ଦାଦନ ଦୁଃଖ: ଅର୍ଦ୍ଧାହାରରେ ଇଟା ଗଢୁଛନ୍ତି ଶ୍ରମିକ

ବରଗଡ଼ ଅଫିସ୍‌, ୨।୪: ଲକ୍‌ ଡାଉନ୍‌ ଦାଦନ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଏଭଳିସ୍ଥଳେ ସେମାନେ ନା ଘରକୁ ଫେରି ପାରୁଛନ୍ତି କିମ୍ବା ସାମାଜିକ ଦୂରତା ରଖି ଘର ମଧ୍ୟରେ ରହି ପାରୁଛନ୍ତି। ତେଲେଙ୍ଗାନାରେ ନିଜ ପିଲାଛୁଆଙ୍କ ସହିତ ବନ୍ଧା ପଡ଼ିଥିବା ୪୪ଶ୍ରମିକ ଇଟାଭାଟି ମାଲିକଙ୍କ ତାଗିଦ୍‌ ଯୋଗୁ ଅର୍ଦ୍ଧାହାରରେ ରହି ଖରାତାତିରେ ଇଟା ଗଢ଼ି ନିର୍ଯାତିତ ଜୀବନ କାଟୁଥିବା ସୂଚନା ମିଳିଛି । ତେଲେଙ୍ଗାନାର କିସାରା ମଣ୍ଡଳ ବୋମ୍ମାଲା ରମାରମ ଥାନା କେଶବପୁର ଗ୍ରାମ ହନୁମାନ ମନ୍ଦିର ପାଖରେ ରହିଥିବା ଏକ ଇଟାଭାଟିକୁ ବରଗଡ଼ ଜିଲା ପାଇକମାଲ ଥାନା ଭେଙ୍ଗରାଜପୁର, ସାଲେପାଲି, ଝେଙ୍ଗନାଡିହି ଗ୍ରାମର ୭ଜଣ ଏବଂ ନୂଆପଡ଼ା ଜିଲା ବୋଡ଼େନ, କୋଟଗାଁ, ପାତଲଗଙ୍ଗା, ଦର୍ଲିପଡ଼ା ଆଦି ଗ୍ରାମର ଶ୍ରମିକମାନେ ଜଣେ ମଧ୍ୟସ୍ଥଙ୍କ ପ୍ରଲୋଭନରେ ପଡ଼ି ନିଜ ପିଲାଛୁଆ ଧରି ଦୀର୍ଘଦିନ ପୂର୍ବରୁ ଦାଦନ ଖଟିବାକୁ ଯାଇଛନ୍ତି । ଲକ୍‌ ଡାଉନ୍‌ କଟକଣା ଲାଗୁ ପରେ ସେଠାରେ ଦୋକାନ, ବଜାର ବନ୍ଦ ହୋଇ ପଡ଼ିଛି । ସେହିପରି ଇଟାଭାଟି ମାଲିକ ୪କିଗ୍ରା ଲେଖାଏଁ ଚାଉଳ ଦେଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଫଳରେ ସେମାନଙ୍କୁ ବର୍ତ୍ତମାନ ଅଧିକାଂଶ ସମୟରେ ଭୋକିଲା କିମ୍ବା ଅର୍ଦ୍ଧାହାରରେ ରହିବାକୁ ପଡ଼ୁଛି । ଅପରପକ୍ଷେ ଏଭଳି ସ୍ଥିତିରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ଇଟାଗଢ଼ା କାମରୁ ନିସ୍ତାର ମିଳିନାହିଁ। ଇଟାଭାଟି ମାଲିକ ସେମାନଙ୍କୁ ଇଟାଗଢ଼ା କାମରେ ଖଟାଉଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ବରଗଡ଼ର ଜଣେ ସାମାଜିକ କର୍ମୀ ରଞ୍ଜିତା ପ୍ରିୟଦର୍ଶିନୀ ଆଇଜି ଅମିତାଭ ଠାକୁରଙ୍କ ସମେତ ବରଗଡ଼, ନୂଆପଡ଼ା ଜିଲାପାଳଙ୍କୁ ସେ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସତ୍ତ୍ବେ ସମ୍ପୃକ୍ତ ଶ୍ରମିକମାନଙ୍କ ପାଖକୁ ରନ୍ଧାଖାଦ୍ୟ ଭଳି କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ। ଫଳରେ ଗୁରୁବାର ସେ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ତେଲେଙ୍ଗାନାରେ ଭୋକିଲା ରହିଥିବା ଓଡ଼ିଆ ଶ୍ରମିକଙ୍କ ପେଟକୁ ଆହାର ମୁଠାଏ ଯୋଗାଇ ଦେବା ପାଇଁ ସେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଜଣାଇଛନ୍ତି ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri