ଡିପ୍ରେଶନ ବଢ଼ାଇ ଥାଏ ଏହି ୫ ଜିନିଷ : ଡାଏଟରେ କରନ୍ତୁ ନାହିଁ ସାମିଲ

ଧାରାବାହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ସୁଶାନ୍ତ ସିଂ ରାଜପୁତ ଆଉ ଦୁନିଆରେ ନାହାଁନ୍ତି। ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ, ତାଙ୍କର ଦେହାନ୍ତ କିଛି ଆଶ୍ଚର୍ଯ୍ୟଜନକ ନୁହେଁ। ମୁମ୍ବାଇ ପୋଲିସର ସୂଚନାନୁସାରେ, ସୁଶାନ୍ତ ଗତ କିଛି ଦିନ ହେବ ଚାପଗ୍ରସ୍ତ ଥିଲେ ଏବଂ ଅନେକ ମାସ ଧରି ଡିପ୍ରେଶନର ଚିକିତ୍ସା ମଧ୍ୟ କରୁଥିଲେ। ବର୍ତ୍ତମାନ ସମୟରେ, ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଚାପ ଯୋଗୁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଡାଏଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଆମର ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କିଛି ଖାଦ୍ୟ ମଧ୍ୟ ଅଛି ଯାହା ଡିପ୍ରେଶନ ସ୍ତରକୁ ବଢ଼ାଇଥାଏ। ତେବେ ଜାଣନ୍ତୁ ସେ ସମମ୍ପର୍କରେ …

ଫଳ ରସ
ଫଳଗୁଡ଼ିକରେ ଥିବା ଫାଇବର କେବଳ ଶରୀରରେ ଶକ୍ତି ବୃଦ୍ଧି କରେ ନାହିଁ, ବରଂ ସ୍ବାସ୍ଥ୍ୟ ଠିକ୍‌ ରଖେ। ମାତ୍ର ବଜାରରେ ପ୍ୟାକ ମିଳୁଥିବା ଫଳ ରସରେ ଅନେକ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଜିନିଷ ମିଶ୍ରଣ ସମ୍ଭାବନା ରହିଛି। ଏହି ପ୍ରକାରର ରସ ପିଇବା ଦ୍ୱାରା ଯନ୍ତ୍ରଣା, ଚିନ୍ତା ଏବଂ ଉଦାସୀନତା ଦେଖାଯାଏ। ଏପରି ପରିସ୍ଥିତିରେ ପ୍ୟାକ ହୋଇଥିବା ଫଳ ରସ ବଦଳରେ ତାଜା ଫଳର ରସ ପିଇବା ଭଲ।

ଡାଏଟ ସୋଡା
ଅନେକ ଲୋକ ଏହା ବିଶ୍ୱାସ କରନ୍ତି ଯେ ଏଥିରେ ଚିନି ନ ଥିବାରୁ ଡାଏଟ ସୋଡା କ୍ଷତିକାରକ ନୁହେଁ। ଯଦିଓ ଏହାର ମଧୁରତା ନାହିଁ, ମାତ୍ର ଅଧିକ ଡାଏଟ ସୋଡା ପିଇବା ଦ୍ୱାରା ଡିପ୍ରେଶନର ଆଶଙ୍କା ଥାଏ।

ଧଳା ଟୋଷ୍ଟ
ଅଧିକାଂଶ ଲୋକ ଜଳଖିଆରେ ଧଳା ଟୋଷ୍ଟ ଖାଆନ୍ତି। କିନ୍ତୁ ଧଳା ଟୋଷ୍ଟର ବ୍ୟବହାର ଶରୀରରେ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରାଇଥାଏ, ଯାହା ଚିନ୍ତାର କାରଣ ହୋଇଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଧଳା ଟୋଷ୍ଟର ଅଧିକ ମାତ୍ରାରେ ଅବସାଦ ହେବାର ଆଶଙ୍କା ଦେଖାଯାଇଥାଏ।

କେଚଅପ୍‌
ଟମାଟୋ ବ୍ୟତୀତ କେଚଅପ୍‌ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ବହୁ ପରିମାଣର ଚିନି ବ୍ୟବହାର କରାଯାଏ। ଗୋଟିଏ ଚାମଚ କେଚଅପ୍‌ରେ ପ୍ରାୟ ୪ ଗ୍ରାମ ଚିନି ଥାଏ। ଏଥିରେ ଥିବା ଅଧିକ ମିଠା କେବଳ ପେଟ ଖରାପ କରେ ତାହା ନୁହେଁ ବରଂ ଚିନ୍ତା ଏବଂ ଉଦାସୀନତା ମଧ୍ୟ ସୃଷ୍ଟି କରେ। ବାହାର କେଚଅପ୍‌ ବଦଳରେ ଘରେ ତିଆରି କେଚଅପ ବ୍ୟବହାର କରିବା ଭଲ।

ମଦ୍ୟପାନ
ଚାପରେ ପଡ଼ିବା ପରେ ଅନେକ ଲୋକ ଭାବନ୍ତି ଯେ ମଦ୍ୟପାନ କରିବା ଦ୍ୱାରା ସବୁକିଛି ଠିକ୍‌ ହୋଇଯିବ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ। ମଦ୍ୟପାନ କରିବା କେବଳ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଅବସାଦକୁ ମଧ୍ୟ ବଢ଼ାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri