ତିନିଫୁଟିଆ ମହାରାଜା ଦୋସା

ସମ୍ବଲପୁର ଜିଲା ରେଙ୍ଗାଲି ବାଇପାସ ଛକ ନିକଟରେ ହଟ୍‌ସ୍ପାଇସ ରେସ୍ତୋରାଁ ରହିଛି। ୧୦ ନମ୍ବର ରାଜପଥ (ବିଜୁ ଏକ୍ସପ୍ରେସ) ପାର୍ଶ୍ୱରେ ଏହା ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗ୍ରାହକମାନେ ଏଠାକୁ ଆସିଥାନ୍ତି। ଗ୍ରାହକମାନଙ୍କ ରୁଚି ଅନୁସାରେ ଏଠାରେ ଡିଶ୍‌ ପ୍ରସ୍ତୁତ ହୋଇଥାଏ। ଏହି କ୍ରମରେ ତିନିଫୁଟିଆ ମହାରାଜା ଦୋସା ରେସ୍ତୋରାଁର ପ୍ରମୁଖ ଡିଶ୍‌ ମଧ୍ୟରେ ଅନ୍ୟତମ। ଏହାର ଲମ୍ବ ୩ ଫୁଟ ଥିବାବେଳେ ମୂଲ୍ୟ ରହିଛି ୯୯ ଟଙ୍କା। ଏହାକୁ ୨ଜଣ ଗ୍ରାହକ ଖାଇଥାନ୍ତି। ଯଦି ଜଣେ ଗ୍ରାହକ ଏହାକୁ ଜଳଖିଆ ଓ ସନ୍ଧ୍ୟାରେ ଖାଇବେ ତେବେ ତାଙ୍କୁ ମଧ୍ୟାହ୍ନ କିମ୍ବା ରାତ୍ରି ଭୋଜନର ଆବଶ୍ୟକତା କ୍ବଚିତ ହୋଇଥାଏ ବୋଲି କହନ୍ତି ରେସ୍ତୋରାଁର ସେଫ୍‌ ଜ୍ଞାନରଞ୍ଜନ ପଣ୍ଡା।

ଆବଶ୍ୟକ ସାମଗ୍ରୀ:

ବିରି: ୨୦ ଗ୍ରାମ
ଚାଉଳ: ୬୦ ଗ୍ରାମ
ମେଥିଦାନା: ୨ ଗ୍ରାମ
ବୁଟ ଡାଲି: ୫ ଗ୍ରାମ
ଲୁଣ: ସ୍ବାଦ ଅନୁସାରେ
ଚିନି: ସ୍ବାଦ ଅନୁସାରେ
ହରଡ ଡାଲି: ୨୦ ଗ୍ରାମ
କୋଳଥ ଡାଲି: ୧୦ ଗ୍ରାମ
ବାଇଗଣ: ୨୦ ଗ୍ରାମ
ଟମୋଟା: ୫୦ ଗ୍ରାମ
ଚଣାଡାଲି: ୨୦ ଗ୍ରାମ
ବାଦାମ: ୨୦ ଗ୍ରାମ
ନଡିଆ: ୫୦ ଗ୍ରାମ
ଦହି: ୨୦ ଗ୍ରାମ
କଞ୍ଚା ଓ ଶୁଖିଲା ଲଙ୍କା: ୫ ଗ୍ରାମ
ଆମ୍ବଅଦା ଓ ଅଦା: ୨୦ ଗ୍ରାମ
ପଞ୍ଚଫୁଟଣ: ୫ ଗ୍ରାମ
ଆଳୁ: ୧୦୦ ଗ୍ରାମ
ପିଆଜ: ୧୦ ଗ୍ରାମ
ଗ୍ରୀନ ମଟର: ୨୦ ଗ୍ରାମ
ପନିର: ୨୦ ଗ୍ରାମ
ରସୁଣ: ୪ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବିରି, ଚାଉଳ, କୋଳଥଡାଲି ପାଣିରେ ଧୁଆ ଯାଇ ଗୁଣ୍ଡ କରାଯାଏ। ଗୁଣ୍ଡ ପରେ ଅଳ୍ପ ପାଣି ଦେଇ ତାକୁ ବହଲିଆ କରାଯାଇ ସ୍ବଚ୍ଛ ପାତ୍ରରେ ଢାଙ୍କୁଣି ଘୋଡ଼ାଇ ୪ଘଣ୍ଟା ପର୍ଯ୍ୟନ୍ତ ଫୋମ୍‌ ଫର୍ମେଶନ ହେବା ପର୍ଯ୍ୟନ୍ତ ରଖାଯାଇଥାଏ। ଏହାପରେ ଅଳ୍ପ ଆଞ୍ଚରେ ତାଓ୍ବା ଗରମ ହେବା ପରେ ପୂର୍ବରୁ ବିରି, ଚାଉଳ ଓ କୋଳଥ ଡାଲିରେ ପ୍ରସ୍ତୁତ ହୋଇଥିବା ପିଠଉକୁ ଅଣ୍ଡାକୃତି ଆକାରରେ ୩ ଫୁଟ ଲମ୍ବା କରାଯାଇଥାଏ। ପରେ ଆଞ୍ଚକୁ ସାମାନ୍ୟ ଅଧିକ କରାଯାଏ। ତା ଉପରେ ଡାଲି, ବୁଟଡାଲି, କୋଳଥଡାଲି, ପଞ୍ଚଫୁଟଣ, ଲଙ୍କା ୨ଟା, କଟା ହୋଇଥିବା ପିଆଜ, ଆଳୁୁ, ବାଦାମ, ପନିର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଆଳୁ ମସଲା ଦିଆଯାଏ। ୨ ମିନିଟ୍‌ ପରେ ଦୋସା ପ୍ରସ୍ତୁତ ହୋଇଥାଏ। ଏକ ପ୍ଲେଟରେ୍‌ ରଖାଯାଇଥିବା କଦଳୀ ପତ୍ର ଉପରେ ଦୋସାକୁ ରଖାଯାଏ। ଦୋସା ଚତୁଃପାର୍ଶ୍ୱରେ ହରଡ, କୋଳଥଡାଲି, ବାଇଗଣ, ମୁନଗା, ପିଆଜ, ଭୁର୍ସୁଙ୍ଗପତ୍ର, ଶୁଖିଲା ଲଙ୍କା, ସୋରିଷ, ଟମାଟୋ, ଜିରାଗୁଣ୍ଡ, ଧନିଆପତ୍ରରେ ପ୍ରସ୍ତୁତ ହୋଇଥିବା ସାମ୍ବର ଏବଂ ରସୁଣ, ଅଦା, ଟମାଟୋ, ଶୁଖିଲା ଲଙ୍କାରେ ତିଆରି ହୋଇଥିବା ରସୁଣ ଚଟଣି ଓ ଚଣାଡାଲି, ବାଦାମ, ନଡିଆ, ଦହି, ଆମ୍ବଅଦା, ଚିନି, ପଞ୍ଚଫୁଟଣରେ ପ୍ରସ୍ତୁତ ହୋଇଥିବା ନଡିଆ ଚଟଣିକୁ ତିନୋଟି ପାତ୍ରରେ ରଖି ଗାନିସିଂ କରାଯାଇ ଗ୍ରାହକମାନଙ୍କୁ ପରଷା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri