ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲାସ୍ତରୀୟ କମିଟି ବୈଠକ: ଟୋକନ ଅବଧି ଏକ ମାସ କରିବାକୁ ଦାବି

ଜଗତ୍‌ସିଂହପୁର ଅଫିସ,୧ା୩: ଚଳିତବର୍ଷରୁ ପଞ୍ଜୀକୃତ ଚାଷୀମାନେ ସେମାନଙ୍କ ବଳକା ଧାନ ବିକ୍ରି କରିବା ପାଇଁ ଟୋକନ୍‌ ବ୍ୟବସ୍ଥା ହୋଇଛି। ଟୋକନ୍‌ ପାଇଲା ପରେ ଚାଷୀ ୭ଦିନ ଭିତରେ ମଣ୍ଡିରେ ଧାନ ବିକ୍ରି କରିବା ନିୟମ ରହିଛି। କିନ୍ତୁ ଅନେକ ସ୍ଥାନରେ ମିଲରଙ୍କ ଯୋଗୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମଲର ମଣ୍ଡିରୁ ଧାନ ନ ଉଠାଇବାରୁ ଟୋକନ ଅବଧି ସରିଯାଉଛି। କିନ୍ତୁ ଏହା ନବୀକରଣ ପାଇଁ ବିଳମ୍ବ ହେଉଥିବାରୁ ଚାଷୀ ଚିନ୍ତାରେ ପଡି ଯାଉଛନ୍ତି। ଏପରି କି ଅନେକ ଚାଷୀ ୧ ମାସ ହେବ ନୂଆ ଟୋକନ ପାଇ ନ ଥିବାରୁ କ’ଣ କରିବେ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ତେଣୁ ଟୋକନ ଅବଧି ୭ ଦିନ ପରିବର୍ତ୍ତେ ୧ ମାସ କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସେ କହିଛନ୍ତି, ଟୋକନ ଅବଧି କମ ଥିବାରୁ ଅସୁବିଧା ହେଉଛି। ଏହି ଅବଧି ୧ ମାସକୁ ବୃଦ୍ଧି କରାଗଲେ ଟୋକନ ବାତିଲ ହେବା ସମ୍ଭାବନା ରହିବ ନାହିଁ। ତେଣୁ ସରକାର ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପଠାଇଲେ ତାହା କାର୍ଯ୍ୟକାରୀ କରାଯିବ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ୨୦୧୯-୨୦ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲାସ୍ତରୀୟ କମିଟି ବୈଠକରେ ପୌରୋହିତ୍ୟ କରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଥିଲେ।
ତାଙ୍କ କହିବା ଅନୁସାରେ, ସମବାୟ ସମିତି ସମ୍ପାଦକମାନେ ଚାଷୀଙ୍କଠାରୁ ଧାନ କ୍ରୟ କରି ଆଖପାଖରେ ଥିବା କ୍ଲବ କିମ୍ବା ସମ୍ମିଶ୍ରଣ ବିଦ୍ୟାଳୟ ଗୃହରେ ରଖିବା ସଂକ୍ରାନ୍ତୀୟ ଆଦେଶନାମା ପ୍ରେରଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ କନିମୂଳ ଓ କଟରା ପଞ୍ଚାୟତରେ ହୋଇଥିବା ଅନିୟମିତତା ସମ୍ପର୍କରେ କହିଥିଲେ, ଖୁବଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତର ଶାସନ ପଞ୍ଚାୟତରେ ଟୋକନ ବାତିଲ ହୋଇଯିବାରୁ ଚାଷୀ ମଣ୍ଡିରେ ଧାନ ଦେବାରେ ବିଳମ୍ବ ହୋଇଛି। ତେବେ ଏହା ଭିତରେ ପୁନର୍ବାର ଟୋକନ ଦିଆଗଲାଣି। ଖୁବଶୀଘ୍ର ଅନ୍ୟ ପଞ୍ଚାୟତଗୁଡିକୁ ଟୋକନ ପୁନଃ ପ୍ରଦାନ କରାଯିବ। ସେହିପରି ଜିଲାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ପିପିଏଲ୍‌ ଓ ଇଫ୍‌କୋ କମ୍ପାନୀକୁ ଅନୁରୋଧ କରାଯାଇଛି। ଜିଲାରେ ୫ଟି କୋଲ୍ଡ ଚାମ୍ବର ଚାଲୁ ରହିବ ବୋଲି ଜିଲାପାଳ କହିଥିଲେ। ବୈଠକରେ ମୁଖ୍ୟଅତିଥି ଭାବେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଥିଲେ, ବାଲିକୁଦା ବ୍ଲକ ଅନନ୍ତପୁର ପଞ୍ଚାୟତର ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀଙ୍କ ଟୋକନ ନବୀକରଣ ହୋଇନାହିଁ, ଯେଉଁ କାରଣରୁ ପାଖାପାଖି ୧ ମାସ ହେବ ଚାଷୀଙ୍କ ଧାନ ବିକ୍ରି ନ ହୋଇ ପଡିରହିଛି। ସେହିଭଳି ଏରସମା ବ୍ଲକର ଜପା, ଚଟୁଆ ଆଦି ସମିତିରେ ମଧ୍ୟ ସମାନ ଅବସ୍ଥା। ଜିଲାରେ ଚାଷୀଙ୍କଠାରୁ ଧାନ ସଂଗ୍ରହରେ ଯାହା ସମସ୍ୟା ରହିଛି ତାହା ରିଜଲ୍ୟୁସନ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ତିର୍ତ୍ତୋଲ ବ୍ଲକର କନିମୂଳ, କଟରା, କନକପୁର ପଞ୍ଚାୟତରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଉଠିଥିଲା। ରଘୁନାଥପୁରଠାରେ ଏକ ମୁଗ ମଣ୍ଡି ଖୋଲିବା ପାଇଁ ଦାବି ଉଠିଥିଲା। ଜିଲାର ୬ଟି ସମିତିର ୨୦୨ ଜଣ ଚାଷୀଙ୍କ ନାମ ପଞ୍ଜୀକରଣରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୧୯ ସେପ୍ଟେମ୍ବର ୨୨ ସୁଦ୍ଧା ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଟାୱାର ପୋଡିଯିବାରୁ ୬ଟି ପଞ୍ଚାୟତ ଯଥା ତିରୁଣା, ଶିଖର, ଗଜରାଜପୁର, ସଭାମୂଳ, କଣ୍ଟାବଲ୍ଲଭପୁର ଓ ସାଇଁଲର ୨୦୨ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ସମ୍ଭବ ହୋଇପାରି ନ ଥିଲା। ସେମାନଙ୍କ ନାମ କିପରି ପଞ୍ଜୀକରଣ କରାଯାଇପାରିବ ତା’ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କୁହାଯାଇଥିଲା। ବୈଠକରେ ଜିଲା ଯୋଗାଣ ଅଧିକାରୀ ଦିଲୀପ ପାତ୍ର ଯୋଗଦେଇ କହିଥିଲେ, ଜିଲାରେ ୧୦୫ ସମିତି ମାଧ୍ୟମରେ ୮୦% ଧାନ ସଂଗ୍ରହ ହୋଇପାରିଛି। ଜିଲାର ୨ଟି ମିଲର ଅନ୍ୟ ଜିଲାର ୨୯ଟି ମିଲର ରାଜ୍ୟ ଯୋଗାଣ ନିଗମ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଏବେ ସୁଦ୍ଧା ବିଭିନ୍ନ ମଣ୍ଡି ମାଧ୍ୟମରେ ୨୧,୫୮୧ ଚାଷୀଙ୍କଠାରୁ ୯,୪୪,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି। ଜିଲାର ୧୮,୬୮୯ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଥିଲେ। ବୈଠକରେ ଏମ୍‌ପି ରାଜଶ୍ରୀ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ର, ଏଆର୍‌ସିଏସ୍‌ ବିଜୟ ସାସମଲଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ଚାଷୀ ପ୍ରତିନିଧି, ମିଲର, ଯୋଗାଣ ବିଭାଗ ଓ ସମବାୟ ବିଭାଗ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri