ଦିବ୍ୟାଙ୍କା କହିଲେ ମୋ’ ଭାଇ କରୋନା ସଂକ୍ରମିତ ନୁହନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଭୋପାଳସ୍ଥିତ ଘର ବାହାରେ ‘କୋଭିଡ୍‌-୧୯ ଡୁ ନଟ୍‌ ଭିଜିଟ୍‌’ ନୋଟିସ୍‌ ଲଗାଯାଇଛି। କାରଣ ତାଙ୍କ ଭାଇ ଐଶ୍ୱର୍ଯ୍ୟ ତ୍ରିପାଠୀ ଇଣ୍ଡିଗୋ ଫ୍ଲାଇଟ୍‌ରେ ପାଇଲଟ୍‌ ଥିଲେ। ଫ୍ଲାଇଟ୍‌ ଉଡ଼ାଣ କରି କିଛିଦିନ ତଳେ ସେ ଭୋପାଳ ଫେରିଥିଲେ। ତେଣୁ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଥିଲା। ଭଉଣୀ ଦିବ୍ୟାଙ୍କା କହିଛନ୍ତି ସେ କରୋନା ସଂକ୍ରମିତ ନୁହନ୍ତି। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି।
ଏକ ସାକ୍ଷାତକାରରେ ଦିବ୍ୟାଙ୍କା କହିଛନ୍ତି, ମୋ’ ଭାଇ ୧୩ ଦିନ ତଳେ ଫ୍ଲାଇଟ୍‌ ଚଳାଇଥିଲେ। ତାଙ୍କଠାରେ କରୋନା ଭାଇରସ୍‌ର କୌଣସି ଲକ୍ଷଣ ନାହିଁ। ଏହାବ୍ୟତୀତ ପ୍ରତିଦିନ ଅଧିକୃତ ସରକାରୀ ଡାକ୍ତର ତାଙ୍କ ସ୍ବାସ୍ଥ୍ୟର ଯାଞ୍ଚ କରୁଛନ୍ତି। ଆମେ ନିଜ ସୁରକ୍ଷା ପାଇଁ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଛୁ। ଏହାର ଅର୍ଥ ନୁହେଁ ସେ କରୋନା ଭାଇରସ୍‌ରେ ସଂକ୍ରମିତ। ଏହା କେବଳ ସୁରକ୍ଷା ଉପାୟ।
ଦିବ୍ୟାଙ୍କା ସୋସିଆଲ ମିଡିିଆରେ ମଧ୍ୟ ସଫେଇ ଦେଇଛନ୍ତି। ସେ ଲେଖିଛନ୍ତି, ମୋ ଭାଇ ପାଇଲଟ୍‌। ସେ ନିଜ ଇଚ୍ଛାରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ୧୩ ଦିନ ଭିତରେ ତାଙ୍କଠାରେ ସେପରି କୌଣସି ଲକ୍ଷଣ ଦେଖାଯାଇନାହିଁ। ଯଦି ସେ ଆକ୍ରାନ୍ତ ହୋଇଥାନ୍ତେ ତେବେ ତାଙ୍କୁ ସ୍ବତନ୍ତ୍ର ଭାବରେ ଚିକିତ୍ସା କରାଯାଇଥା’ନ୍ତା। ଅଧିକାରୀମାନେ ଆମ ଭୋପାଳ ଘର ବାହାରେ ନୋଟିସ୍‌ ମାରିଛନ୍ତି। ଯାହା ଜରୁରୀ ଥିଲା। ମାତ୍ର ଏହା ନୁହେଁ କି , ମୋ’ ଭାଇ କରୋନା ପଜିଟିଭ୍‌। କାହାର ସମ୍ମାନରେ ଆଞ୍ଚ ଆସିବାକୁ ଦିଅନ୍ତୁ ନାହିଁ। ଧନ୍ୟବାଦ ନ ଦିଅନ୍ତୁ ମାତ୍ର ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri