ନଭେମ୍ବର ୨୧ରେ ଓଟିଇଟି ପରୀକ୍ଷାଫଳ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆସନ୍ତା ନଭେମ୍ବର ୨୧ରେ ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେପଟେ ଓଟିଇଟି ଆନ୍‌ସର-କି’ରେ ବ୍ୟାପକ ତ୍ରୁଟି ଥିବା ମନ୍ତ୍ରୀ ସ୍ବୀକାର କରିଛନ୍ତି। ରିଚେକିଂ ପାଇଁ ଛାତ୍ରୀଛାତ୍ରଙ୍କଠାରୁ ନିଆଯାଇଥିବା ଫି’କୁ ଫେରାଇ ଦିଆଯିବ। ଏ ସବୁ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ମନ୍ତ୍ରୀ ଦାଶ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, ଗତ ୨୦୧୮ ଅକ୍ଟୋବରରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ହୋଇଥିଲା। ସେତେବେଳେ ମଧ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା ଓ ପିଲା ଆନ୍‌ସର-କି’କୁ ଚ୍ୟାଲେଞ୍ଜ କରିଥିଲେ। ପରେ ଦୁଇ ଦୁଇଥର ଗ୍ରେସ୍‌ ମାର୍କ ମିଳିଥିଲା କିନ୍ତୁ ପ୍ରତିଶ୍ରୁତି ଅନୁସାରେ ରିଚେକିଂ-ଫି ପିଲାଙ୍କୁ ଆଜିଯାଏ ଫେରାଗଲା ନାହିଁ। ତେବେ ୨୦୧୯ ଫେବୃୟାରୀ ୨୧ରେ ଓଏସ୍‌ଏସ୍‌ଟିଇଟି ରେଜଲ୍ଟ ବାହାରିଥିଲା। ଏଣୁ ଏବେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିବାବେଳେ ରିଚେକିଂ-ଫି ଫେରାଇବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯିବା ନେଇ ପରୀକ୍ଷାର୍ଥୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୬ରେ ଓଟିଇଟି ଅଫ୍‌ଲାଇନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ୍‌ ହୋଇଥିଲା। ପରେ ଅଗଷ୍ଟରେ ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେଲା। ସେତେବେଳେ ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। କିନ୍ତୁ ବୋର୍ଡ ଏହାକୁ ସ୍ବୀକାର କରି ନ ଥିଲା। ପ୍ରଥମେ ଓଟିଇଟିର ଅଫ୍‌ଲାଇନ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ବିକ୍ଷୋଭ ସାଙ୍ଗକୁ କ୍ରାଇମ୍‌ବ୍ରାଞ୍ଚର ହସ୍ତକ୍ଷେପ, ପରେ ଅନ୍‌ଲାଇନ୍‌ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଆନ୍‌ସର-କି’ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା। ଓଟିଇଟି ଅନ୍‌ଲାଇନ୍‌ ଆନ୍‌ସର-କି’ରେ ବ୍ୟାପକ ତ୍ରୁଟି ସାଙ୍ଗକୁ ଖାମ୍‌ଖିଆଲ ଭାବେ ମାର୍କିଂ କରାଯାଇଥିବା ଓଟିଇଟି ଛାତ୍ର ସଂଘର ଆବାହକ ଦୀନବନ୍ଧୁ ପତି ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୫ରୁ ୧୮ ଯାଏ ୪୫ଟି ଶିଫ୍ଟରେ ଓଟିଇଟି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯାହାର ଆନ୍‌ସର-କି’ ଗତ ୫ ତାରିଖରେ ପ୍ରକାଶ ପାଇଛି। ପ୍ରତି ସିଫ୍ଟରେ ୧୦ରୁ ଅଧିକ ଉତ୍ତର ଭୁଲ୍‌ ଥିବା ସାମ୍ନାକୁ ଆସିଥିଲା। ସଂଘ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ୧୦ରୁ ୧୫ ମାର୍କ ଗ୍ରେସ୍‌ ଦିଆଯିବା ଦାବି ଉଠିଥିଲା। ପ୍ରତି ପ୍ରଶ୍ନ ପିଛା ୫୦୦ଟଙ୍କା ଫି’ ନିଆଯିବାକୁ ମଧ୍ୟ ବିରୋଧ କରାଯାଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯିବା ସହିତ ତୁରନ୍ତ ସମାଧାନ କରିବା ପାଇଁ ଦାବି ଉଠିଥିଲା। ଏହାର ତଦନ୍ତ କରିବା ପାଇଁ ମଧ୍ୟ ମନ୍ତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri