ଦାଦନ ଦୁଃଖ: ଅର୍ଦ୍ଧାହାରରେ ଇଟା ଗଢୁଛନ୍ତି ଶ୍ରମିକ

ବରଗଡ଼ ଅଫିସ୍‌, ୨।୪: ଲକ୍‌ ଡାଉନ୍‌ ଦାଦନ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଏଭଳିସ୍ଥଳେ ସେମାନେ ନା ଘରକୁ ଫେରି ପାରୁଛନ୍ତି କିମ୍ବା ସାମାଜିକ ଦୂରତା ରଖି ଘର ମଧ୍ୟରେ ରହି ପାରୁଛନ୍ତି। ତେଲେଙ୍ଗାନାରେ ନିଜ ପିଲାଛୁଆଙ୍କ ସହିତ ବନ୍ଧା ପଡ଼ିଥିବା ୪୪ଶ୍ରମିକ ଇଟାଭାଟି ମାଲିକଙ୍କ ତାଗିଦ୍‌ ଯୋଗୁ ଅର୍ଦ୍ଧାହାରରେ ରହି ଖରାତାତିରେ ଇଟା ଗଢ଼ି ନିର୍ଯାତିତ ଜୀବନ କାଟୁଥିବା ସୂଚନା ମିଳିଛି । ତେଲେଙ୍ଗାନାର କିସାରା ମଣ୍ଡଳ ବୋମ୍ମାଲା ରମାରମ ଥାନା କେଶବପୁର ଗ୍ରାମ ହନୁମାନ ମନ୍ଦିର ପାଖରେ ରହିଥିବା ଏକ ଇଟାଭାଟିକୁ ବରଗଡ଼ ଜିଲା ପାଇକମାଲ ଥାନା ଭେଙ୍ଗରାଜପୁର, ସାଲେପାଲି, ଝେଙ୍ଗନାଡିହି ଗ୍ରାମର ୭ଜଣ ଏବଂ ନୂଆପଡ଼ା ଜିଲା ବୋଡ଼େନ, କୋଟଗାଁ, ପାତଲଗଙ୍ଗା, ଦର୍ଲିପଡ଼ା ଆଦି ଗ୍ରାମର ଶ୍ରମିକମାନେ ଜଣେ ମଧ୍ୟସ୍ଥଙ୍କ ପ୍ରଲୋଭନରେ ପଡ଼ି ନିଜ ପିଲାଛୁଆ ଧରି ଦୀର୍ଘଦିନ ପୂର୍ବରୁ ଦାଦନ ଖଟିବାକୁ ଯାଇଛନ୍ତି । ଲକ୍‌ ଡାଉନ୍‌ କଟକଣା ଲାଗୁ ପରେ ସେଠାରେ ଦୋକାନ, ବଜାର ବନ୍ଦ ହୋଇ ପଡ଼ିଛି । ସେହିପରି ଇଟାଭାଟି ମାଲିକ ୪କିଗ୍ରା ଲେଖାଏଁ ଚାଉଳ ଦେଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଫଳରେ ସେମାନଙ୍କୁ ବର୍ତ୍ତମାନ ଅଧିକାଂଶ ସମୟରେ ଭୋକିଲା କିମ୍ବା ଅର୍ଦ୍ଧାହାରରେ ରହିବାକୁ ପଡ଼ୁଛି । ଅପରପକ୍ଷେ ଏଭଳି ସ୍ଥିତିରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ଇଟାଗଢ଼ା କାମରୁ ନିସ୍ତାର ମିଳିନାହିଁ। ଇଟାଭାଟି ମାଲିକ ସେମାନଙ୍କୁ ଇଟାଗଢ଼ା କାମରେ ଖଟାଉଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ବରଗଡ଼ର ଜଣେ ସାମାଜିକ କର୍ମୀ ରଞ୍ଜିତା ପ୍ରିୟଦର୍ଶିନୀ ଆଇଜି ଅମିତାଭ ଠାକୁରଙ୍କ ସମେତ ବରଗଡ଼, ନୂଆପଡ଼ା ଜିଲାପାଳଙ୍କୁ ସେ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସତ୍ତ୍ବେ ସମ୍ପୃକ୍ତ ଶ୍ରମିକମାନଙ୍କ ପାଖକୁ ରନ୍ଧାଖାଦ୍ୟ ଭଳି କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ। ଫଳରେ ଗୁରୁବାର ସେ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ତେଲେଙ୍ଗାନାରେ ଭୋକିଲା ରହିଥିବା ଓଡ଼ିଆ ଶ୍ରମିକଙ୍କ ପେଟକୁ ଆହାର ମୁଠାଏ ଯୋଗାଇ ଦେବା ପାଇଁ ସେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଜଣାଇଛନ୍ତି ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri