ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍‌ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ

ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଷୋଳଷପଦା ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳୁ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏଠାରେ ଲୋକେ ବିନା ବିଦ୍ୟୁତ୍‌ରେ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି। ୧୫ ଦିନ ହେଲା ଅଞ୍ଚଳବାସୀ ସମସ୍ୟା ଭୋଗୁଥିଲେ ହେଁ ବିଭାଗ ପକ୍ଷରୁ ସ୍ଥିତି ସ୍ବାଭାବିକ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଜାମ୍ବୁନାଳୀ ଗ୍ରୀଡ଼ରୁ ବଇଣ୍ଡା ବିଦ୍ୟୁତ୍‌ ସବଷ୍ଟେଶନ ଦେଇ ଷୋଳଷପଦାକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ହେଲେ ୧୫ ଦିନ ହେବ ଅଞ୍ଚଳର ବଡ଼ହୁଲା, ଧୁଣ୍ଡି, ପେଡ଼ିପଥର, ପଟାପଥର, ଧଉରାଗୋଠ, ଭେଜିଗୋଠ, ସାନହୁଲା, ମନ୍ଦରବାହାଳ, କୁରୁମଟାପ, ଝିଲିମୁଣ୍ଡା, ବରହ୍ମ, ବନ୍ତୁଲୁ, ସାପଘରା, ଖମାର, ରାଇନାଳୀ, ଶିଶୁକଟା, ଲକ୍ଷ୍ମୀପୁର, ହେମାମୁରା, ପାଇକସାହି, କଳାପାଟନାଳୀ, ଟାପଢୋଲ, ବାଲିସାହି ଆଦି ୨୫ରୁ ଊର୍ଦ୍ଧ୍ୱ ଗ୍ରାମରେ ପ୍ରତିଦିନ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ କରିଦିଆଯାଉଛିି। ଦୀର୍ଘ ୧୫ ଦିନ ହେବ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଏଭଳି ବିଦ୍ୟୁତ୍‌ କାଟ ରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ବିଦ୍ୟୁତ ବିଭାଗର ଠିକାଦାରଙ୍କୁ କେତେଜଣ ବିଭାଗୀୟ ଅଧିକାରୀ ଅନୁକମ୍ପା ଦେଖାଇ ଏଭଳି କରୁଥିବା ହେମାମୁରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗତ ଡିସେମ୍ବରରେ ହେମାମୁରାର ବିଲମାଳରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିବା ପରଠାରୁ ୪ ମାସ ଧରି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍‌ କାଟ କରାଯାଇଥିଲା। ବର୍ଷ ତମାମ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଉପଭୋକ୍ତାମାନେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଭଙ୍ଗା ବିଦ୍ୟୁତ୍‌ ଖୁଣ୍ଟ ସାଙ୍ଗକୁ ବାଉଁଶ କାଠରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି। ବିଲ୍‌ ଆଦାୟ କରିବା ପାଇଁ କର୍ମଚାରୀମାନେ ଯେତିକି ତତ୍ପର ହେଉଛନ୍ତି ସେହିମାତ୍ରାରେ ସେବା ଯୋଗାଉ ନ ଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ନଚେତ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବଇଣ୍ଡା ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କହିଛନ୍ତି, ଦୀନଦୟାଲ ଯୋଜନାରେ ଉକ୍ତ ଗ୍ରାମଗୁଡ଼ିକରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇ କାମ କରାଯାଉଥିବା ଯୋଗୁ ୬ ଘଣ୍ଟା ପାଓ୍ବାର କଟ କରାଯାଉଛି। ପୂର୍ବରୁ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri