Posted inଖେଳ

ଦେଶ ଲାଗି ଖେଳି ପାରିବିନି ବୋଲି କେତେକ କହୁଥିଲେ: ବୁମ୍‌ରା

ନୂଆଦିଲ୍ଲୀ,୨୭।୪(ପି.ଟି): ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ନିଜର ସ୍ବତନ୍ତ୍ର ପରିୟ ସୃଷ୍ଟି କରିଛନ୍ତି। ତେବେ ନିଜର ବିଚିତ୍ର ବୋଲିଂ ଆକ୍ସନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଏହି ଅସାଧାରଣ ବୋଲିଂ ଆକ୍ସନ ପାଇଁ ଲୋକେ ତାଙ୍କୁ ଭାରତ ତରଫରୁ ଖେଳିପାରିବେ ନାହିଁ ବୋଲି କହୁଥିଲେ ବୋଲି ସେ କହିଛନ୍ତି। ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ସେସନରେ ଅଂଶଗ୍ରହଣ କରି ବୁମ୍‌ରା ଏହା କହିଛନ୍ତି।
ନିଜର ବିଚିତ୍ର ତଥା ଆଇ ଆର୍ମ ବୋଲିଂ ଆକ୍ସନ ନେଇ ଯୁବରାଜ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ଦୀର୍ଘ ଦିନ ଧରି ଦେଶ ପାଇଁ ଖେଳିପାରିବି ନାହିଁ ବୋଲି କେତେକ କହୁଥିଲେ। ଦେଶ ପାଇଁ ଖେଳିବାର ମୁଁ ଅନ୍ତିମ ବ୍ୟକ୍ତି ହେବି ବୋଲି କେତେକ ବିଚାର କରୁଥିବା କଥା ସେ ଯୁବିଙ୍କୁ ଉତ୍ତର ଦେଇ କହିଛନ୍ତି। ଗୋଟିଏ କିମ୍ବା ଦୁଇଟି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବି ବୋଲି ସେମାନେ କହୁଥିଲେ। କାରଣ ଏହି ଆକ୍ସନ ଦେହ ପାଇଁ ପିଡାଦାୟକ ହେବ ବୋଲି କେତେକ ଭାବୁଥିଲେ। ତେବେ ଏହି ଆକ୍ସନକୁ ବଜାୟ ରଖି ଧିରେ ଧିରେ ଉନ୍ନତି କରିଥିଲି ୨୬ ବର୍ଷୀୟ ବୁମ୍‌ରା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ସେ ୨୦୧୬ରେ ଭାରତ ପାଇଁ ପଦାର୍ପଣ କରିଥିଲେ।
ସ୍ବତନ୍ତ୍ର ଭାବେ କୌଣସି ପ୍ରଶିକ୍ଷଣ ନେଇ ନ ଥିଲି। ଟିଭି ଦେଖି ଯାହା ଶିଖିଥିଲି। ଜଣେ ଟେନିସ ବଲ ବୋଲରଙ୍କ ଆକ୍ସନକୁ ନକଲ କରିବାକୁ ପ୍ରୟାସ କରିଥିଲି। ତେବେ ଏହି ପ୍ରକାର ଆକ୍ସନ କେବେ ଆରମ୍ଭ ହେଲା ତାହା ଜାଣି ନ ଥିଲି। ୧୯ ବର୍ଷରୁ କମ୍‌ ପର୍ଯ୍ୟନ୍ତ ମୋର ଭିନ୍ନ ଆକ୍ସନ ଥିଲା। ତେବେ ଏଥିରେ ପରିବର୍ତ୍ତନ ଆସିଥିଲା। କିନ୍ତୁ ଯେତେବେଳେ ଏହି ଅସାଧାରଣ ଆକ୍ସନରେ ବୋଲିଂ କରିବା ଆରମ୍ଭ କରିଥିଲି, ଏହାର ପରିବର୍ତ୍ତନ ପାଇଁ କେହି ମୋତେ କହି ନ ଥିଲେ ବୋଲି ବୁମ୍‌ରା କହିଛନ୍ତି। ବୁମରା ଏପର୍ଯ୍ୟନ୍ତ ୬୪ ଦିନିକିଆ, ୫୦ ଟି୨୦ ଓ ୧୪ଟି ଟେଷ୍ଟ ଖେଳିଛନ୍ତି। ୨୦୧୮ ଜାନୁୟାରୀରେ ସେ ଟେଷ୍ଟ ପଦାର୍ପଣ କରିଥିଲେ। ଏବେ ସେ ଟେଷ୍ଟରେ ମଧ୍ୟ ନିୟମିତ ସଦସ୍ୟ ବନିଯାଇଛନ୍ତି। ଟେଷ୍ଟ ଫର୍ମାଟ ସବୁଠାରୁ ଶ୍ରେଷ୍ଠ। ବୁମ୍‌ରା ଦିନେ ବିଶ୍ୱର ଏକ ନମ୍ବର ବୋଲର ହେବେ ବୋଲି ଯୁବରାଜ ପୂର୍ବାନୁମାନ କରି ଏଭଳି କଥା ତାଙ୍କୁ କହିଥିଲେ। ବୁମ୍‌ରା ୨୦୧୭ରେ ଟି୨୦ ର଼୍ୟାଙ୍କିଙ୍ଗ୍‌ର ବୋଲିଂ ତାଲିକାରେ ୧ ନମ୍ବର ସ୍ଥାନ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri