ଦରଜି ଗାଁ ଗୋବର୍ଦ୍ଧନପୁର

ଜଳେଶ୍ୱର, ୧୮।୧୨-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତର ଦରଜି ଗଁା ଭାବେ ପରିଚିତ ଗୋବର୍ଦ୍ଧନପୁର। ଏଠାରେ ପାଖାପାଖି ୪୦୦ ପରିବାର ବସବାସ କରନ୍ତି। ଆଉ ସମସ୍ତେ ଯୋଗୀ ସମ୍ପ୍ରଦାୟର। ସିଲେଇ ସେମାନଙ୍କ କୁଳ ବେଉସା। ଏବେ ଗାଁର ୩୦୦ ପରିବାର ସିଲେଇ ବୃତ୍ତିକୁ ଆପଣେଇ ପରିବାର ପୋଷୁଛନ୍ତି।
ଏହି ଗଁା ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ। ଗ୍ରାମବାସୀଙ୍କ ଯାହା କିଛି ଜମି ଅଛି, ସେଥିରେ ଚାଷ କଲେ ପ୍ରତିବର୍ଷ ବନ୍ୟାରେ ଧୋଇ ହୋଇଯାଉଛି। ତେଣୁ ଆୟର ଅନ୍ୟ କୌଣସି ଉପାୟ ନ ପାଇ ଗାଁ ଲୋକେ ସେମାନଙ୍କ କୁଳ ବେଉସାକୁ ଆପଣେଇଛନ୍ତି। ଏହି କାମରେ ଘରର ପୁରୁଷ ଓ ମହିଳାମାନେ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡ଼ିରୁ ଅର୍ଡର ଆଣି ଏହି ଗାଁର ଲୋକେ ପୋଷାକ ଯୋଗାଇଥାନ୍ତି। ଏହାସହିତ ସାୟା, ବ୍ଲାଉଜ୍‌, ଚୁଡ଼ିଦାର ସମେତ ବିଭିନ୍ନ ରେଡିମେଡ୍‌ ପୋଷାକ ତିଆରି କରି ହୋଲ୍‌ସେଲ୍‌ରେ ଦୋକାନୀମାନଙ୍କୁ ଯୋଗାଇଥାନ୍ତି।
ଡ୍ରେସ୍‌ ତିଆରି କରିବା ପାଇଁ ଗାଁର ଏହି ଲୋକମାନେ କଲିକତାରୁ କପଡ଼ା ଓ ସୂତା ସହିତ ଅନ୍ୟାନ୍ୟ ସାମଗ୍ରୀ ଆଣିଥାନ୍ତି। ଗୋଟିଏ ସ୍କୁଲ ଶାର୍ଟ ତିଆରି ପାଇଁ ୭୦ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଆଉ ବିକ୍ରି ହୋଇଥାଏ ୧୦୦ ରୁ ୧୧୦ ଟଙ୍କାରେ। ସେହିପରି ଗୋଟିଏ ପ୍ୟାଣ୍ଟ ତିଆରି ପାଇଁ ୬୦ରୁ ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୯୦ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଗୋଟିଏ ରେଡିମେଡ୍‌ ଚୁଡ଼ିଦାର ତିଆରି ପାଇଁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୯୦ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ଜଣେ କାରିଗର ଦୈନିକ ୩୫ରୁ ୪୦ଟି ପ୍ୟାଣ୍ଟ କିମ୍ବା ଶାର୍ଟ ତିଆରି କରିଥାନ୍ତି। ସେହିପରି ଦୈନିକ ଜଣେ କାରିଗର ୨୫ରୁ ୩୦ ଚୁଡ଼ିଦାର କିମ୍ବା ବ୍ଲାଉଜ୍‌ ତିଆରି କରିପାରନ୍ତି। ଏସବୁ ତିଆରି କରି ଜଣେ କାରିଗର ଦୈନିକ ପ୍ରାୟ ୪ଶହରୁ ୫ଶହ ଟଙ୍କା ରୋଜଗାର କରିଥାନ୍ତି। ଯଦି ସରକାର ଏହି କାରିଗରମାନଙ୍କୁ ସହାୟତା ଯୋଗାଇ ଦିଅନ୍ତେ, ତା’ହେଲେ ଆଧୁନିକ ଯନ୍ତ୍ରପାତି ଆଣି ସେମାନେ ନୂତନ ଡିଜାଇନ୍‌ର ଡ୍ରେସ୍‌ ତିଆରି କରିବା ସହ ଅଧିକ ଡ୍ରେସ୍‌ ତିଆରି କରିପାରନ୍ତେ ଓ ଆହୁରି ଆଗକୁ ବଢ଼ିପାରନ୍ତେ।
ଗୋବର୍ଦ୍ଧନପୁର ବାସିନ୍ଦା ଅଶୋକ ନାଥ କହିଛନ୍ତି, ଏହା ଆମ ଜାତିର ବ୍ୟବସାୟ। ଏଥିରେ ଆମ ପରିବାର ଚଳେ। ହେଲେ ସରକାରୀ ସାହାଯ୍ୟ କିଛି ମିଳୁନାହଁି। ଋଣ ମିଳିଲେ ଆମେ ହାଇସ୍ପିଡ୍‌ ମେଶିନ୍‌ କିଣିପାରନ୍ତୁ। ରାଧାଶ୍ୟାମ ନାଥ କହିଛନ୍ତି, ‘ପୁରୁଣା ଢଙ୍ଗରେ ସିଲେଇ କାମ ଚାଲିଛି। ନୂତନ ଢଙ୍ଗରେ କିଛି ହେଉନାହଁି। ସରକାରଙ୍କ ତରଫରୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।

(ଗୋପବନ୍ଧୁ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri