ଧର୍ମଗୁଳାରେ ଜିତିଲେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା

ଦାରିଙ୍ଗବାଡ଼ି,୧୭।୬(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। କଂଗ୍ରେସ ସମର୍ଥିତ ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲ୍ଲିକ ଧର୍ମଗୁଳାରେ ବିଜୟୀ ହୋଇଛନ୍ତି।
ପୂର୍ବାହ୍ନ ୧୦ଟାରେ ୨୪ ସମିତିସଭ୍ୟା ସଭ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକ ଏବଂ ବାଡାବାଙ୍ଗା ସମିତିସଭ୍ୟା ନମିତା ପ୍ରଧାନ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ରୁଦା କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ହୋଇଥିବାବେଳେ ନମିତା ବିଜେଡି ସମର୍ଥୀତ ପ୍ରାର୍ଥୀ ହୋଇଥିଲେ। ଉଭୟ ୧୨ଟି ଲେଖାଏ ଭୋଟ ପାଇବାରୁ ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ବିଡିଓ ନରେଶ ଚନ୍ଦ୍ର ଶବର ଧର୍ମଗୁଳାର ସାହାରା ନେଇଥିଲେ। ଏଥିରେ ରୁଦା ବିଜୟୀ ହୋଇଥିଲେ।
ବିଜୟ ପରେ ଧର୍ମର ଜୟ ହୋଇଛି ଓ ଦୀର୍ଘଦିନ ଧରି ପଞ୍ଚାୟତ ସମିତିରେ ଚାଲିଥିବା ଦୁର୍ନୀତିକୁ ଆଉ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରୁଦା ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ୨ରୁ ଅଧିକ ସନ୍ତାନ ରହିଥିବା ନେଇ ତାଜୁଙ୍ଗିଆ ସମିତିସଭ୍ୟା ରୁଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟ ସୁବେନ୍ତୀଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ପରେ ସମିତିସଭ୍ୟସଭ୍ୟା ୨ ଗୋଷ୍ଠୀରେ ବିଭକ୍ତ ହୋଇ ଅଜ୍ଞାତବାସରେ ଥିଲେ। ରୁଦାଙ୍କୁ ବିଜୟୀ କରିବାକୁ ତାଙ୍କ ସମର୍ଥତ୍ତ ସମିତିସଭ୍ୟ ଶପଥ ନେଉଥିବା ଏକ ଭିଡଓ ମେଙ୍ଗଳବାର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

ରାଶି ପରିବର୍ତ୍ତନ କଲେ ଶୁକ୍ର; ବଢିବ ଆର୍ଥିକ ସଙ୍କଟ, ଅଯଥାରେ ଫଶିଯିବେ ଏହି ୩ ରାଶି…

ବୈଦିକ ଜ୍ୟୋତିଷରେ, ଶୁକ୍ରଙ୍କୁ ଆରାମ, ଧନ, ସମୃଦ୍ଧି, ପ୍ରେମ ଏବଂ ଭୌତିକ ସୁଖ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ଯେତେବେଳେ ଶୁକ୍ର ତାଙ୍କ…

SBI Customer Alert: ଆସନ୍ତାକାଲି ଠପ୍‌ ହୋଇଯିବ UPI ସେବା, ନୋଟ୍‌ କରିନିଅନ୍ତୁ କେତେ ଟାଇମ୍‌…

ନୂଆଦିଲ୍‌ଲୀ,୩।୯: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ୟୁପିଆଇ…

ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକ ପଡ଼ିବ

ଭୁବନେଶ୍ୱର, ୩ା୯(ସନ୍ତୋଷ କୁମାର ବେହେରା): ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏକ ହେଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଗତ…

ଅନ୍ତର୍ଜାତୀୟ ବଜାରରେ ବଢୁଛି ଭାରତ ମସଲା ଚାହିଦା

କଟକ,୩ା୯: ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ଚାହିଦା ବଢୁଥିବାବେଳେ ଭାରତୀୟ ମସଲା ଉତ୍ପାଦନକାରୀ ଉଦ୍ୟୋଗ, ରପ୍ତାନିକାରୀ ଏବଂ କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହିକ୍ରମରେ…

ଆବାସ ଆଶା: କଟିଲେଣି ୨୦୦

ଭୁବନେଶ୍ୱର,୩ା୯(ରବିନାରାୟଣ ଜେନା): ରାଜଧାନୀର ନିମ୍ନବର୍ଗଙ୍କୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନ ଉପରେ ଖୁବ୍‌ଶୀଘ୍ର ଲଟେରି ଉଠାଣ…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

କ୍ଷେତରେ କାମ କରୁଥିବା ବୃଦ୍ଧାଙ୍କୁ ଦେଖି ଅଟକିଲା ବିଜୟଙ୍କ କାର୍‌! ତା’ପରେ ଯାହା କଲେ, ଭାଇରାଲ ହେଲା ଭିଡିଓ

ଚେନ୍ନାଇ,୩।୯: ତାମିଲନାଡୁର ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ବିଜୟ ଜଣେ ବୃଦ୍ଧା ମହିଳାଙ୍କୁ ଭେଟି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri