ଦିଗହରା କଳାକାର ସଂଘ: ବସୁନାହିଁ ବୈଠକ, ପରିବର୍ତ୍ତନ ହେଉନାହାନ୍ତି ସମ୍ପାଦକ

ନୟାଗଡ଼ ଅଫିସ,୩୧।୭(ରଞ୍ଜନ କୁମାର ପ୍ରଧାନ)-କଳା,ସଂସ୍କୃତି ଓ ଐତିହ୍ୟର ପୀଠ ନୟାଗଡ଼ ଜିଲା । ଦଣ୍ଡନାଚ, ବାଉଁଶରାଣୀ, ପାଲା , ଦାସକାଠିଆ, ଚଢ଼େୟା ଚଢ଼େୟାଣୀ ଭଳି ୧୪ ପ୍ରକାର ଲୋକକଳା ଆପଣେଇଛନ୍ତି ଜିଲାର କଳାକାର। ହେଲେ ଏହି କଳାକାରମାନେ କିନ୍ତୁ ଉପେକ୍ଷିତ। ସେମାନେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ବିଭିନ୍ନ ନାମକରା କଳାକାରମାନେ ଥିଲେ ମଧ୍ୟ ଜିଲା ଭିତରେ ସୀମିତ ରହିଛି ସେମାନଙ୍କର କଳା ପ୍ରଦର୍ଶନ । ସୁଯୋଗ ଅଭାବରୁ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ କଳାକାର ସଂଘ ଜିଲା ବାହାରକୁ ଯାଇ ସେମାନଙ୍କର କଳା ପ୍ରଦର୍ଶନ କରି ପାରିନାହାନ୍ତି। ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ନାଠିଆପଲ୍ଲୀ ଗ୍ରାମରେ ବାଉଁଶରାଣୀ କଳାକାରମାନେ ଅଛନ୍ତି। ସେମାନେ ନିଜ ଉଦ୍ୟମରେ ରାଜ୍ୟ ବାହାରକୁ ଯାଇ ସେମାନଙ୍କ କଳା ପ୍ରଦର୍ଶନ କରୁଥିବା ବେଳେ ଜିଲା ତରଫରୁ ସେମାନଙ୍କୁ କୌଣସି ପ୍ରୋତ୍ସାହନ ଦିଆ ଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଅନ୍ୟ କଳାକାରମାନେ କେବଳ ବର୍ଷର ଶେଷ ଆଡ଼କୁ ଡିସେମ୍ବର ମାସରେ ଅନୁଷ୍ଠିତ ଜିଲା ମହୋତ୍ସବରେ ସେମାନଙ୍କ କଳା ପରିବେଷଣ କରିଥାନ୍ତି।
କଳାକାରମାନଙ୍କୁ ନେଇ ବିଭିନ୍ନ ସଂଘ ଗଠନ କରାଯାଇଛି। ଜିଲାରେ ୪୦୦ କଳାକାର ସଂଘ ଗଠନ କରାଯାଇଥିବା ବେଳେ ଏଥିରେ ୩୯୫୧ ଜଣ କଳାକାର ସଦସ୍ୟ ଅଛନ୍ତି। ସେମାନେ ୧୪ଟି ବିଭିନ୍ନ ବିଭାଗରେ କଳା ପ୍ରଦର୍ଶନ କରୁଛନ୍ତି। ଜିଲା କଳାକାର ସଂଘ ଗଠନ କରାଯାଇଥିବା ବେଳେ ପ୍ରତି ବ୍ଲକରେ ବ୍ଲକ କଳାକାର ସଂଘ ଗଠନ କରାଯାଇଛି। ଜିଲାପାଳ ଜିଲା କଳାକାର ସଂଘରେ ଅଧ୍ୟକ୍ଷ ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ ଉପାଧ୍ୟକ୍ଷ ଅଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିକାରୀ ସମ୍ପାଦକ ଅଟନ୍ତି। ୮ ଜଣ ବରିଷ୍ଠ କଳାକାର ପ୍ରତି ବ୍ଲକର ଉପସଭାପତି ରହିଛନ୍ତି। ଏହି ୮ ଜଣଙ୍କ ମଧ୍ୟରୁ ଜଣେ କଳାକାର ଜିଲା ସଂଘର ଉପସଭାପତି ହୁଅନ୍ତି। ବିଡ଼ିଓ ବ୍ଲକ କଳାକାର ସଂଘର ଅଧ୍ୟକ୍ଷ ହୋଇଥିବା ବେଳେ ଜଣେ ମନୋନୀତ କଳାକାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥାନ୍ତି।
ଯେ, ପ୍ରତି ୩ ବର୍ଷରେ ଥରେ ବୈଠକ ବସି ସମ୍ପାଦକ ପଦବୀରେ ପରିବର୍ତ୍ତନ ହେବା ସହିତ ବିଭିନ୍ନ ଆଲୋଚନା ହୋଇଥାଏ। ହେଲେ ଜିଲାର କୌଣସି ବ୍ଲକରେ ବିଗତ ୫ ବର୍ଷ ହେଲା ବୈଠକ ବସି ନାହିଁ କି ସମ୍ପାଦକମାନେ ପରିବର୍ତ୍ତନ ହୋଇନାହାନ୍ତି। ଫଳରେ କଳାକାର ସଂଘ କିପରି ଭାବେ ପରିଚାଳିତ ହେଉଥିବ ତାହା ସହଜରେ ଅନୁମେୟ। ଅନ୍ୟପକ୍ଷେ ୨୦୧୪ରେ ରାଜ୍ୟ ସରକାର ଜିଲା କଳାକାର ସଂଘକୁ ୫ ଲକ୍ଷ ଓ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଦେଇଥିଲେ। ଉକ୍ତ ଟଙ୍କା ବ୍ଲକର କଳାକାରଙ୍କ ଦରକାର ସମୟରେ ଆସିବା ସହିତ ପରେ ସେମାନଙ୍କ ଠାରୁ ଅଣାଯାଇ ଆକାଉଣ୍ଟରେ ରଖାଯିବାର ବ୍ୟବସ୍ଥା ରହିଛି । ଏହା ପରେ ଉକ୍ତ ଟଙ୍କା ମାଧ୍ୟମରେ ପ୍ରତି ବ୍ଲକରେ କଳାକାରମାନେ ସୂଚନାଧର୍ମୀ କାର୍ଯ୍ୟକ୍ରମମାନ କରିବେ। ହେଲେ ବିଭିନ୍ନ ବ୍ଲକରେ କେଉଁ ବାଟେ ଏହି ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ମୁିଳୁନାହିଁ। ଏପରିକି ଗଣିଆ ବ୍ଲକ କଳାକାର ସଂଘକୁ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ପାଇ ନ ଥିବା କହୁଛନ୍ତି। ଅନ୍ୟ ବ୍ଲକ କଳାକାର ସଂଘ ପକ୍ଷରୁ ୨ ଲକ୍ଷ ଟଙ୍କାର ୟୁସି ମଧ୍ୟ ଦାଖଲ କରାଯାଇନାହିଁ। ନୂଆ କଳାକାରମାନେ ବିଡିଓଙ୍କଠାରେ ସେମାନଙ୍କ ନାମ ପଞ୍ଜୀକୃତ କରାଇବା ପାଇଁ ନିୟମ ଥିବା ବେଳେ କୌଣସି କଳାକାର ପଞ୍ଜୀକୃତ ହୋଇ ନ ଥିବା ଜଣାପଡ଼ିଛି। କଳାକାରମାନେ କେଉଁଠି ସେମାନଙ୍କ ନାମ ପଞ୍ଜୀକୃତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି। ଜିଲାରେ ବର୍ତ୍ତମାନ ୧୦୪୨ ଜଣ କଳାକାର ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଉଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରତି ବ୍ଲକରେ ଥିବା କଳାକାର ସଂଘର କାର୍ଯ୍ୟକଳାପକୁ ବିଡିଓ ତଦାରଖ କରିବା କଥା, ହେଲେ ସମସ୍ତ ବ୍ଲକର ବିଡିଓ କୌଣସି ବୈଠକ ନ କରି ହାତ ଟେକି ଦେଇଛନ୍ତି। କାର୍ଯ୍ୟ ଚାପ ବାହାନାରେ କଳାକାରମାନଙ୍କ କାର୍ଯ୍ୟକୁ ଏଡାଇ ଦେଉଥିବା ଅଭିଯୋଗ ହେଉଛି। କଳାକାରମାନଙ୍କୁ ନେଇ ବିଭିନ୍ନ ବିଭାଗ ଆଇଇସି ଆକ୍ଟିଭିଟି ମାଧ୍ୟମରେ ସଚେତନତା କରାଇବା କଥା, ମାତ୍ର ସେହିଭଳି କିଛି ହେଉନାହିଁ। ଫଳରେ ଜିଲାରେ ଥିବା କଳାକାର ସଂଘ ଦିଗହରା ହୋଇଥିବା ନେଇ ଆଲୋଚନା ହେଉଛି। ଏ ନେଇ ଜିଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ତଥା ଜିଲା ସଂସ୍କୃତି ଅଧିତ୍କାରୀ ଡ. ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ବିଡିଓମାନେ କୌଣସି ବୈଠକ କରୁନାହାନ୍ତି, ତେବେ ଜିଲାର କଳାକାରମାନେ ବିଭିନ୍ନ ପ୍ଲାଟଫର୍ମରେ ସେମାନଙ୍କ କଳା ନୈପୁଣ୍ୟତାକୁ ପ୍ରଦର୍ଶନ କରୁଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri