ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅଡ଼ୁଆ ସାଜିଛି । ଟୋକନ ପ୍ରଚଳନକୁ ବାଧ୍ୟତାମୂଳକ କରାଯାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚି ପାରିନାହିଁ । ଫଳରେ ଚାଷୀମାନେ ସେମାନଙ୍କ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି । ଏଥିପାଇଁ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଚାଷୀ ପାରିଶ୍ରମିକ ପ୍ରଦାନ କରିପାରୁ ନ ଥିବାବେଳେ ପରବର୍ତ୍ତୀ ଫସଲ ପାଇଁ ପ୍ରସ୍ତୁତ ମଧ୍ୟ ହୋଇପାରି ନାହିଁ । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାର ବରଗଡ଼ ଆରଏମସି ଅଧୀନ ଚାଷୀମାନେ ସ୍ଥାନୀୟ ବେହେରା ମାର୍କେଟ୍‌ ୟାର୍ଡ଼(ମଣ୍ଡି)ରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବରଗଡ଼ ତହସିଲଦାର ସବ୍ୟସାଚୀ ପଣ୍ଡା ସେଠାକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ୨ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ ।
ପ୍ରକାଶ ଯେ, ବରଗଡ଼ ଜିଲାରେ ଗତ ୧୫ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଦିନଠାରୁ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୂତନ ଟୋକନ ବ୍ୟବସ୍ଥା ଏବେ ଧାନ କିଣାବିକାରେ ପ୍ରତିବନ୍ଧକ ସାଜିଛି। ଚାଷୀମାନେ ଦୀର୍ଘଦିନରୁ ଧାନ ଅମଳ କରିସାରିଲେଣି । କେତେକ ଚାଷୀ ମଣ୍ଡିକୁ ଧାନ ଆଣି ଗଦା କରିଛନ୍ତି । ହେଲେ ଟୋକନ ମିଳିପାରି ନ ଥିବା ଯୋଗୁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି । ନେହେରୁ ସାହୁ ନାମକ ଜଣେ ଚାଷୀ କହିଛନ୍ତି, ସେ ଗତ ରବିବାରଠାରୁ ବେହେରା ମଣ୍ଡିକୁ ୧୬୦ ପ୍ୟାକେଟ୍‌ ଧାନ ଆଣିଛନ୍ତି । ହେଲେ ଏପର୍ଯ୍ୟନ୍ତ ଟୋକନ ପାଇ ନାହାନ୍ତି । ଫଳରେ ମଣ୍ଡିରେ ସେହି ଧାନତକ ପଡ଼ି ରହିଛି । ଅନ୍ୟ ଜଣେ ଚାଷୀ ରାଜେନ୍ଦ୍ର ସାହୁ କହିଛନ୍ତି, ଗତ ଶନିବାରଠାରୁ ସେ ଏହି ମଣ୍ଡିକୁ ୭୮ ପ୍ୟାକେଟ୍‌ ଧାନ ଆଣିଛନ୍ତି । ତାଙ୍କୁ ମଧ୍ୟ ଟୋକନ ମିଳି ନାହିଁ ଏବଂ ସେ ବର୍ତ୍ତମାନ ସୁଦ୍ଧା ଧାନବିକ୍ରି କରିପାରିନାହାନ୍ତି । ଆଉ ଜଣେ ଚାଷୀ ସୁମନ୍ତ ସାହୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖାଯାଇଛି । ଗତ ରବିବାରଠାରୁ ସେ ମଣ୍ଡିକୁ ୨୧୨ ପ୍ୟାକେଟ୍‌ ଧାନ ଆଣିଥିଲେ ସୁଦ୍ଧା ଟୋକନ ମିଳି ନ ଥିବା ଯୋଗୁ ମଣ୍ଡିରେ ଧାନ ପଡ଼ି ରହିଥିବା ସେ କହିଛନ୍ତି । ଅନୁରୂପ ଭାବେ ଶନିବାରଠାରୁ ଉକ୍ତ ମଣ୍ଡିକୁ ଧାନ ଆଣିଥିଲେ ହେଁ ଟୋକନ ମିଳି ନ ଥିବା ଯୋଗୁ ସତ୍ୟମ ସାହୁଙ୍କ ୮୮, ବଳିଷ୍ଠ ସାହୁଙ୍କ ୧୦୦ ପ୍ୟାକେଟ୍‌ ଧାନ ବିକ୍ରି ହୋଇପାରି ନ ଥିବା ସେମାନେ କହିଛନ୍ତି । ଉପରୋକ୍ତ ଚାଷୀଙ୍କ ଭଳି ଜିଲାର ଅନେକ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚି ପାରି ନ ଥିବା ଯୋଗୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ପୁଣି ଏକ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି ।


Enter your email to get our daily news in your inbox.

All Right Reserved By Dharitri.Com

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri