ୍କା ଦେଇଛନ୍ତି ମାଲିକ। ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ସରକାରଙ୍କ ଆଇନ ପରଦେଶୀଙ୍କ ପାଇଁ ଫିକା ପଡ଼ିଛି। ମୁଣ୍ଡ ଗୁଞ୍ଜିବା ପାଇଁ ଜାଗାଟିଏ ନ ଥିବାବେଳେ ପର ଜାଗାରେ ଝୁମ୍ପୁଡ଼ି କରି ରହିଛନ୍ତି ଧନମତି। ଏବେ ଆବାସ ଯୋଜନାରେ ଘର ଆସିଛି। ଜାଗା ମାଲିକଙ୍କୁ ୩ ହଜାର ଟଙ୍କା ଦେଇ ସେ ରହୁଥିବା ସ୍ଥାନରେ ଘର ତିଆରି କରୁଛନ୍ତି। କିନ୍ତୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରୁ ସେ ବାଦ୍‌ ପଡ଼ିଛନ୍ତି। ବାରମ୍ବାର ଆବେଦନ କରିବା ପାଇଁ ବ୍ଲକ ଅଫିସ୍‌କୁ ଯାଇ ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇଛନ୍ତି। ବଜାରରୁ ତାଙ୍କୁ ବହୁ ଅଧିକ ଟଙ୍କାରେ ଚାଉଳ କିଣିବାକୁ ପଡୁଛି। ଜବ୍‌ କାର୍ଡ଼ କିମ୍ବା ଶ୍ରମ କାର୍ଡ଼ ନ ଥିବାରୁ ଶ୍ରମିକଙ୍କ ପାଇଁ ଥିବା ସରକାରୀ ସୁବିଧାରୁ ସେ ବଞ୍ଚତ୍ତ ରହିଛନ୍ତି। ତାଙ୍କ ଅନ୍ତେ ପାଳିତ ପରଦେଶୀଙ୍କ ଭବିଷ୍ୟତ ଚିନ୍ତା ଏବେ ତାଙ୍କୁ ଘାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri