ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି: ୨ ବର୍ଷ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୧୭।୧- ଭଦ୍ରକ ଜିଲା ସଦର ବ୍ଲକ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ଲକ୍ଷ ଟଙ୍କାର ଦୁର୍ନୀତି ଘଟଣାକୁ ଏହାମଧ୍ୟରେ ୨ ବର୍ଷ ବିତିଯାଇଛି। ସେତେବେଳେ ଏ ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଏଯାଏ ତଦନ୍ତ ସରୁ ନାହିଁ। ଭିଜିଲାନ୍ସ ଓ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଜାରି ରହିଥିବା କୁହାଯାଉଛି। ପ୍ରଶାସନିକ ଅଧିକାରୀମାନେ ତଦନ୍ତ ଆଳରେ ଦିନ ଗଡ଼ାଇ ଚାଲିଥିବାରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଫଳରେ ଲୋକେ ପ୍ରଶାସନର ତଦନ୍ତ ଉପରୁ ଆସ୍ଥା ହରାଇଥିବା କେତେଜଣ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁର୍ନୀତିକୁ ଚାପି ଦେବା ଲାଗି ଉଦ୍ୟମ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ ଯେ, ଏହି ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେତେବେଳେ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ଅନ୍ୟପକ୍ଷେ ବିଳମ୍ବ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୨୪ ମାସ ବିତିସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବଳ ସଦର ବ୍ଲକ ନୁହେଁ ଜିଲାର ଅନ୍ୟ ବ୍ଲକରେ ମଧ୍ୟ ଏହି ଯୋଜନାରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପାଇଖାନା ତିଆରି ନ କରି ସରକାରୀ ଅନୁଦାନ ବାବଦକୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। କେତେଜଣ ଅସାଧୁ କର୍ମଚାରୀ ନିଜ ସମ୍ପର୍କୀୟ, ଭାଇ ବନ୍ଧୁ ଓ ପଡ଼ୋଶୀଙ୍କୁ ହିତାଧିକାରୀ ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ୟାମ୍ପରିଂ କରି ଟଙ୍କା ହଡ଼ପ କରିଥିବାର ପ୍ରମାଣ ମିଳିସାରିଛି। କେତେ ପରିମାଣର ଟଙ୍କା କେତେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ସେନେଇ ତନାଘନା କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଜିଲାପାଳ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ଡିଆର୍‌ଡିଏର ଦୁଇ ଅଧିକାରୀ ଥରୁଟିଏ ଦୈସିଂ ଅଞ୍ଚଳକୁ ଯାଇ ଫେରି ଆସିଛନ୍ତି। ଘଟଣାକୁ ଲୁଚାଇବା ଲାଗି ବିଭିନ୍ନ କୌଶଳ ଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି। ଦୈସିଂ ପଞ୍ଚାୟତର କୁସୁନନଗର ଓ ଏହା ଆଖପାଖ ଗଁାରେ ରାତାରାତି ପାଇଖାନା ନିର୍ମାଣ କରାଯାଇଥିବା କୁହାଯାଇଛି। ଏପରିକି ଗୋଟିଏ ପାଇଖାନାରେ ୨ରୁ ୩ ଥର ବିଭିନ୍ନ ରଙ୍ଗ ଦେଇ ହିତାଧିକାରୀଙ୍କ ଭିନ୍ନ ଭିନ୍ନ ନଁା ଦର୍ଶାଇ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜଣାପଡ଼ିଥିଲା। ସେଠାରେ ଜଣେ ମୋଟିଭେଟର ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟକୁ ୭ରୁ ୮ ଥର ଟଙ୍କା ଟ୍ରାନ୍ସଫର କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ପଦାକୁ ଆସିଥିଲା। ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ନକଲ ହାସଲ କରି ଭିଜିଲାନ୍ସ ଓ ପ୍ରଶାସନିକ ଅଧିକାରୀ ତଦନ୍ତ କରୁଥିବା ସୂଚନା ମିଳିଥିଲା। ଏହି ଦୁର୍ନୀତିରେ ତଳସ୍ତରରୁ ଉପର ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଶାସନିକ ମହଲ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଦୈସିଂର ଅଜୟ କୁମାର ମହାନ୍ତି ସୂଚନା ଅଧିକାର ଆଇନ ବଳରେ ଏ ସମ୍ପର୍କରେ କେତେକ ତଥ୍ୟ ପଦାକୁ ଆଣି ଜିଲା ପ୍ରଶାସନଠାରୁ ଆରମ୍ଭକରି ସ୍ବଚ୍ଛ ଭାରତ ମିଶନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କୁ ପଚାରିବାରୁ ତଦନ୍ତ ସରି ରିପୋର୍ଟ ଆସିସାରିଛି, ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri