ଦେଶରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ, ୪୯.୨୧ ପ୍ରତିଶତ ରହିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୧୧।୬: କରୋନା ସଂକ୍ରମଣକୁ ନେଇ ଏକ ମିଳିତ ଖବରଦାତା ସମ୍ମିଳନୀରେ ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତଥ୍ୟ ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ କହିଛନ୍ତି ଦେଶରେ ଏବେ କରୋନା ସୁସ୍ଥତାର ହାର ୪୯.୨୧ ପ୍ରତିଶତ ରହିଛି। ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ଆଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ। ଏହାସହ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ମେ’ ୧୫ରେ ମୃତ୍ୟୁ ହାର ୩.୩ ପ୍ରତିଶତ ଥିବା ବେଳେ ଏବେ ଏହା କମ୍‌ ହୋଇ ୨.୮ରେ ରହିଛି। ଅନ୍ୟପଟେ ଭାର୍ଗବ କହିଛନ୍ତି ଗାଁ ତୁଳନାରେ ସହରରେ ଅଧିକ ପରିମାଣରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତା ୩ ଦିନ ଯାଏ ରାଜ୍ୟରେ…

ଭୁବନେଶ୍ୱର, ୩୦।୭: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।…

ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା: ଆସିବେନି ପିଲା, ରହିବେ ଶିକ୍ଷକ

ଖୋର୍ଦ୍ଧା,୩୦ା୭: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୩୧ ତାରିଖରେ ସ୍କୁଲ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ…

ହଠାତ୍‌ ମୋଦି ସରକାରଙ୍କୁ ପ୍ରଶଂସା କଲେ ୱାଙ୍ଗଚୁକ, କହିଦେଲେ ଏମିତି…

ନୂଆଦିଲ୍ଲୀ, ୩୦।୭: ବିଖ୍ୟାତ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଏକ ଭିଡିଓ ଶେୟାର କରି ଭାରତୀୟ ରେଲୱେର ପ୍ରଶଂସା କରିଛନ୍ତି। ଏଥିସହ ସେ ଏହା…

୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି।…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଘରୁ ସ୍ବାମୀଙ୍କୁ ଉଠାଇନେଇ ପୋଲିସ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମର କେ.କୁରେଶୁୁ ରେଡ୍ଡୀଙ୍କ ଝିଅ କେ. ଭାରତୀ ରେଡ୍ଡୀ ସାନଖେମୁଣ୍ଡି ବ୍ଲକ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଘରୁ ବୃଦ୍ଧାଙ୍କ ପଚାସଢା ମୃତଦେହ ଉଦ୍ଧାର ଘଟଣା: ବେସାହାରା ହୋଇପଡିଛନ୍ତି ମାନସିକ ବିକାରଗ୍ରସ୍ତ ୨ ପୁଅ, ପ୍ରଶାସନର ଦେଖାନାହିଁ…

ପୁରୁଷୋତ୍ତମପୁର,୩୦/୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚିତ ବିଷୟ ପାଲଟିଥିଲା। ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କିୟମାନେ ମୁହଁ ଫେରାଇ…

ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri