ଦିଗହରା କଳାକାର ସଂଘ: ବସୁନାହିଁ ବୈଠକ, ପରିବର୍ତ୍ତନ ହେଉନାହାନ୍ତି ସମ୍ପାଦକ

ନୟାଗଡ଼ ଅଫିସ,୩୧।୭(ରଞ୍ଜନ କୁମାର ପ୍ରଧାନ)-କଳା,ସଂସ୍କୃତି ଓ ଐତିହ୍ୟର ପୀଠ ନୟାଗଡ଼ ଜିଲା । ଦଣ୍ଡନାଚ, ବାଉଁଶରାଣୀ, ପାଲା , ଦାସକାଠିଆ, ଚଢ଼େୟା ଚଢ଼େୟାଣୀ ଭଳି ୧୪ ପ୍ରକାର ଲୋକକଳା ଆପଣେଇଛନ୍ତି ଜିଲାର କଳାକାର। ହେଲେ ଏହି କଳାକାରମାନେ କିନ୍ତୁ ଉପେକ୍ଷିତ। ସେମାନେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ବିଭିନ୍ନ ନାମକରା କଳାକାରମାନେ ଥିଲେ ମଧ୍ୟ ଜିଲା ଭିତରେ ସୀମିତ ରହିଛି ସେମାନଙ୍କର କଳା ପ୍ରଦର୍ଶନ । ସୁଯୋଗ ଅଭାବରୁ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ କଳାକାର ସଂଘ ଜିଲା ବାହାରକୁ ଯାଇ ସେମାନଙ୍କର କଳା ପ୍ରଦର୍ଶନ କରି ପାରିନାହାନ୍ତି। ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ନାଠିଆପଲ୍ଲୀ ଗ୍ରାମରେ ବାଉଁଶରାଣୀ କଳାକାରମାନେ ଅଛନ୍ତି। ସେମାନେ ନିଜ ଉଦ୍ୟମରେ ରାଜ୍ୟ ବାହାରକୁ ଯାଇ ସେମାନଙ୍କ କଳା ପ୍ରଦର୍ଶନ କରୁଥିବା ବେଳେ ଜିଲା ତରଫରୁ ସେମାନଙ୍କୁ କୌଣସି ପ୍ରୋତ୍ସାହନ ଦିଆ ଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଅନ୍ୟ କଳାକାରମାନେ କେବଳ ବର୍ଷର ଶେଷ ଆଡ଼କୁ ଡିସେମ୍ବର ମାସରେ ଅନୁଷ୍ଠିତ ଜିଲା ମହୋତ୍ସବରେ ସେମାନଙ୍କ କଳା ପରିବେଷଣ କରିଥାନ୍ତି।
କଳାକାରମାନଙ୍କୁ ନେଇ ବିଭିନ୍ନ ସଂଘ ଗଠନ କରାଯାଇଛି। ଜିଲାରେ ୪୦୦ କଳାକାର ସଂଘ ଗଠନ କରାଯାଇଥିବା ବେଳେ ଏଥିରେ ୩୯୫୧ ଜଣ କଳାକାର ସଦସ୍ୟ ଅଛନ୍ତି। ସେମାନେ ୧୪ଟି ବିଭିନ୍ନ ବିଭାଗରେ କଳା ପ୍ରଦର୍ଶନ କରୁଛନ୍ତି। ଜିଲା କଳାକାର ସଂଘ ଗଠନ କରାଯାଇଥିବା ବେଳେ ପ୍ରତି ବ୍ଲକରେ ବ୍ଲକ କଳାକାର ସଂଘ ଗଠନ କରାଯାଇଛି। ଜିଲାପାଳ ଜିଲା କଳାକାର ସଂଘରେ ଅଧ୍ୟକ୍ଷ ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ ଉପାଧ୍ୟକ୍ଷ ଅଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିକାରୀ ସମ୍ପାଦକ ଅଟନ୍ତି। ୮ ଜଣ ବରିଷ୍ଠ କଳାକାର ପ୍ରତି ବ୍ଲକର ଉପସଭାପତି ରହିଛନ୍ତି। ଏହି ୮ ଜଣଙ୍କ ମଧ୍ୟରୁ ଜଣେ କଳାକାର ଜିଲା ସଂଘର ଉପସଭାପତି ହୁଅନ୍ତି। ବିଡ଼ିଓ ବ୍ଲକ କଳାକାର ସଂଘର ଅଧ୍ୟକ୍ଷ ହୋଇଥିବା ବେଳେ ଜଣେ ମନୋନୀତ କଳାକାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥାନ୍ତି।
ଯେ, ପ୍ରତି ୩ ବର୍ଷରେ ଥରେ ବୈଠକ ବସି ସମ୍ପାଦକ ପଦବୀରେ ପରିବର୍ତ୍ତନ ହେବା ସହିତ ବିଭିନ୍ନ ଆଲୋଚନା ହୋଇଥାଏ। ହେଲେ ଜିଲାର କୌଣସି ବ୍ଲକରେ ବିଗତ ୫ ବର୍ଷ ହେଲା ବୈଠକ ବସି ନାହିଁ କି ସମ୍ପାଦକମାନେ ପରିବର୍ତ୍ତନ ହୋଇନାହାନ୍ତି। ଫଳରେ କଳାକାର ସଂଘ କିପରି ଭାବେ ପରିଚାଳିତ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ୨୦୧୪ରେ ରାଜ୍ୟ ସରକାର ଜିଲା କଳାକାର ସଂଘକୁ ୫ ଲକ୍ଷ ଓ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦେଇଥିଲେ। ଉକ୍ତ ଟଙ୍କା ବ୍ଲକର କଳାକାରଙ୍କ ଦରକାର ସମୟରେ ଆସିବା ସହିତ ପରେ ସେମାନଙ୍କ ଠାରୁ ଅଣାଯାଇ ଆକାଉଣ୍ଟରେ ରଖାଯିବାର ବ୍ୟବସ୍ଥା ରହିଛି । ଏହା ପରେ ଉକ୍ତ ଟଙ୍କା ମାଧ୍ୟମରେ ପ୍ରତି ବ୍ଲକରେ କଳାକାରମାନେ ସୂଚନାଧର୍ମୀ କାର୍ଯ୍ୟକ୍ରମମାନ କରିବେ। ହେଲେ ବିଭିନ୍ନ ବ୍ଲକରେ କେଉଁ ବାଟେ ଏହି ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମୁିଳୁନାହିଁ। ଏପରିକି ଗଣିଆ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ପାଇ ନ ଥିବା କହୁଛନ୍ତି। ଅନ୍ୟ ବ୍ଲକ କଳାକାର ସଂଘ ପକ୍ଷରୁ ୨ ଲକ୍ଷ ଟଙ୍କାର ୟୁସି ମଧ୍ୟ ଦାଖଲ କରାଯାଇନାହିଁ। ନୂଆ କଳାକାରମାନେ ବିଡିଓଙ୍କଠାରେ ସେମାନଙ୍କ ନାମ ପଞ୍ଜୀକୃତ କରାଇବା ପାଇଁ ନିୟମ ଥିବା ବେଳେ କୌଣସି କଳାକାର ପଞ୍ଜୀକୃତ ହୋଇ ନ ଥିବା ଜଣାପଡ଼ିଛି। କଳାକାରମାନେ କେଉଁଠି ସେମାନଙ୍କ ନାମ ପଞ୍ଜୀକୃତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି। ଜିଲାରେ ବର୍ତ୍ତମାନ ୧୦୪୨ ଜଣ କଳାକାର ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଉଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରତି ବ୍ଲକରେ ଥିବା କଳାକାର ସଂଘର କାର୍ଯ୍ୟକଳାପକୁ ବିଡିଓ ତଦାରଖ କରିବା କଥା, ହେଲେ ସମସ୍ତ ବ୍ଲକର ବିଡିଓ କୌଣସି ବୈଠକ ନ କରି ହାତ ଟେକି ଦେଇଛନ୍ତି। କାର୍ଯ୍ୟ ଚାପ ବାହାନାରେ କଳାକାରମାନଙ୍କ କାର୍ଯ୍ୟକୁ ଏଡାଇ ଦେଉଥିବା ଅଭିଯୋଗ ହେଉଛି। କଳାକାରମାନଙ୍କୁ ନେଇ ବିଭିନ୍ନ ବିଭାଗ ଆଇଇସି ଆକ୍ଟିଭିଟି ମାଧ୍ୟମରେ ସଚେତନତା କରାଇବା କଥା, ମାତ୍ର ସେହିଭଳି କିଛି ହେଉନାହିଁ। ଫଳରେ ଜିଲାରେ ଥିବା କଳାକାର ସଂଘ ଦିଗହରା ହୋଇଥିବା ନେଇ ଆଲୋଚନା ହେଉଛି। ଏ ନେଇ ଜିଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିତ୍କାରୀ ଡ. ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ବିଡିଓମାନେ କୌଣସି ବୈଠକ କରୁନାହାନ୍ତି, ତେବେ ଜିଲାର କଳାକାରମାନେ ବିଭିନ୍ନ ପ୍ଲାଟଫର୍ମରେ ସେମାନଙ୍କ କଳା ନୈପୁଣ୍ୟତାକୁ ପ୍ରଦର୍ଶନ କରୁଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?