ନଭେମ୍ବର-ଡିସେମ୍ବରରେ ଭାରତରେ ପହଞ୍ଚିସାରିଥିଲା କରୋନା !

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଭାରତରେ କେବେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ସେନେଇ ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର୍‌ ସେଲ୍ୟୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜି(ସିସିଏମ୍‌ବି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଜାନୁୟାରୀ ୩୦ରେ କେରଳରେ ଚିହ୍ନଟ କରାଯାଇଥିଲା। ତେବେ ପ୍ରକୃତରେ ୨୦୧୯ ନଭେମ୍ବର-ଡିସେମ୍ବରରେ କରୋନା ଭୂତାଣୁ ଭାରତକୁ ଆସି ସାରିଥିଲା ବୋଲି ଏଥିରେ କୁହାଯାଇଛି। ଚାଇନାର ଉହାନରୁ ୨୦୧୯ ଡିସେମ୍ବର ୧୧ରେ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଭାରତରେ ଏହା ନଭେମ୍ବର ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାପିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମୋଷ୍ଟ ରିସେଣ୍ଟ୍‌ କମନ୍‌ ଆନସେଷ୍ଟର(ଏମ୍‌ଆର୍‌ସିଏ) ପ୍ରଣାଳୀ ଦ୍ୱାରା ଭାରତରେ କରୋନା ପହଞ୍ଚିବାର ସମୟକୁ ଆକଳନ କରାଯାଇଛି। ଭାରତରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ପରୀକ୍ଷା ବ୍ୟାପକ ଭାବେ କରାଯାଇ ନ ଥିବାରୁ ଏହାର ସଂକ୍ରମଣ ସମୟ ଜଣାପଡ଼ି ନ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। କେରଳରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଚାଇନାର ଉହାନ ସହରର ଭୂତାଣୁ ସହିତ ସାମ୍ୟତା ରଖିଥିବାବେଳେ ହାଇଦ୍ରାବାଦରେ ଚିହ୍ନଟ ହୋଇଥିବା କ୍ଲେଡ୍‌-ଆଇ/୩-ଆଇ ଏହାଠାରୁ ଭିନ୍ନ ଥିବା ସିସିଏମ୍‌ବିର ନିର୍ଦ୍ଦେଶକ ଡ. ରାକେଶ କେ. ମିଶ୍ର ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?