ଦେଶରେ ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ବିଶ୍ୱ ସହ ତାଳଦେଇ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩,୦୧,୫୭୯ରେ ପହଞ୍ଚିଥିବା ବେଳେ ୮,୫୫୩ ଜଣ ପ୍ରାଣ ହରାଇଲେଣି। ଶୁକ୍ରବାର ଗୋଟିଏ ଦିନରେ ୧୦, ୯୫୬ ନୂଆ ମାମଲା ସାମ୍ନାକୁ ଆସିଥିଲା। ପ୍ରାୟ ୭ ରାଜ୍ୟରେ ଉଗ୍ର ସଂକ୍ରମଣ ସ୍ଥିତି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ରାଜଧାନୀ ଦିଲ୍ଲୀ, ତାମିଲନାଡ଼ୁ, ହରିୟାଣା, ପଶ୍ଚିମବଙ୍ଗ, ଜମ୍ମୁ-କଶ୍ମୀର ଓ ଉତ୍ତରପ୍ରଦେଶରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଛି। ଗତ ୧୦ ଦିନରେ ଏହି ରାଜ୍ୟଗୁଡ଼ିକରେ ସହସ୍ରାଧିକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ପ୍ରତିଦିନ ୧୨ଶହରୁ ୧୪ଶହ ନୂଆ ମାମଲା ନଜର ଆସୁଛି। ତାମିଲନାଡ଼ୁରେ ମଧ୍ୟ ସମାନ ସ୍ଥିତି। ଗୁରୁବାର ଏଠାରେ ରେକର୍ଡ ୧,୯୨୭ ନୂଆ ମାମଲା ଦେଖିବାକୁ ମିଳିଥିଲା। ହରିୟାଣା ଓ ଜମ୍ମୁ-କଶ୍ମୀର ସ୍ଥିତି ଖରାପ ହେବାରେ ଲାଗିଛି। ଉତ୍ତରପ୍ରଦେଶ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି।
ଏହା ବ୍ୟତୀତ ମହାରାଷ୍ଟ୍ରରେ ସର୍ବାଧଇକ ୩,୭୧୭ ଜଣଙ୍କ ମୃତ୍ୟୁୁ ଘଟିଛି। ତାମିଲନାଡ଼ୁରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩୬୭ରେ ପହଞ୍ଚିଛି। ଦିଲ୍ଲୀରେ ୩୪,୬୫୪, ଗୁଜରାଟରେ ୨୨, ୫୬୨, ଉତ୍ତରପ୍ରଦେଶରେ ୧୨, ୦୮୮, ରାଜସ୍ଥାନରେ ୧୧, ୯୩୦, ମଧ୍ୟପ୍ରଦେଶରେ ୧୦,୨୪୧ ଓ ପଶ୍ଚିମବଙ୍ଗରେ ୧୦,୨୪୪ ସଂକ୍ରମିତ ଥିବା ଜଣାପଡ଼ିଛି। କ୍ରମଶଃ ରୋଗୀ ସଂଖ୍ୟା ବଢ଼ୁଥଇବା ବେଳେ ଏହା ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri