ନରହନ୍ତା ଦନ୍ତାକୁ କରାଯିବ ଟ୍ରାଙ୍କୁଲାଇଜ

ବନ୍ତଳା,୧୭ା୧(ଡି.ଏନ.ଏ.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଶୁକ୍ରବାର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏଥିପାଇଁ ଶିମିଳିପାଳର କୁମ୍‌କୀ ହାତୀ ସହ ସାତକୋଶିଆ ଟିକରପଡାଠାରେ ଥିବା ହାତୀ ମହେନ୍ଦ୍ରର ସହାୟତା ନିଆଯିବାକୁ ନିଷ୍ପତ୍ତି ହୋଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ୨୦୧୯ରେ ତାଳଚେର ରେଞ୍ଜ ଅଞ୍ଚଳରେ ଉକ୍ତ ଦନ୍ତା ଆତଙ୍କ ସୃଷ୍ଟି କରିବା ସହିତ ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁର କାରଣ ହୋଇଥିଲା। ସେହିପରି ତାଳଚେର ସହର ଶର୍ମା ଛକରେ ଜଣେ ଲୋକକୁ ମାରିଥିଲା। ସେବେଠାରୁ ଏହି ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ତାଳଚେର ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଉଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏ ନେଇ ସରକାରଙ୍କୁ ଅବଗତ କରିବା ପରେ ଅନୁମତି ମିଳିଛି। ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାକୁ ନେବା ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇ ଦନ୍ତାକୁ ତାଳଚେର ରେଞ୍ଜ ଡେରା ମୁକୁନ୍ଦନାଳ ରିଜର୍ଭ ଜଙ୍ଗଲରେ ଘେରାଉ କରାଯାଇଛି। ଏଥିସହିତ ଆଉ ତିନୋଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ରେ ଅନୁଗୋଳ ଡିଏଫ୍‌ଓ ଭି. କାର୍ତ୍ତିକଙ୍କ ସହିତ ବନ ଅଧିକାରୀ, ଆଉ ଏକ ଟିମ୍‌ରେ ଏସିଏଫ ବାସୁଦେବ ବେହେରାଙ୍କ ସହିତ ବନ କର୍ମଚାରୀ ଓ ତୃତୀୟ ଟିମ୍‌ରେ ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁଙ୍କ ସହିତ ଅନ୍ୟ ଡାକ୍ତର ଦଳ ରହିବେ। ସାତକୋଶିଆରୁ ଏକ ଟ୍ରକ୍‌ରେ ମହେନ୍ଦ୍ରକୁ ଅଣାଯାଇ ତାଳଚେର ଡେରା ଅଞ୍ଚଳରେ ଅପରେଶନ ଆରମ୍ଭ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri