ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ,୧୦।୪: ମହାମାରୀ କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏହାଦ୍ୱାରା ପ୍ରାୟ ୮୧ପ୍ରତିଶତ ନିଯୁକ୍ତି ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବେ ସବୁଠୁ ଅଧିକ ନିଯୁକ୍ତି ହ୍ରାସ ପାଇଛି ବୋଲି ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରକାଶ କରିଛି। ବିଶେଷକରି ବିକଶିତ ରାଷ୍ଟ୍ର ଅପେକ୍ଷା ନିମ୍ନ ଓ ମଧ୍ୟବିତ୍ତ ଆୟ ସୃଷ୍ଟିକାରୀ ରାଷ୍ଟ୍ରଗୁଡ଼ିକ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି। କର୍ମଚାରୀଙ୍କ ଚାକିରି ରକ୍ଷା କରିବା ଏବଂ ସେମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ନିଯୁକ୍ତିଦାତାଙ୍କର ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି। ଭାରତ, ନାଇଜେରିଆ ଏବଂ ବ୍ରାଜିଲ୍‌ ପରି ରାଷ୍ଟ୍ରର ସିଂହଭାଗ ଅର୍ଥନୀତି ସେମାନଙ୍କ ଇନ୍‌ଫର୍ମାଲ ସେକ୍ଟର ବା ଘରୋଇ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ନିର୍ଭର କରେ। ତେଣୁ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ଚାକିରି ରକ୍ଷା କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁରକ୍ଷା ଦେବା ଉକ୍ତ ରାଷ୍ଟ୍ରଗୁଡ଼ିକର ପ୍ରଥମ କର୍ତ୍ତବ୍ୟ ବୋଲି ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି। ଭାରତର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଗତ ୩ସପ୍ତାହ ମଧ୍ୟରେ ବେରୋଜଗାରୀ ୩ଗୁଣା ବୃଦ୍ଧି ପାଇଛି, ଯାହାକି ଏକ ବଡ଼ ବିପଦ ବୋଲି ଆଇଏଲ୍‌ଓ ଚେତାବନୀ ଦେଇଛି। ଦି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ମତରେ ଦେଶରେ ଗତ ୫ତାରିଖ ସୁଦ୍ଧା ବେରୋଜଗାର ମାତ୍ରା ହାରାହାରି ୨୩.୪ପ୍ରତିଶତ ଥିଲା, ଯେଉଁଥିରେ କି ସହରାଞ୍ଚଳରେ ଏହାର ହାର ୨୩.୯ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୨୦ପ୍ରତିଶତ ରହିଥିଲା। ଏପରି କି କିଛି ଅଞ୍ଚଳରେ ରୋଜଗାରକୁ ସୁରକ୍ଷା ଦେବାକୁ ମଧ୍ୟ ଚେଷ୍ଟା କରାଯାଉଛି ବୋଲି ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ବିଶ୍ୱବ୍ୟାପୀ ବେରୋଜଗାରୀ ଦ୍ରୁତମାତ୍ରାରେ ବଢ଼ିବାରେ ଲାଗିଛି। ନିର୍ମାଣକାରୀ ସଂସ୍ଥା, ହୋଲ୍‌ସେଲ ଏବଂ ରିଟେଲ୍‌ ବ୍ୟବସାୟ, ରିୟଲ୍‌ ଇଷ୍ଟେଟ, ରହିବା ଏବଂ ଖାଦ୍ୟପାନୀୟ ସେବାରେ ସବୁଠାରୁ ଅଧିକ ଅର୍ଥାତ୍‌ ୩୮ପ୍ରତିଶତ କର୍ମଚାରୀ ଜୀବିକା ହରାଇଛନ୍ତି। ପରିବହନ, ଆମୋଦପ୍ରମୋଦ ବ୍ୟବସ୍ଥା ମଧ୍ୟମରୁ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବାବେଳେ ଜନସ୍ବାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା କମ୍‌ଭାବେ ପ୍ରଭାବିତ ହୋଇଛି ବୋଲି ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି। ଏଭଳିସ୍ଥିତିରେ ସହରାଞ୍ଚଳରେ ଲୋକମାନଙ୍କୁ ଯଦି ଠିକ୍‌ଭାବେ ନିଯୁକ୍ତି କିମ୍ବା ରୋଜଗାର ନ ମିଳିବ ତେବେ ଲୋକମାନେ ପୁଣି ଗ୍ରାମାଭିମୁଖୀ ହେବେ, ଯାହାଫଳରେ ଗ୍ରାମାଞ୍ଚଳର ଅର୍ଥନୀତି ବ୍ୟବସ୍ଥା ମଧ୍ୟ ବିଗିଡ଼ିବାର ସମ୍ଭାବନା ରହିଛି ବୋଲି ଅର୍ଥନୈତିଜ୍ଞ ଏବଂ ଶ୍ରମିକ ସଂଗଠନ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri