ଦିନିକିଆ ଅଧିବେଶନ, ଯୋଗଦେବେ ୩୦% ସଦସ୍ୟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ସୋମବାର ଲୋକସେବା ଭବନର ନୂତନ କନ୍‌ଭେନ୍‌ଶନ ବିଲ୍ଡିଂରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ। ଏଥିଲାଗି ରବିବାର ଲୋକସେବା ଭବନକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୦ଟାରେ ଅଧିବେଶନ ଆରମ୍ଭ ହୋଇ ପ୍ରାୟ ୧୨.୩୦ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡିଛି। ପ୍ରଥମେ ଗିଲୋଟିନ୍‌ ପ୍ରସ୍ତାବ ଅଣାଯିବ। ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବା ପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବାଚସ୍ପତି ବନ୍ଦ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହି ଅଧିବେଶନରେ ସବୁ ଦଳର ୩୦ପ୍ରତିଶତ ବିଧାୟକମାନଙ୍କୁ ଯୋଗଦେବା ପାଇଁ କୁହାଯାଇଛି। ସେହି ଅନୁଯାୟୀ ସବୁ ଦଳ ନିଜର କେଉଁ ପ୍ରତିନିଧିମାନଙ୍କୁ ପଠାଇବେ ସେନେଇ ପ୍ରସ୍ତୁତି କରୁଛନ୍ତି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଧିକାଂଶ ବିଧାୟକ ଏହି ଅଧିବେଶନରେ ଯୋଗଦେବା ଲାଗି ରାଜି ହେଉ ନ ଥିବା ଜଣାଇ ଦେଇଛନ୍ତି।
ଭୟଙ୍କର କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଗତ ୧୩ତାରିଖରେ ବିଧାନସଭା ଅଧିବେଶନକୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ଡିସ୍‌ପେନସାରୀକୁ ଯାଇଥିବା କାରଣରୁ ବଜେଟ୍‌ ଅଧିବେଶନର ଶେଷଦିନଟି ଲୋକସେବା ଭବନର କନଭେନ୍‌ଶନ ହଲ୍‌ରେ କରିବା ପାଇଁ ସ୍ଥିର କରାଯାଇଛି। ବିଧାନସଭାର କର୍ମଚାରୀମାନେ କାଳେ ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ, ସେଥିଲାଗି ବିଧାନସଭାରେ ଅଧିବେଶନ କରାଯାଉନାହିଁ। ୨୦୨୦-୨୧ ଆର୍ଥିକବର୍ଷ ଲାଗି ଚାଲିଥିବା ଏହି ବଜେଟ ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ନ ହେବା ପର୍ଯ୍ୟନ୍ତ ସରକାର ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। ସେଥିଲାଗି ଏହି ଅଧିବେଶନରେ ମୁଖ୍ୟତଃ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ କରାଇବା ସରକାରଙ୍କ ମୂଳ ଉଦ୍ଦେଶ୍ୟ। ବିଲ୍‌ ପାସ୍‌ ଲାଗି ସବୁ ଦଳର ୩୦ ପ୍ରତିଶତ ବିଧାୟକଙ୍କ ଆବଶ୍ୟକତା ଥିବାରୁ ସେତିକି ଜଣଙ୍କୁ ଆସିବା ପାଇଁ କୁହାଯାଇଛି। କନଭେନ୍‌ଶନ ହଲ୍‌ରେ ଆସନ ଆୟୋଜନ କାହା ପାଇଁ କ’ଣ ରହିବ ସେପରି ନିର୍ଦ୍ଦିଷ୍ଟଭାବେ କରାଯାଇନାହିଁ। ସଦସ୍ୟମାନେ ସୁବିଧା ଅନୁଯାୟୀ ଦୂରତା ରଖି ବସିପାରିବେ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ସମ୍ପର୍କରେ ଅଧିବେଶନ ସମୟରେ ଆଲୋଚନା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ଦୁଇଦିନ ତଳେ ଏକ ଚିଠି ଲେଖି ଅନୁରୋଧ କରିଥିଲେ। ଉକ୍ତ ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ଯଦି ବିରୋଧୀଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲା ନେଇ ଯଦି ଆଲୋଚନା କରା ନ ଯିବ ତେବେ ସରକାରଙ୍କ ନାଁରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହୋଇଯିବ। ତେଣୁ ଭାଜପା ସଦସ୍ୟ କରୋନା ସମ୍ପର୍କରେ ଏକ ବିଶେଷ ଆଲୋଚନା ଲାଗି ଦାବି କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ପକ୍ଷରୁ କେଉଁ ସଦସ୍ୟମାନେ ଭିତରକୁ ଯିବେ ସେ ନେଇ ସ୍ଥିର ହୋଇନାହିଁ। ମାତ୍ର କଂଗ୍ରେସ ସଦସ୍ୟମାନେ ମଧ୍ୟ କରୋନା ସମ୍ପର୍କରେ ବିଶେଷ ଆଲୋଚନା ଦାବି କରିବାର ଯଥେଷ୍ଟ ସମ୍ଭାବନା ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri