ଦାରିଙ୍ଗବାଡି ଯୁବକ ବିହାରରେ ଆଞ୍ଚଳିକ ଲେବର କମିଶନର

ଦାରିଙ୍ଗବାଡି,୧।୩(ଡି.ଏନ.ଏ) – କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଆଣିଦେଇଛି ସଫଳତା। ଭଲ ପଥ ପ୍ରଦର୍ଶକ ଓ ଅର୍ଥ ନ ଥାଇ ମଧ୍ୟ ଜଣେ ଯୁବକ ସଫଳତା ପାଇ ଦାରିଙ୍ଗବାଡି ପାଇଁ ଗୌରବ ଆଣିଛନ୍ତି। ସେ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡିର କୁନିଦେବ ସାହୁ ଓ ସ୍ବର୍ଗତ ଜୟଦେବ ସାହୁଙ୍କ କନିଷ୍ଠ ପୁତ୍ର କାହ୍ନୁଚରଣ।
ବାଧାବିଘ୍ନ ଓ ଆର୍ଥିକ ଅନଟନ ଭିତରେ ପାଠପଢି ସେ ଏବେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗରେ ଆଞ୍ଚଳିକ ଶ୍ରମ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ବିହାର ରାଜ୍ୟର ପାଟନାରେ ଆଞ୍ଚଳିକ ଶ୍ରମ କମିଶନର ଭାବେ ସେ ଏବେ ଅବସ୍ଥାପିତ। ଅଞ୍ଚଳରେ ଶ୍ରମିକଙ୍କ ଉନ୍ନତି ପାଇଁ ନୂତନ ଚିନ୍ତାଧାରା ଓ ବିଭିନ୍ନ ପ୍ରକାର ପଦକ୍ଷେପ ତାଙ୍କୁ ଭିନ୍ନଏକ ପରିଚୟ ଦେଇଛି। ବିହାର ଦୂରଦର୍ଶନରେ ତାଙ୍କ ସାକ୍ଷାତକାର ଭିଡିଓ ଭାଇରାଲ ପରେ ଏବେ ଦାରିଙ୍ଗବାଡି ସମେତ ସାରା ରାଜ୍ୟରେ କାହ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଘରେ ବିଧବା ମା’ ଓ ୩ ଭଉଣୀଙ୍କ ସହ କାହ୍ନୁ ରହୁଥିଲେ। ସରକାରୀ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢିଥିଲେ। ପରିବାର ବୋଝ ଯୋଗୁ ପରିବା ବ୍ୟବସାୟ କରି ଘର ଚଳାଇବା ସହ ପାଠ ପଢୁଥିଲେ। ଦଶମ ପାସ୍‌ ପରେ ଟ୍ୟୁଶନ କରିବା ସହ ସ୍ଥାନୀୟ ବ୍ଲକ୍‌ଗ୍ରାଣ୍ଟ ଜୁନିୟର ମହାବିଦ୍ୟାଳୟରେ ଯୁକ୍ତ ୨ ପଢ଼ିଲେ। ଟ୍ୟୁଶନ କରି ଜମା ରଖିଥିବା ୩ ହଜାର ଟଙ୍କା ଧରି ସେ ଉଚ୍ଚ ଶିକ୍ଷା ପାଇଁ ବ୍ରହ୍ମପୁର ଅଭିମୁଖେ ଯାଇଥିଲେ। କାହ୍ନୁ କୁହନ୍ତି ମୋତେ ସମସ୍ତେ ବ୍ୟବସାୟ କରିବାକୁ କହୁଥିଲେ, କିନ୍ତୁ ମୋର ଅଲଗା କିଛି ହେବାର ନିଶା ମୋତେ ସଫଳତା ଆଣିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri