Posted inଫୁରସତ

ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ, ଏକାଥରକେ ବସି ଖାଇବେ…

କୋଲକାତା: ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେଶନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି। ଏହାର ନାମ ‘ରେଷ୍ଟୁରାଣ୍ଟ ଅନ୍‌ ହ୍ବିଲ୍ସ’ରଖାଯାଇଛି। ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍‌କୁ ମିଶାଇ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି। ଏହା ରେଳଯାତ୍ରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ।

କେନ୍ଦ୍ରୀମନ୍ତ୍ରୀ ବାବୁଲ ସୁପ୍ରିୟୋ ବୁଧବାର ଏହାର ଉଦ୍‌ଘାଟନ କରିଛନ୍ତି। ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ରେଷ୍ଟୁରାଣ୍ଟରେ ରୋଲ୍‌ଠାରୁ ଆରମ୍ଭ କରି ଆମିଷ ଏବଂ ନିରାମିଷର ଖାଦ୍ୟ ମିଳିବ। ପ୍ରଥମ କୋଚ୍‌ରେ ଚା’ ଏବଂ ସ୍ନାକ୍ସ ରହିଥିବା ବେଳେ ଦ୍ୱିତୀୟଟିରେ ଲଞ୍ଚ ଏବଂ ଡିନର ବ୍ୟବସ୍ଥା ରହିଛି। ପୂରା ରେଷ୍ଟୁରାଣ୍ଟକୁ ଏୟାରକଣ୍ଡିଶନ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୫୦ ଲକ୍ଷ ଟଙ୍କା ଏହି ରେଷ୍ଟୁରାଣ୍ଟରୁ ରୋଜଗାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏହା ଭିତରକୁ ଖୁବ୍‌ ସୁନ୍ଦର ଭାବରେ ତିଆରି କରାଯାଇଛି। କୋଚ୍‌ର କାନ୍ଥକୁ ପେଣ୍ଟିଂ କରାଯିବା ସହ ପୁରୁଣା ସାମଗ୍ରୀରେ ସଜା ଯାଇଛି। ପ୍ରତି ଟେବୁଲରେ ଲାଇଟ୍‌ ଲଗାଯାଇଛି। ଯାହା ଲକ୍‌ଜରୀ ଲୁକ୍‌ ଦେବ। ଲୋକେ ଆରାମରେ ବସି ଖାଦ୍ୟର ମଜା ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri