Posted inଖେଳ

ଦୂତୀ ବାଣ୍ଟିଲେ ଖାଦ୍ୟ ପୁଡ଼ିଆ

ଭୁବନେଶ୍ୱର, ୧୧।୫(କ୍ରୀଡ଼ା ପ୍ରତିନିଧି)-ଆଥଲେଟିକ୍ସ ଟ୍ରାକ୍‌ରେ ନିଜର ଚମକ ଦେଖାଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ସମ୍ପୂର୍ଣ୍ଣ ଭାରତ ଏବେ ଲକ୍‌ଡାଉନ୍‌। କିଛି ପ୍ରତିଯୋଗିତା ନ ଥିବାରୁ ଦୂତୀ ଆବଶ୍ୟକ ଟ୍ରେନିଂ କରି ନିଜକୁ ଫିଟ୍‌ ରଖିବା ସହ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବା ଦୂତୀ ନିଜ ଗାଁ ଯାଜପୁର ଜିଲା ଚକାଗୋପାଳପୁରକୁ ଯାଇ ୧୦୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି । ”ଆମ ଗାଁରେ ଅଧିକାଂଶ ତନ୍ତୁବାୟ ପରିବାର ରହୁଥିବାରୁ କାମକଲେ ସେମାନଙ୍କ ଖାଇବା ସମ୍ଭବ ହୋଇଥାଏ। ଲକ୍‌ଡାଉନ୍‌ ସ୍ଥିତିରେ ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଶୁଣିବାକୁ ପାଇଥିଲି। ତେଣୁ ମୁଁ ୫୦,୦୦୦ଟଙ୍କା ଖର୍ଚ୍ଚ କରିଥିବାବେଳେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସାହାଯ୍ୟକ୍ରମେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ଗ୍ରସେରି ଏବଂ ସାନିଟାଇଜର ଆଦି ମିଶାଇ ପୁଡ଼ିଆ ପ୍ରସ୍ତୁତ କରିଥିଲି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଲୋକଙ୍କୁ ଶନିବାର ଏହି ପୁଡ଼ିଆ ବଣ୍ଟା ଯାଇଛି। ଆଉ ୨୦୦୦ ପୁଡ଼ିଆ ରବିବାର ପ୍ରସ୍ତୁତ କରାଯାଇଛି। ଏହାକୁ ସୋମବାର ଲୋକମାନଙ୍କୁ ପ୍ରଦାନ କରାଯିବ“ ବୋଲି ଦୂତୀ ପ୍ରକାଶ କରିଛନ୍ତି। ଗଁାକୁ ଯିବାପାଇଁ ମୁଁ ଭୁବନେଶ୍ୱରରୁ ସ୍ବତନ୍ତ୍ର ପାସ୍‌ ନେଇଥିଲି। ମୋ ପରିବାର ପକ୍ଷରୁ ଗଁା ଲୋକମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆ ଯାଇଥିଲା। ତେଣୁ ଲୋକମାନେ ଆସି ଆମ ଘରୁ ଖାଦ୍ୟପୁଡ଼ିଆ ସଂଗ୍ରହ କରିଥିଲେ। ମୋ ପ୍ରିୟ ମହିନ୍ଦ୍ରା ଏକ୍ସୟୁଭି ଏବେ କୋଭିଡ୍‌-୧୯ ରିଲିଫ କାର୍ଯ୍ୟରେ ଲାଗିଛି ବୋଲି ସେ କହିଛନ୍ତି ।
ଲୋକମାନେ କରୋନା ଭାଇରସ୍‌ ଜନିତ ରୋଗକୁ ନେଇ ଭୟଭୀତ ଅଛନ୍ତି। ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଅନୁଭବ କଲି। ତେଣୁ ମୋ ପକ୍ଷରେ ଯେତେ ସମ୍ଭବ ହୋଇ ପାରିବ ନିଶ୍ଚିତ ସାହାଯ୍ୟ କରିବି ବୋଲି ଦୂତୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେଥିବା ଦୂତୀ ଏବେ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ କରୁଛନ୍ତି। ପୂର୍ବରୁ ସେ କେବଳ ଫିଟ୍‌ନେସ୍‌ ଟ୍ରେନିଂ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ନିୟମ ସାମାନ୍ୟ କୋହଳ ହେବାପରେ ତାଙ୍କୁ କଳିଙ୍ଗ ଷ୍ଟାଡିୟମ ଟ୍ରାକ୍‌ରେ ଟ୍ରେନିଂ ପାଇଁ ସୁଯୋଗ ମିଳିଛି। ତେବେ ସେ କେବଳ ରନିଂ ବ୍ୟତୀତ ଅନ୍ୟ ସମସ୍ତ ଟ୍ରେନିଂ କିଟ୍‌ର କ୍ରିକେଟ ଷ୍ଟାଡିୟମରେ କରୁଛନ୍ତି ଏବଂ ସେଠାକାର ଜିମ୍‌ ବ୍ୟବହାର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ସେପ୍ଟେମ୍ବରରେ ସିଜନ ଆରମ୍ଭ କରିବାକୁ ଚିନ୍ତା କରୁଛି। ପ୍ରତିଯୋଗିତା ହେଲେ ସେ ନିଶ୍ଚିତ ଭାଗ ନେବେ ବୋଲି ଦୂତୀ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଏହି ୩ ରାଶିଙ୍କ ପିଛା ଛାଡିବେନି ଶନି; ସାଢ଼େ ସାତୀରେ ଛଟପଟ ହେବେ!

ବୈଦିକ ଜ୍ୟୋତିଷରେ ଶନିଙ୍କୁ ନ୍ୟାୟର ଦେବତା ଏବଂ କର୍ମଫଳଦାତା ବୋଲି ବିବେଚନା କରାଯାଇଥାଏ। କୁହାଯାଏ ଯେଉଁମାନେ ଯେପରି କର୍ମ କରନ୍ତି, ଶନି ସେମାନଙ୍କୁ ସେହି ଅନୁସାରେ ଫଳ…

ଋଷିକୁଲ୍ୟା ବନ୍ୟା କ୍ଷୟକ୍ଷତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍: ପୁରୁଷୋତ୍ତମପୁରରେ ବୁଲି ଦେଖିଲେ ବିପର୍ଯ୍ୟୟର ବାସ୍ତବ ଚିତ୍ର

ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ବିପର୍ଯ୍ୟୟର ବାସ୍ତବ…

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…

ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ…

ଆଉଟ୍ ହେବା ପରେ ଏଭଳି ଇସାରା ଦେଲେ ବିରାଟ, ଅବସର ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଛି । ମାତ୍ର ୫୧ ବଲ୍‌ରେ ୧୩ଟି…

ଦୀପାବଳି ପୂର୍ବରୁ ଝଟକା; ମହଙ୍ଗା ହେଲା ଚିନି, ମାସକରେ ବଢ଼ିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୪।୧୧: ପାର୍ବଣ ଋତୁରେ ଚିନିର ଯୋଗାଣ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଖୁଚୁରା ଓ ପାଇକାରୀ ବଜାରରେ ଚିନି ଦର ବୃଦ୍ଧି ପାଇଛି…

ଡଲାବାଡ଼ିକୁ ପାନୀୟ ଜଳ ଯୋଗାଣ ଦାବିରେ ଏକାଠି ହେଲେ ଗ୍ରାମବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ…

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡଲାବାଡ଼ି ଗ୍ରାମରେ ସୋଲାର ଚାଳିତ ବୋରିଂ ଓ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ…

ଧନତେରସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ: ୩ ରାଶିକୁ ଫାଇଦା ହିଁ ଫାଇଦା, ପ୍ରଚୁର ଧନଲାଭ!

ଧନତେରସର ପର୍ୱ ଏଥର ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଅବସରରେ ବୁଧ ଏବଂ ଶୁକ୍ରଙ୍କ ଯୁତି ଫଳରେ…

ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା

ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?