ଦକ୍ଷିଣ କୋରିଆରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୨୭।୨: ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ କୋରିଆରେ ୩୩୪ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୫୯୫ରେ। ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହା ସେଠାକାର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଦକ୍ଷିଣ କୋରିଆରେ କରୋନା ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୨୧,୦୯୭ଜଣଙ୍କ ବ୍ଲଡ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣରେ ଏବେସୁଦ୍ଧା ଚାଇନାରେ ୨,୭୪୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮,୪୯୭ ସଂକ୍ରମିତ ଅଛନ୍ତି। ତେବେ ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୧,୨୦୦ରେ। ଏହାସହ ପାଖାପାଖି ୩୦,୦୦୦ଲୋକ ସୁସ୍ଥ ହୋଇଥିବା ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ନେପାଳରେ ଜଳପ୍ରଳୟ: ଦେବଦୂତ ସାଜିଲା ଭାରତ, ବାଲେନ ଶାହା କହିଲେ-PM ମୋଦି ଆମେ ଆପଣଙ୍କ…

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ନେପାଳ ଅଭିମୁଖେ ଭାରତୀୟ ବାୟୁସେନାର ୩ ମହାବଳୀ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ!

କାଠମାଣ୍ଡୁ,୨୭।୮: ନେପାଳର ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରଳୟଙ୍କରୀ ବନ୍ୟାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ବନ୍ୟା…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri