ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼

ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ ଏସବୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ବଢ଼ୁଛି। ବିଶେଷକରି ସୋମବାର ସାବିତ୍ରୀ ପାଇଁ ଗ୍ରାହକମାନେ ଫଳ କିଣିବା ଆରମ୍ଭ କରିଦେଇଛନ୍ତି। ବଢ଼ୁଥିବା ଚାହିଦାକୁ ଦେଖି ବେପାରୀମାନେ ମଧ୍ୟ ଦର ବଢ଼ାଇଛନ୍ତି। ବଜାରରେ ଏବେ ୧୦ରୁ ୧୪ ପ୍ରକାରର ଆମ୍ବ ଉପଲବ୍ଧ ହେଉଥିବା ବେଳେ ଦେଶୀ ଆମ୍ବ ଦର ୫୦ ଟଙ୍କାରୁ ଅଧିକ ରହିଛି। ସେହିପରି ବାଇଗଣପଲି ଦର ୫୦ରୁ ୬୦, ସୁନ୍ଦରୀ ଆମ୍ବର ଦର ୪୦, ତୋଟାପଲ୍ଲି କେଜି ପ୍ରତି ୩୦, ଆଖୁରସ ଓ ମୁମ୍ବାଇ ଗ୍ରୀନ ଆମ୍ବ ମୂଲ୍ୟ ୫୦ ରହିଛି। ଲିଚୁ କିଲୋଗ୍ରାମ ପିଛା ଦର ୧୨୦ ଥିବାବେଳେ ଜାମୁଡୋଳ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଆସିଥିବା ତାଳସଜ ଦର ରହିଛି ୩ଟାକୁ ୧୦ ଟଙ୍କା। ତରଭୁଜ ଦର କିଲୋଗ୍ରାମ ପିଛା ୨୦ ଟଙ୍କା ଥିବାବେଳେ ବେଲ ଗୋଟା ପ୍ରତି ୧୫ରୁ ୨୦ ଟଙ୍କା ରହିଛି।
ଅନୁଗୋଳ ସହରର ବସ୍‌ଷ୍ଟାଣ୍ଡ, ତହସିଲ ଛକ, ବଜାର ଛକ ଆଦି ଅଞ୍ଚଳରେ ପସରା ମେଲାଇଛନ୍ତି ଫଳ ବେପାରୀ। ସ୍ଥାୟୀ ବେପାରୀମାନେ ବହୁ ପରିମାଣର ଫଳ ଆଣିଥିବା ବେଳେ ଉଠା ଦୋକାନୀମାନେ ଗୋଟିଏ କି ଦୁଇ ପ୍ରକାରର ଫଳ ସହରରେ ବୁଲି ବୁଲି ବେପାର କରୁଛନ୍ତି। ଆମ୍ବ, ଲିଚୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, କୋଲକାତା, ବିହାର, ଝାଡ଼ଖଣ୍ଡରୁ ଆସୁଥିବାବେଳେ ଜାମୁଡ଼ୋଳ ସ୍ଥାନୀୟ ଅଞ୍ଚଳରୁ ଆସୁଛି ବୋଲି ବେପାରୀମାନେ କହିଛନ୍ତି। ବଜାରକୁ ଆସିଥିବା ଆମ୍ବ ମଧ୍ୟରୁ ବମ୍ବେ ଗ୍ରିନ, ଆମ୍ରପଲି, ଗୁଲାବ ଖାସ, ହେମସାଗର, ଲାଟ ସୁନ୍ଦରି, ଲେଙ୍ଗଡ଼ା, ବାଇଗଣପଲି, ରାଜା ବାଇଗଣପଲି, ହାତୀମୁଣ୍ଡା, ଦଶେରୀ, ମଲ୍ଲିକା, ଗୁଲାବଖାସ ଓ ଦେଶୀ ଆମ୍ବର ଚାହିଦା ରହିଛି। ବର୍ତ୍ତମାନ ନୂଆକରି ଆସୁଥିବା ଫଳରେ ବେପାରୀ ବେଶ୍‌ ଦୁଇ ପଇସା ଲାଭ କରୁଛନ୍ତି ବୋଲି ବସ୍‌ଷ୍ଟାଣ୍ଡ ଠାରେ ବେପାର କରୁଥିବା ସନ୍ଦୀପ କହିଛନ୍ତି। ତାଙ୍କ ଘର ୟୁପି ହୋଇଥିବାବେଳେ ସେ ଦୀର୍ଘ ୧୦ ବର୍ଷ ହେବ ଏଠାରେ ବେପାର କରୁଛନ୍ତି। ବିଭିନ୍ନ ଋତୁ ଅନୁଯାୟୀ ଆସୁଥିବା ଫଳ ସେ ବିକ୍ରି କରୁଛନ୍ତି। ତେବେ ସାବିତ୍ରୀ ଓ ରଜ ବେଳେ ସବୁଠାରୁ ଅଧିକ ଅର୍ଥ ରୋଜଗାର ହେଉଥିବା ସନ୍ଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri